Cricket: ପ୍ରତୀକ୍ଷାର ଅନ୍ତ; ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କଲେ ବୈଭବ ସୂର୍ଯ୍ୟବଂଶୀ

Jul 04, 2026 - 19:12
Cricket: ପ୍ରତୀକ୍ଷାର ଅନ୍ତ; ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କଲେ ବୈଭବ ସୂର୍ଯ୍ୟବଂଶୀ

ମଞ୍ଚେଷ୍ଟର: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଆଜି ହୋଇଛି। ଉଭୟ ଟିମ୍‌ ମଧ୍ୟରେ ଏହି ମ୍ୟାଚ୍‌ ଇଂଲଣ୍ଡର ମଞ୍ଚେଷ୍ଟରସ୍ଥିତ ଓଲ୍ଡ ଟ୍ରାଫେଡରେ ହୋଇଛି। ଏହି ମୁକାବିଲାରେ ଭାରତୀୟ ଟିମ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ସବୁଠାରୁ ବଡ଼ କଥା ହେଲା ଯେ, ଏହି ମୁକାବିଲା ମାଧ୍ୟମରେ ଏକ ପ୍ରତୀକ୍ଷାର ଅନ୍ତ ଘଟିଛି। ୧୫ ବର୍ଷୀୟ ବାଳକ ବୈଭବ ସୂର୍ଯ୍ୟବଂଶୀ ନିଜର ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି। ତିଳକ ବର୍ମାଙ୍କ ହାତରୁ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଡେବ୍ୟୁ କ୍ୟାପ୍‌ ଗ୍ରହଣ କରିଛନ୍ତି। ବୈଭବଙ୍କୁ ସଂଜୁ ସାମସନଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି। 

ସୂଚନାଯୋଗ୍ୟ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ଚେଷ୍ଟର-ଲେ-ଷ୍ଟ୍ରିଟ୍‌ରେ ଖେଳାଯାଇଥିଲା। ବର୍ଷା ଯୋଗୁଁ ଏହି ମ୍ୟାଚ୍‌କୁ ବାତିଲ କରାଯାଇଥିଲା। ଏବେ ଏହି ମୁକାବଲାରେ ଉଭୟ ଟିମ୍‌ ଭଲ ପ୍ରଦର୍ଶନ କରିବାକୁ ପଡ଼ିଆରେ ଓହ୍ଲାଇଛନ୍ତି। 

ଭାରତ ବନାମ ଇଂଲଣ୍ଡ

ଉଭୟ ଟିମ୍‌ ମଧ୍ୟରେ ମୋଟ୍‌ ମ୍ୟାଚ୍‌: ୩୧
ଭାରତର ବିଜୟ: ୧୮
ଇଂଲଣ୍ଡର ବିଜୟ: ୧୨
ଫଳାଫଳ ଶୂନ: ଗୋଟିଏ

ଭାରତୀୟ ଏକାଦଶ: ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ଈଶାନ କିଶନ (ୱିକେଟକିପର), ଶ୍ରେୟସ ଆୟର, ତିଳକ ବର୍ମା, ଶିଭମ ଦୁବେ, ଅକ୍ଷର ପଟେଲ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ରବି ବିଷ୍ଣୋୟୀ ଏବଂ ବରୁଣ ଚକ୍ରବର୍ତ୍ତୀ