Cricket: ଶିଖର ଧାୱନ କ୍ରୋଧିତ, ଟି-୨୦ ଲିଗ୍ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଧମକ

Oct 14, 2026 - 08:23
Cricket: ଶିଖର ଧାୱନ କ୍ରୋଧିତ, ଟି-୨୦ ଲିଗ୍ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଧମକ

"ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ  ଏବେ ଏକ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।

ସେ ବିଶ୍ୱ ଟି-୨୦ କଣ୍ଟିନେଣ୍ଟାଲ କପ୍ ଆୟୋଜକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଛନ୍ତି।

ଧାୱନ ଅଭିଯୋଗ କରିଛନ୍ତି ଯେ ଆୟୋଜକମାନେ ତାଙ୍କ ଅଜାଣତରେ କିମ୍ବା ଅନୁମତି ବିନା ତାଙ୍କୁ ଅଂଶଗ୍ରହଣକାରୀ ଭାବରେ ଦେଖାଇ ତାଙ୍କ ନାମ ବ୍ୟବହାର କରିଛନ୍ତି।

ପୂର୍ବତନ କ୍ରିକେଟର ଏପରି ଅନଧିକୃତ ଖବରକୁ ବିଶ୍ୱାସ ନ କରିବାକୁ ପ୍ରଶଂସକମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି।Advertisment ଶିଖର ଧାୱନ ସୋସିଆଲ ମିଡିଆରେ ଲେଖିଛନ୍ତି, ମୁଁ ଦେଖିଛି ଯେ ମୋ ନାମ ବିଶ୍ୱ ଟି-୨୦ କଣ୍ଟିନେଣ୍ଟାଲ କପ୍‌ରେ ଅଂଶଗ୍ରହଣକାରୀ ଭାବରେ ଦର୍ଶାଯାଇଛି।

ଆୟୋଜକମାନେ ମୋର ଅନୁମତି କିମ୍ବା ଜ୍ଞାନ ବିନା ମୋ ନାମ ବ୍ୟବହାର କରିଛନ୍ତି ଏବଂ ମୋ ଦଳ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ମୁଁ ଗଣମାଧ୍ୟମ ଏବଂ ପ୍ରଶଂସକମାନଙ୍କୁ ଅନୁରୋଧ କରୁଛି ଯେ କୌଣସି ଅନଧିକୃତ ଖବରକୁ ବିଶ୍ୱାସ ନ କରନ୍ତୁ।

ଆପଣଙ୍କ ଭଲ ପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି।

ବିବାଦ କ'ଣ?ସୂଚନାଯୋଗ୍ୟ, ବିଶ୍ୱ ଟି-୨୦ କଣ୍ଟିନେଣ୍ଟାଲ କପ୍ ଖୁବ୍ ଶୀଘ୍ର ହଂକଂରେ ଅନୁଷ୍ଠିତ ହେବାକୁ ଯାଉଛି।

ଏଥିରେ ଏସିଆ ୱାରିୟର୍ସ, ଆଫ୍ରିକା ଲାୟନ୍ସ, ୟୁରୋପୀୟ ଚାମ୍ପିଅନ୍ସ ଏବଂ ଉତ୍ତର ଆମେରିକା ଇଗଲ୍ସ ସାମିଲ ଅଛନ୍ତି।

ଅବସରପ୍ରାପ୍ତ କ୍ରିକେଟରମାନେ ଏହି ଲିଗରେ ଖେଳିବାର ସୁଯୋଗ ପାଇବେ।

ସମ୍ପ୍ରତି, ଏହା ଦାବି କରାଯାଇଥିଲା ଯେ ଶିଖର ଧାୱନ ଏସିଆ ୱାରିୟର୍ସ ପାଇଁ ଖେଳିବେ ଏବଂ ପାକିସ୍ତାନର ଇଫତିଖାର ଅହମ୍ମଦ ଏବଂ ସୋହେଲ ତନଭିର ମଧ୍ୟ ସମାନ ଦଳ ପାଇଁ ଖେଳିପାରିବେ।

ଅନ୍ୟପକ୍ଷରେ ଶିଖର ଧାୱନ ସ୍ପଷ୍ଟ କରିଛନ୍ତି ଯେ ସେ ବିଶ୍ୱ ଟି-୨୦ କଣ୍ଟିନେଣ୍ଟାଲ କପରେ ଖେଳିବେ ନାହିଁ।

ଛାଡ଼ପତ୍ର ପରେ ପତ୍ନୀଙ୍କୁ ନେଇ ଏଭଳି କଥା କହି‌ଲେ କ୍ରିକେଟର ଶିଖର ଧାୱନ ବିଶ୍ୱ ଟି-୨୦ କଣ୍ଟିନେଣ୍ଟାଲ କପ୍ କ'ଣ?ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଶ୍ୱ ଟି-୨୦ କଣ୍ଟିନେଣ୍ଟାଲ କପ୍ ଅନୁଷ୍ଠିତ ହେବାକୁ ଯାଉଛି।

ହଂକଂ ଏହାକୁ ଆୟୋଜନ କରିବ ଏବଂ ବିଶ୍ୱର ୬୦ରୁ ଅଧିକ ଅବସରପ୍ରାପ୍ତ କ୍ରିକେଟର ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ।

ଲିଗର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ।

ତଥାପି ଏହା ଡିସେମ୍ବରରେ ଖେଳାଯିବ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି।

ରିପୋର୍ଟ ହୋଇଛି ଯେ ଡୱେନ୍ ସ୍ମିଥ୍, ଜେରୋମ୍ ଟେଲର, ଉପୁଲ ଥରଙ୍ଗା, ଅଭିମନ୍ୟୁ ମିଥୁନ୍ ଏବଂ ରାହୁଲ ଶର୍ମାଙ୍କ ପରି ପ୍ରମୁଖ ଖେଳାଳିମାନେ ଏହି ଲିଗରେ ଖେଳିବାର ସୁଯୋଗ ପାଇବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)