Cricket: ସଂଜୟ ବାଙ୍ଗରଙ୍କ ଝିଅଙ୍କୁ କ୍ରିକେଟ୍‌ ଖେଳିବାକୁ ଅନୁମତି ଦେଲା ଏହି ଦେଶ

Aug 25, 2026 - 19:48
Cricket: ସଂଜୟ ବାଙ୍ଗରଙ୍କ ଝିଅଙ୍କୁ କ୍ରିକେଟ୍‌ ଖେଳିବାକୁ ଅନୁମତି ଦେଲା ଏହି ଦେଶ

"ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ପୂର୍ବତନ ଅଲ୍‌ରାଉଣ୍ଡର ସଂଜୟ ବାଙ୍ଗରଙ୍କ ଝିଅ ଅନାୟାଙ୍କ କ୍ୟାରିୟର ଏବଂ ଜୀବନରେ ଏକ ବଡ଼ ସକରାତ୍ମକ ମୋଡ଼ ଆସିଛି।

ଜେଣ୍ଡର-ଅଫର୍ମିଙ୍ଗ୍‌ ସର୍ଜର କରାଇବା ପରେ ୨୫ ବର୍ଷୀୟ ଟ୍ରାନ୍ସ-ଆଥେଲିଟ୍‌ ଅନାୟାଙ୍କୁ କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ‌ଅଷ୍ଟ୍ରେଲିଆରେ କମ୍ୟୁନିଟି ପ୍ରିମିୟର ମହିଳା କ୍ରିକେଟ୍‌ ଖେଳିବାକୁ ମଞ୍ଜୁରୀ ପ୍ରଦାନ କରିଛି।

ଏହି ନିଷ୍ପତ୍ତି ସହିତ ଏବେ ଅନାୟାଙ୍କ ମହିଳା କ୍ରିକେଟ ପଡ଼ିଆରେ ଦ୍ବିତୀୟ ଥର ପ୍ରବେଶ ରାସ୍ତା ସ୍ପଷ୍ଟ ହୋଇଯାଇଛି।

Advertisment କ୍ରିକେଟ୍‌ ଅଷ୍ଟ୍ରେଲିଆର ଟ୍ରାନ୍ସଜେଣ୍ଡର ଆଣ୍ଡ ଜେଣ୍ଡର ଡାଇଭର୍ସ ପ୍ଲେୟାର୍ସ ଇନ୍‌ ଆଥେଲେଟ୍‌ କ୍ରିକେଟ୍‌ ପଲିସି ଅନୁସାରେ, ଏଲିଟ ଅଥବା ବ୍ୟବସାୟିକ ସ୍ତରରେ ମହିଳା କ୍ରିକେଟ ଖେଳିବା ପାଇଁ ଖେଳାଳିଙ୍କ ଟେଷ୍ଟୋଷ୍ଟେରୋନ ସ୍ତର କ୍ରମାଗତ ୧୨ ମାସ ପର୍ଯ୍ୟନ୍ତ ୧୦ ନେନୋମୋଲ ପ୍ରତି ଲିଟରକୁ ଲେଖାଯାଇଥିବା ପତ୍ରରେ ସ୍ପଷ୍ଟ କରିଛି ଯେ, ୨୦୨୭ ମାର୍ଚ୍ଚ ପର୍ଯ୍ୟନ୍ତ ସେ ଅଷ୍ଟ୍ରେଲିଆର କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ରାଜ୍ୟରେ କମ୍ୟୁନିଟି ଏବଂ ପ୍ରିମିୟର କ୍ରିକେଟ୍‌ ଖେଳି ପାରିବେ।

କାରଣ ଏହି ସ୍ତର ଏଲିଟ କ୍ରିକେଟ୍‌ ଅଧୀନରେ ଆସେ ନାହିଁ।

ଏହା ବ୍ୟତୀତ ଯଦି ସେ ୨୦୨୭ ମାର୍ଚ୍ଚରେ ଏଲିଟ ମହିଳା କ୍ରିକେଟ୍‌ ଖେଲିବାକୁ ଚାହିଁବେ, ତେବେ ନିର୍ଦ୍ଧାରିତ ଟେଷ୍ଟୋଷ୍ଟେରୋନ ମାନକ ପୂରା କରିବାକୁ ବ୍ଲଡ୍‌ ଟେଷ୍ଟ ରିପୋଟ କରିବେ।

ଅନାୟା ବାଙ୍ଗରଙ୍କ କ୍ରିକେଟ୍‌ ସହିତ ପୁରୁଣା ସଂପର୍କ ରହିଛି।

ସେ ମୁମ୍ବାଇ ତରଫରୁ ଏଜ୍‌-ଗ୍ରୁପ କ୍ରିକେଟ୍‌ ଖେଳି ସାରିଛନ୍ତି।

ସେ ଭାରତୀୟ ଟେଷ୍ଟ ଖେଳାଳି ସରଫରାଜ ଖାନ ଏବଂ ତାଙ୍କର ଭାଇ ମୁଶୀର ଖାନଙ୍କ ସହିତ ପଡ଼ିଆକୁ ଓହ୍ଲାଇଛନ୍ତି।

ସର୍ଜରୀ ଏବଂ ଶାରୀରିକ ପରିବର୍ତ୍ତନ ଦେଇ ଗତି କରିଥିବା ବେଳେ ଅନାୟା ସାମାଜିକ ଗଣମାଧ୍ୟମରେ ନିଜର ଫେରିବା ନେଇ ସଂକେତ ଦେଇଥିଲେ।

ଏବେ ସେ ଅଷ୍ଟ୍ରେଲିଆରେ ଏକ ନୂଆ କ୍ଲବ ଖୋଜୁଛନ୍ତି, ଯାହାରି ମାଧ୍ୟମରେ ନିଜର ନୂଆ ଇନିଂସ ଆରମ୍ଭ କରି‌ପାରିବେ।

Cricket: ଦିନିକିଆ କ୍ରିକେଟ୍‌ ଉପରେ ମତ ରଖିଲେ ପୂର୍ବତନ ଭାରତୀୟ କ୍ରିକେଟର; କ"ଣ କହିଲେ ଜାଣନ୍ତୁ କ୍ରିକେଟ୍‌ ଅଷ୍ଟ୍ରେଲିଆକୁ ପ୍ରଶଂସା କରିବା ସହିତ ଅନାୟା ବାଙ୍ଗର କହିଛନ୍ତି, ଏହା ମୋ ପାଇଁ ଏକ ବଡ଼ଦିନ।

ବିଶେଷ ଭାବେ ଏହା ଜାଣିବା ଦ୍ବାରା ମୁଁ ପୁଣି ଥରେ କ୍ରିକେଟ ଖେଳି ପାରିବି।

ଏକଦା ମୁଁ ଭାବୁଥିଲି କ୍ରିକେଟ୍‌ ବ୍ୟାଟ୍‌ ଧରିବାକୁ ସୁଯୋଗ ମିଳିପାରିବ ନାହିଁ।

କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆ ମୋତେ ଏକ ନୂଆ ସୁଯୋଗ ଦେଇଛି।

କ୍ରିକେଟ୍‌ ଅଷ୍ଟ୍ରେଲିଆକୁ ଅଶେଷ ଧନ୍ୟବାଦ ଜଣାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)