Cricket legend: କ୍ରିକେଟ୍ କିଂବଦନ୍ତି ସୋବର୍ସଙ୍କ ଦେହାନ୍ତ
"ବାର୍ବାଡୋସ୍: ବିଶ୍ବ କ୍ରିକେଟ୍ର ମହାନତମ ଅଲରାଉଣ୍ଡରଙ୍କ ମଧ୍ୟରୁ ଅନ୍ୟତମ ୱେଷ୍ଟଇଣ୍ଡିଜ୍ କ୍ରିକେଟର୍ ସାର୍ ଗ୍ୟାର୍ଫିଲ୍ଡ୍ ସୋବର୍ସଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଛି।
ବାର୍ବାଡୋସ୍ସ୍ଥିତ ବାସଭବନରେ ସେ ଶୁକ୍ରବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।
ଆଉ ମାତ୍ର ୧୦ ଦିନ ପରେ ସେ ନିଜର ୯୦ତମ ଜନ୍ମଦିନ ପାଳନ କରିଥାନ୍ତେ।
ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ପକ୍ଷରୁ "ଏକ୍ସ"ରେ ଲେଖାଯାଇଛି “ଏକ ମହାନ ଇନିଂସ୍ର ଅନ୍ତ ଘଟିଛି।
ସାର୍ ଗ୍ୟାର୍ଫିଲ୍ଡ ସୋବର୍ସ ସବୁବେଳେ ଆମ ହୃଦୟରେ ଅମର ରହିବେ""।
ସେହିପରି ବିସିସିଆଇ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କୁ ମହାନତମ ଅଲ୍ରାଉଣ୍ଡର୍ ଭାବେ ବର୍ଣ୍ଣନା କରିଛି।
ସୋବର୍ସ ବିଶ୍ବ କ୍ରିକେଟ୍ ପାଇଁ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି ବୋଲି ବିସିସିଆଇ "ଏକ୍ସ"ରେ ଲେଖିଛି।Advertisment Rath Yatra: ରଥଯାତ୍ରାରେ "ବ୍ୟାଙ୍କ ଅଫ୍ ବରୋଦା "ର ସେବା ସୋବର୍ସ ବ୍ୟାଟିଂ ସହ ବାମହାତୀ ଦ୍ରୁତ ଗତିର, ଅର୍ଥୋଡକ୍ସ ସ୍ପିନ୍ ଓ ରିଷ୍ଟ ସ୍ପିନ୍ ବୋଲିଂରେ ସମାନ ପାରଦର୍ଶିତା ପ୍ରଦର୍ଶନ କରିବା ସହ ଜଣେ ଅସାଧାରଣ ଫିଲ୍ଡର ଥିଲେ।
୧୯୫୪ରୁ ୧୯୭୪ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ପାଇଁ ୯୩ଟି ଟେଷ୍ଟ ଖେଳି ସେ ୮୦୩୨ ରନ୍ ସଂଗ୍ରହ କରିବା ସହ ୨୩୫ଟି ୱିକେଟ୍ ହାସଲ କରିଥିଲେ।
ସେ ୧୯୫୨-୫୩ ଋତୁରେ ମାତ୍ର ୧୬ ବର୍ଷରେ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିଲେ ଓ ତାର ବର୍ଷକ ପରେ ଜାମାଇକାରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ।
ଭାରତ ବିପକ୍ଷରେ ସେ ୧୯୫୮ରୁ ୧୯୭୧ ମଧ୍ୟରେ ୧୮ ଟେଷ୍ଟ ଖେଳି ୧୧୭୩ ରନ୍ କରିବା ସହ ୨୬ ୱିକେଟ୍ ନେଇଥିଲେ।
ପୁରୁଷ କ୍ରିକେଟ୍ରେ ଆଇସିସିର ସର୍ବୋଚ୍ଚ ବାର୍ଷିକ ସମ୍ମାନ "ସାର୍ ଗାରଫିଲ୍ଡ ସୋବର୍ସ ପୁରସ୍କାର" ତାଙ୍କ ସମ୍ମାନରେ ପ୍ରଦାନ କରାଯାଏ।
୨୦୨୩ରେ ଭାରତର ୱେଷ୍ଟ୍ଇଣ୍ଡିଜ ଗସ୍ତ ସମୟରେ ସେ ଦଳୀୟ ଖେଳାଳିମାନଙ୍କୁ ଭେଟିଥିଲେ।
ସୋବର୍ସଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ ସାମଜିକ ଗଣମାଧ୍ୟମରେ ଶୋକର ସୁଅ ଛୁଟିଛି।
Education: ୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।