Cricket: ଗୋଟିଏ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ୩ ଶତକ

Jul 16, 2026 - 16:19
Cricket: ଗୋଟିଏ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ୩ ଶତକ

"ଅକ୍‌ଲାଣ୍ଡ: ଗୋଟିଏ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ୩ ଜଣ ବ୍ୟାଟର୍‌ ଶତକ ଅର୍ଜନ କରିବା ପ୍ରଥମ ଥର ଦେଖିବାକୁ ମିଳିଛି।

ଏମ୍‌ଏଲ୍‌ସିର ଏଲିମିନେଟର୍-୧ରେ ବିଜେତା ଏମ୍‌ଆଇ ନ୍ୟୁୟର୍କ ଓ ୱାସିଂଟନ୍‌ ଫ୍ରିଡମ୍‌ ମ୍ୟାଚ୍‌ରେ ଏହି ରେକର୍ଡ ହୋଇଛି।

ନିକୋଲାସ ପୂରନ, ଆଣ୍ଡ୍ରିଜ୍‌ ଗସ୍‌ ଓ ଷ୍ଟିଭେନ୍‌ ସ୍ମିଥ୍‌ ଏହି ମ୍ୟାଚ୍‌ ୩ ଅଙ୍କ ଛୁଇଁଥିଲେ।

ଫଳରେ ଏହି ମ୍ୟାଚ୍‌ରେ ଅନେକ ଟ୍ବେଣ୍ଟି-୨୦ ରେକର୍ଡ ହୋଇଥିଲା।

ପୂରନ ୩୧ ବଲ୍‌ରେ ଶତକ ଅର୍ଜନ କରିଥିଲେ।Advertisment ଆହୁରି ପଢନ୍ତୁ:ଭକ୍ତଙ୍କ ମେଳରେ କାଳିଆ ସାଆନ୍ତ,  ଭାଇ-ଉଉଣୀ ସହ ରଥାରୁଢ଼ ବଡ଼ ଠାକୁର  ଯାହା ମେଜର ଲିଗ୍‌ କ୍ରିକେଟ୍‌ (ଏମ୍‌ଏଲ୍‌ସି)ରେ ଦ୍ରୁତତମ ହୋଇଥିଲା।

ପୂରନ (୩୩ ବଲ୍‌ରୁ ୧୦୬, ୧୩ ଛକା, ୫ ଚୌକା)ଙ୍କ ବି‌ସ୍ଫୋରକ ପାଳି ଏବଂ କ୍ବିଣ୍ଟନ ଡି"କକ୍‌ (୨୪ ବଲ୍‌ରୁ ୫୧, ୨ ଚୌକା, ୬ ଛକା) ଓ କିରଣ ପୋଲାର୍ଡ (୨୫ ବଲ୍‌ରୁ ୬୪, ୧ ଚୌକା, ୮ ଛକା)ଙ୍କ ଅର୍ଦ୍ଧଶତକ ବଳରେ ଏମ୍‌ଆଇ ନ୍ୟୁୟର୍କ ୨୬୬/୯ ରନ୍‌ କରିଥିଲା।

ଜବାବରେ ଗସ୍‌ ଓ ସ୍ମିଥ୍‌ ଉଭୟ ୪୦ ଲେଖାଏଁ ବଲ୍‌ରୁ ଶତକ ଅର୍ଜନ କରି ଦଳକୁ ୬ ୱିକେଟ୍‌ରେ ବିଜୟୀ କରାଇଥିଲେ।

ଆହୁରି ପଢନ୍ତୁ:Rath Yatra: ଡାକିଲାଣି ଗୁଣ୍ଡିଚା ଘର...ଭାଇଭଉଣୀଙ୍କୁ ଧରି ଧାଇଁ ଆସୁଛନ୍ତି କାଳିଆ ସାଆନ୍ତ ଗସ୍‌ (୫୧ ବଲ୍‌ରୁ ୧୩୨, ୧୦ ଚୌକା, ୧୨ ଛକା) ଓ ସ୍ମିଥ୍‌ (୪୮ ବଲ୍‌ରୁ ୧୧୦, ୭ ଚୌକା, ୯ ଛକା) ୮୯ ବଲ୍‌ରୁ ୨୪୧ ରନ୍‌ ଯୋଡ଼ି ପୁରୁଷ ଟ୍ବେଣ୍ଟି-୨୦ରେ ଦ୍ବିତୀୟ ସର୍ବୋଚ୍ଚ ଭାଗୀଦାର ଗଢ଼ିଥିଲେ।

ଏଥିସହ ଟ୍ବେଣ୍ଟି-୨୦ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌ କରିବାର ରେକର୍ଡ କରିଥିଲେ।

ପୂର୍ବରୁ ଏହି ରେକର୍ଡ ପଞ୍ଜାବ କିଙ୍ଗ୍ସ ନାମରେ ଥିଲା।

ଚଳିତ ବର୍ଷ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ୨୬୫ ରନ୍‌ର ବିଜୟ ଲକ୍ଷ୍ୟକୁ ପଞ୍ଜାବ କିଙ୍ଗ୍‌ସ ହାସଲ କରିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।