Cricket: କାନାଡ଼ା କ୍ରିକେଟ୍ରେ ସଂକଟ; ୩ମାସରେ ଇସ୍ତଫା ଦେଲେ ମୁଖ୍ୟ ପ୍ରଶିକ୍ଷକ
"ନୂଆଦିଲ୍ଲୀ: ମଣ୍ଟି ଦେସାଇ କାନାଡା କ୍ରିକେଟ୍ ଟିମ୍ର ମୁଖ୍ୟ ପ୍ରଶିକ୍ଷକ ପଦବିରୁ ଇସ୍ତଫା ଦେଇଛନ୍ତି।
ସେ ଚଳିତ ବର୍ଷ ମେ" ମାସରେ ଦ୍ବିତୀୟ ଥର ପାଇଁ ମୁଖ୍ୟ କୋଚ ନିଯୁକ୍ତ ହୋଇଥିଲେ।
ତାଙ୍କର ଦ୍ବିତୀୟ କାର୍ଯ୍ୟକାଳ ୩ମାସ ରହିଛି।
ସେ ସାମାଜିକ ଗଣମାଧ୍ୟମ ପୋଷ୍ଟ କରି ନିଜର ପଦବି ଛାଡ଼ିଥିବା ନେଇ ସୂଚନା ଦେଇଛନ୍ତି।
କାନାଡା ଟିମ୍ରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ନେଇ ଚର୍ଚ୍ଚା ଜାରି ଥିବା ବେଳେ ମଣ୍ଟି ଦେସାଇ ମୁଖ୍ୟ ପ୍ରଶିକ୍ଷକ ପଦବିର ଇସ୍ତଫା ଦେଇଛନ୍ତି।
Advertisment ତେବେ ମଣ୍ଟି ଦେସାଇଙ୍କ ଦ୍ବିତୀୟ କାର୍ଯ୍ୟକାଳ ଯଦିଓ କମ ସମୟ ପାଇଁ ରହିଛି; ତଥାପି ଏହାକୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ସେ ନିଜର ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଲେଖିଛନ୍ତି ଯେ, "ଛୋଟ କିନ୍ତୁ ଅର୍ଥପୂର୍ଣ୍ଣ ଅଭ୍ୟାସ।
ପ୍ରତ୍ୟେକ ମୁହୂର୍ତ୍ତରୁ କିଛି ଶିଖିବାକୁ ମିଳିଥାଏ।
ଏହି କମ ସମୟ ମଧ୍ୟରେ ମୋତେ ଅନେକ ଶିଖିବାକୁ ମିଳିଛି।
ଏଠାରୁ ମିଳିଥିବା ଅଭିଜ୍ଞତା ମୋର ବିଶ୍ବାସକୁ ଅଧିକ ଶକ୍ତିଶାଳୀ କରିଛି।
ସେ କହିଛନ୍ତି, ଖେଳାଳି, ସାଥୀ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଉଛି।
ଖେଳାଳି, ସପୋର୍ଟ ଷ୍ଟାଫ୍ ଏବଂ ଏହି ପ୍ରକାରର ଯାତ୍ରାରେ ସହଯୋଗ କରିଥିବା ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଉଛି।
କାନାଡା କ୍ରିକେଟ୍ ଟିମ୍ର ସଫଳତା ପାଇଁ ଶୁଭେଚ୍ଛା ଜଣାଉଛି।
Cricket: ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ହୃଦୟ ଜିତିବ ଆଫଗାନିସ୍ତାନର ପ୍ରସ୍ତାବ!
କାନାଡା କ୍ରିକେଟ୍ ସଂକଟ ଦେଇ ଗତି କରୁଥିବା ବେଳେ ମଣ୍ଟି ଦେସାଇ ମୁଖ୍ୟ ପ୍ରଶିକ୍ଷକ ପଦବିରୁ ଇସ୍ତଫା ଦେଇଛନ୍ତି।
ଟି୨୦ ବିଶ୍ବକପ ୨୦୨୬ ପରେ "ଆଇସିସି"ର ଦୁର୍ନୀତି ନିବାରଣ ବିଭାଗ ଦୁର୍ନୀତ ମାମଲାର ତଦନ୍ତ ଆରମ୍ଭ କରିଥିଲା।
ଏହା ପରେ ଆଇସିସି ତରଫରୁ କାନାଡା ବୋର୍ଡର ପାଣ୍ଠି ଅଟକାଇ ଦେଇଥିଲା।
ଏଥି ସହିତ ସଦସ୍ୟତାକୁ ମଧ୍ୟ ନିଲମ୍ବିତ କରିଦେଇଥିଲା।
କ୍ରିକେଟ୍ କାନାଡା ପାଇଁ କିଛି ସର୍ତ୍ତ ରଖାଯାଇଥିଲା।
ସୂଚନାଯୋଗ୍ୟ, ମଣ୍ଟି ଦେସାଇ ୱେଷ୍ଟଇଣ୍ଡିଜ୍ ଟିମ୍ର ବ୍ୟାଟିଂ କୋଚ ରହିସାରିଛନ୍ତି।
୨୦୧୯ରେ ସେ ୟୁଏଇର ବ୍ୟାଟିଂ କୋଚ୍ ଥିଲେ।
ସେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଲାୟନ୍ସ ସହିତ କାମ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
