Cricket: ଆଫ୍ଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଜଦ୍ରାନଙ୍କ ପରଲୋକ
"ନୂଆଦିଲ୍ଲୀ: ଗୋଟିଏ ଦିନ ପୂର୍ବରୁ ୩୯ ବର୍ଷରେ ପାଦ ଦେଇଥିବା ପୂର୍ବତନ ଆଫ୍ଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜଦ୍ରାନଙ୍କ ଦେହାନ୍ତ ମଙ୍ଗଳବାର ଭାରତରେ ହୋଇଛି।
ଶାପୁର ଜଟିଳ ରୋଗ ହେମୋଫାଗୋସାଇଟିକ୍ ଲିମ୍ଫୋହିଷ୍ଟୋସିଯୋସିସ୍ (ଏଚ୍ଏଲ୍ଏଚ୍)ରେ ପୀଡ଼ିତ ଥିଲେ।
ଏଥିଲାଗି ନୂଆଦିଲ୍ଲୀସ୍ଥିତ ଏକ ଡାକ୍ତରାଖାନାରେ ଚିକିତ୍ସିତ ହେଉଥିଲେ।
ହେଲେ ଏହି ରୋଗ ସହ ଲଢ଼େଇରେ ସେ ଶେଷରେ ହାରି ଯାଇଥିଲେ।
Advertisment ତାଙ୍କର ମୃତ୍ୟୁ ଖବର ଶୁଣି ଆଫ୍ଗାନିସ୍ତାନ କ୍ରିକେଟ୍ ବୋର୍ଡ ସାମାଜିକ ଗଣମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। "ଶାପୁର ନିଜ କ୍ୟାରିୟର୍ରେ ସମ୍ମାନ, ସାହସ ଓ ଗର୍ବର ସହିତ ଆଫଗାନିସ୍ତାନ କ୍ରିକେଟର୍ ସେବା କରିଥିଲେ।
ତାଙ୍କର ଅବଦାନ ଓ ସଫଳତା ସର୍ବଦା ଆଫଗାନିସ୍ତାନ କ୍ରିକେଟ୍ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିବ।
ଜାତୀୟ ଦଳ ପ୍ରତି ତାଙ୍କର ଅବଦାନ ଭୁଲିହେବ ନାହିଁ"।
Cricket: ପ୍ରତୀକ୍ଷାର ଅନ୍ତ; ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କଲେ ବୈଭବ ସୂର୍ଯ୍ୟବଂଶୀ ପଡ଼ିଆରେ ତାଙ୍କର ସଫଳତା ବ୍ୟତୀତ ଶାପୁର ଜାଦ୍ରାନ୍ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ।
ତାଙ୍କର ଲଢ଼ୁଆ ମନୋଭାବ, ଦୃଢ଼ ସଂକଳ୍ପ ଓ କ୍ରୀଡ଼ାପ୍ରେମ ଅନେକଙ୍କୁ ଆଶା ଦେଇଥିଲା"" ବୋଲି ଆଫ୍ଗାନିସ୍ତାନ କ୍ରିକେଟ୍ ବୋର୍ଡ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛି।
ଆଫଗାନିସ୍ତାନର ଅଗ୍ରଣୀ ଦ୍ରୁତ ବୋଲରଙ୍କ ମଧ୍ୟରେ ଜଦ୍ରାନ ଥିଲେ। ସଜୋତୀୟ ଦଳ ପକ୍ଷରୁ ୪୪ ଦିନିକିଆରେ ୪୩ ଏବଂ ୩୬ ଟ୍ବେଣ୍ଟି-୨୦ରେ ୩୭ ୱିକେଟ୍ ଅକ୍ତିଆର କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।