Cricket: କ୍ରିକେଟ୍ ପଡ଼ିଆରେ ବୈଭବଙ୍କ ସାନଭାଇ ଆଶୀର୍ବାଦଙ୍କ ଆତଙ୍କ: ମାରିଲେ ୧୧୯ ବଲ୍ରୁ ୧୬୮
"ନୂଆଦିଲ୍ଲୀ: ଏବେ କ୍ରିକେଟ୍ ସୂର୍ଯ୍ୟବଂଶୀ ପରିବାରରେ ରକ୍ତରେ ଭରି ହୋଇରହିଛି।
ଏହି ପରିବାରର ବଡ଼ ପୂଅ ତଥା ୧୫ ବର୍ଷୀୟ ବୈଭବ ଘରୋଇ, କନିଷ୍ଠ କ୍ରିକେଟ୍ ସହ ଆଇପିଏଲ୍ରେ ଚମକ ଛାଡ଼ିବା ପରେ ଭାରତୀୟ ଏ" ଓ ବରିଷ୍ଠ ଦଳରେ ସ୍ଥାନ ପାଇଛନ୍ତି।
ଏବେ ତାଙ୍କ ସାନ ଭାଇ ୧୦ ବର୍ଷୀୟ ଆଶୀର୍ବାଦ ବ୍ୟାଟ୍ରେ ନିଜର ଚମକ ଦେଖାଇଛନ୍ତି।Advertisment ଦୁଇ ଭାଇଙ୍କ ଖେଳିବା ଶୈଳୀ ଅଲଗା ୬ ମାସ ତଳେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିବା ଆଶୀର୍ବାଦ ଏକ ଅଭ୍ୟାସ୍ ମ୍ୟାଚ୍ରେ ରିଷଭ ଏକାଦଶ ପକ୍ଷରୁ ଖେଳିଥିଲେ।
ଏହି ମ୍ୟାଚ୍ରେ ସେ ୧୯ ଚୌକା, ୬ ଛକା ସହ ୧୪୧.୧୮ ଷ୍ଟ୍ରାଇକ୍ରେଟ୍ରେ ୧୧୯ ବଲ୍ରୁ ୧୬୮ ରନ୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
କ୍ରିକେଟ୍ ଏକାଡେମି ତାଜପୁର ପକ୍ଷରୁ ନିଜର ପଦାର୍ପଣ ମ୍ୟାଚ୍ରେ ସେ ୮୭ ବଲ୍ରୁ ୧୦୩ ରନ୍ କରିଥିଲେ।
ଏଥିରେ ୨୦ ଚୌକା ଓ ଗୋଟିଏ ଛକା ରହିଥିଲା।
ବଡ଼ ଭାଇ ବୈଭବ ଭାରତୀୟ ଟ୍ବେଣ୍ଟି-୨୦ ଦଳ ସହ ଆୟର୍ଲାଣ୍ଡ ଗସ୍ତ କରିବାକୁ ଯାଉଥିଲା ବେଳେ ସାନଭାଇ ଆଶୀର୍ବାଦ ଲଗାତାର ୨ ଶତକ ମାରିବା ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ବଢ଼ାଇଛି।
ଦୁଇ ଭାଇଙ୍କ କ୍ରିକେଟ୍ ଖେଳିବା ଶୈଳୀ ଅଲଗା ଅଲଗା ରହିଛି।
ହେଲେ ଉଭୟ ଅଲ୍ରାଉଣ୍ଡର।
ବୈଭବ ବାମହାତୀ ବ୍ୟାଟର୍ ଏବଂ ସ୍ପିନ୍ ବୋଲର ହୋଇଥିବା ବେଳେ ଆଶୀର୍ବାଦ ଡାହାଣହାତୀ ବ୍ୟାଟିଂ କରିବା ସହ ମିଡିୟମ୍ ପେସ୍ ବୋଲିଂ କରନ୍ତି।
ଆହୁରି ପଢନ୍ତୁ: Knockout : ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଥର ନକ୍ଆଉଟ୍ ନେଲେ ମାସେକୋ "