Cricket: ଶ୍ରୀଲଙ୍କାକୁ ୧୦ ୱିକେଟ୍ରେ ହରାଇଲା ଭାରତ
ଗାଲେ: ଦ୍ରୁତ ବୋଲର ଗୁରନୂର ବ୍ରାର୍ଙ୍କ ୧୦ ୱିକେଟ୍ ବଳରେ ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଅନୌପଚାରିକ ‘ଏ’ ଟେଷ୍ଟ୍କୁ ଭାରତ ୧୦ ୱିକେଟ୍ରେ ଜିତି ନେଇଛି। ଫଳରେ ୨ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାକୁ ଧ୍ରୁବ ଜୁରେଲଙ୍କ ଦଳ ୧-୦ରେ ଜିତି ନେଇଛି। ଏହି ଶୃଙ୍ଖଳାର ପ୍ରଥମ ନାଲି ବଲ୍ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା।
ଏହି ମ୍ୟାଚ୍ର ପ୍ରଥମ ପାଳି ବ୍ରାର୍ ୪/୭୭ ବୋଲିଂ ସଫଳତା ପାଇଥିଲା ବେଳେ ଦ୍ବିତୀୟ ପାଳିରେ ୬୮ରନ୍ରେ ୬ ୱିକେଟ୍ ଝାଡ଼ି ମ୍ୟାଚ୍ରେ ମୋଟ ୧୦ ୱିକେଟ୍ ନେଇଥିଲେ। ତାଙ୍କର ଏହି ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଶେଷ ଦିନରେ ଶ୍ରୀଲଙ୍କାର ଦ୍ବିତୀୟ ପାଳି ୨୦୯ରେ ସୀମିତ ରହିଥିଲା। ଫଳରେ ଭାରତ ସମ୍ମୁଖରେ ମାତ୍ର ୩୩ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା।
Cricket: ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅଚାନକ ସନ୍ୟାସ ନେଲେ ବେନ୍ ଷ୍ଟୋକ୍ସ
ଏହାକୁ ଭାରତ କୌଣସି ୱିକେଟ୍ ନ ହରାଇ ୬.୨ ଓଭରରେ ହାସଲ କରି ନେଇଥିଲା। ଘରୋଇ ଦଳ ପ୍ରଥମ ପାଳିରେ ୩୬୬ ରନ୍ କରିଥିଲା। ଜବାବରେ ସାଇ ସୁଦର୍ଶନ (୧୬୮)ଙ୍କ ଶତକ ଏବଂ ଦେବଦତ୍ତ ପଡ଼ିକଲ (୯୪), ସାରଂଶ ଜୈନ (୭୦*) ଓ ଜୁରେଲ (୫୩)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ୫୪୩ ରନ୍ କରିଥିଲା।.