Creatinine : ଶରୀରରେ କାହିଁକି ବୃଦ୍ଧି ପାଏ କ୍ରିଏଟିନିନର ସ୍ତର

Oct 07, 2026 - 16:04
Creatinine : ଶରୀରରେ କାହିଁକି ବୃଦ୍ଧି ପାଏ କ୍ରିଏଟିନିନର ସ୍ତର

"ନୂଆଦିଲ୍ଲୀ: କିଛିବର୍ଷ ହେବ କିଡନି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ସାଧାରଣତଃ ଶରୀରରେ କ୍ରିଏଟିନିନସ୍ତର ବଢ଼ିଲେ ମଣିଷ କିଡନି ରୋଗରେ ପୀଡ଼ିତ ବୋଲି ଆମେ ଧରି ନେଇଥାଉ।

ତେବେ ଏହାର ବାସ୍ତବ କାରଣ କ"ଣ ଆସନ୍ତୁ ଜାଣିବା।

Advertisment କ୍ରିଏଟିନିନ୍ ନାମ ଶୁଣିଲେ ଅନେକ ଲୋକ ଭାବନ୍ତି ଯେ ଏହା କିଡନିରେ ଜମା ହେଉଥିବା କୌଣସି ବିଷ।

ବାସ୍ତବରେ କ୍ରିଏଟିନିନ୍ ହେଉଛି ଶରୀରର ମାଂସପେଶୀର ସାଧାରଣ ମେଟାବୋଲିଜମ୍‌ରୁ ସୃଷ୍ଟି ହେଉଥିବା ଏକ ବର୍ଜ୍ୟ ପଦାର୍ଥ।

ସୁସ୍ଥ କିଡନି ଏହାକୁ ରକ୍ତରୁ ଛାଣି ପରିସ୍ରା ମାଧ୍ୟମରେ ଶରୀରରୁ ବାହାର କରିଦିଏ।

ଯେତେବେଳେ କିଡନିର ଛାଣିବା କ୍ଷମତା କମିଯାଏ, ସେତେବେଳେ ରକ୍ତରେ କ୍ରିଏଟିନିନ୍‌ର ସ୍ତର ବଢ଼ିଯାଏ।

ତେଣୁ କ୍ରିଏଟିନିନ୍ ବଢ଼ିବା ନିଜେ କୌଣସି ରୋଗ ନୁହେଁ, ବରଂ ଅନେକ ସମୟରେ କିଡନିର କାର୍ଯ୍ୟକ୍ଷମତାରେ ସମସ୍ୟା ଥିବାର ସଙ୍କେତ ହୋଇପାରେ।

ଏହାକୁ ଅଣଦେଖା କରିବା କ୍ଷତିକାରକ ହୋଇପାରେ।

କାହିଁକି ବଢ଼େ କ୍ରିଏଟିନିନ୍?

କ୍ରିଏଟିନିନ୍ ବଢ଼ିବାର ଅନେକ କାରଣ ରହିଛି।

କିଡନି ରୋଗ, ଶରୀରରେ ପାଣିର ଅଭାବ, ଦୀର୍ଘ ସମୟ ଧରି ଅନିୟନ୍ତ୍ରିତ ଉଚ୍ଚ ରକ୍ତଚାପ ଓ ମଧୁମେହ ଏହାର ପ୍ରମୁଖ କାରଣ ହୋଇପାରେ।ଶରୀରରେ ପାଣିର ଅଭାବ ହେଲେ ରକ୍ତ ଅଧିକ ଘନ ହୋଇଯାଏ।

ଫଳରେ କିଡନି ପାଇଁ ଶରୀରର ବର୍ଜ୍ୟ ପଦାର୍ଥକୁ ଛାଣିବା କଷ୍ଟକର ହୋଇପଡ଼େ।

ଅଧିକ ପରିମାଣରେ ରେଡ୍‌ ମିଟ୍‌, ଦୁଗ୍ଧଜାତୀୟ ଖାଦ୍ୟ କିମ୍ବା ମାଂସପେଶୀ ବୃଦ୍ଧି ପାଇଁ ପ୍ରୋଟିନ୍‌ ସପ୍ଲିମେଣ୍ଟ୍‌ ଖାଇଲେ ମଧ୍ୟ ଶରୀରରେ କ୍ରିଏଟିନିନ୍ ବଢ଼ିପାରେ।

ସେହିପରି କିଛି ଯନ୍ତ୍ରଣାନାଶକ ଔଷଧ ଓ ଆଣ୍ଟିବାୟୋଟିକ୍‌ର ଅତ୍ୟଧିକ ବ୍ୟବହାର ମଧ୍ୟ କିଡନି ଉପରେ ଚାପ ପକାଇପାରେ।

କ୍ରିଏଟିନିନ୍ ବଢ଼ିବାକୁ କିପରି ରୋକିବେ?

ଶରୀରକୁ ସତେଜ ରଖନ୍ତୁ ଏବଂ ପ୍ରତିଦିନ ପର୍ଯ୍ୟାପ୍ତ ପାଣି ପିଅନ୍ତୁ।

ଏହାଦ୍ୱାରା ଶରୀରର ବର୍ଜ୍ୟ ପଦାର୍ଥ ଓ ଅତିରିକ୍ତ କ୍ରିଏଟିନିନ୍‌ ପରିସ୍ରା ମାଧ୍ୟମରେ ବାହାରିବାରେ ସହାୟତା ମିଳେ।ଯଦି ଆପଣ ଜିମ୍‌ ଯାଆନ୍ତି ଏବଂ ଅନ୍ୟ କୌଣସି ଭାରି ୱାର୍କଆଉଟ୍‌ ସପ୍ଲିମେଣ୍ଟ୍‌ ନିଅନ୍ତି, ତେବେ ଏହାକୁ ସୀମିତ ପରିମାଣରେ ନେବା ଭଲ।

କିଡନିକୁ ସୁସ୍ଥ ରଖିବା ପାଇଁ ଖାଦ୍ୟରେ ତାଜା ଫଳ ଓ ସବୁଜ ପନିପରିବା ସାମିଲ କରନ୍ତୁ।

ଯଦି ଆପଣଙ୍କର ମଧୁମେହ କିମ୍ବା ଉଚ୍ଚ ରକ୍ତଚାପ ଅଛି, ତେବେ ନିୟମିତ ଭାବେ ପରୀକ୍ଷା କରାଇବା ସହ ଡାକ୍ତରଙ୍କ ପରାମର୍ଶ ମାନନ୍ତୁ।

କେବେ ଡାକ୍ତରଙ୍କ ସହ ଯୋଗାଯୋଗ କରିବେ?

ଚିକିତ୍ସା ସୂଚନା ଅନୁସାରେ, ପୁରୁଷଙ୍କ ରକ୍ତରେ କ୍ରିଏଟିନିନ୍‌ର ସାଧାରଣ ସ୍ତର ୦.୭–୧.୩ ଏମଜି/ଡିଏଲ ଏବଂ ମହିଳାଙ୍କ କ୍ଷେତ୍ରରେ ୦.୬–୧.୧ ଏମଜି/ଡିଏଲ ମଧ୍ୟରେ ରହିଥାଏ।

ଯଦି ଏହି ସ୍ତର ଲଗାତାର ବଢ଼ୁଛି କିମ୍ବା ୧.୫–୧.୭ ଏମଜି/ଡିଏଲରୁ ଅଧିକ ହୋଇଯାଏ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।

କ୍ରିଏଟିନିନ୍‌ ଦ୍ରୁତ ଭାବେ ବଢ଼ିବା ସହ ପରିସ୍ରା ପରିମାଣ କମିଯିବା, ଗୋଡ଼ କିମ୍ବା ମୁହଁ ଫୁଲିଯିବା, ନିଃଶ୍ୱାସ ନେବାରେ କଷ୍ଟ, ଲଗାତାର ବାନ୍ତି ହେବା କିମ୍ବା ଦୁର୍ବଳତା ଭଳି ଲକ୍ଷଣ ଦେଖାଦେଲେ ଶୀଘ୍ର ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଭଲ।

ଠିକ ଉପାୟରେ ବ୍ୟବହାର କଲେ ଫସଲ ପାଇଁ ଉପଯୋଗୀ ହୋଇପାରେ ମଣିଷର ମଳ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)