Covid19: ଭାରତକୁ ପୁଣି ଫେରିଲା କୋଭିଡ୍‌-୧୯? ଆନ୍ଧ୍ରପ୍ରଦେଶରେ ୨ ମୃତ୍ୟୁ ପରେ ବଢ଼ିଲା ସତର୍କତା

Jul 12, 2026 - 21:29
Covid19: ଭାରତକୁ ପୁଣି ଫେରିଲା କୋଭିଡ୍‌-୧୯? ଆନ୍ଧ୍ରପ୍ରଦେଶରେ ୨ ମୃତ୍ୟୁ ପରେ ବଢ଼ିଲା ସତର୍କତା

"ଅମରାବତୀ: ଆନ୍ଧ୍ରପ୍ରଦେଶର କଡ଼ପା ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ପୁଣିଥରେ ସତର୍କତା ଜାରି କରାଯାଇଛି।

ଜିଲ୍ଲାରେ କରୋନାରେ ସଂକ୍ରମିତ ୨ ଜଣଙ୍କ ମୃତ୍ୟୁ ଘଟିବା ପରେ ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇଛି।

ବର୍ତ୍ତମାନ ସେଠାରେ ୮ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଥିବା ସୂଚନା ମିଳିଛି।

ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ନଜରଦାରି ବଢ଼ାଇବା ସହ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ମୃତକ ଦୁଇଜଣଙ୍କ ବୟସ ଅଧିକ ଥିଲା ଏବଂ ସେମାନେ ପୂର୍ବରୁ ଅନ୍ୟ କିଛି ରୋଗରେ ମଧ୍ୟ ପୀଡ଼ିତ ଥିଲେ।

କରୋନା ସଂକ୍ରମଣ ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା।

ଡାକ୍ତରମାନଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ସେମାନଙ୍କୁ ବଞ୍ଚାଇବା ସମ୍ଭବ ହୋଇ ନ ଥିଲା।

ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।Advertisment ଆହୁରି ପଢନ୍ତୁ: Pregnant Woman Removed ଆସନ୍ନ ପ୍ରସବାଙ୍କୁ ଅସ୍ତ୍ରୋପଚାର ଗୃହରୁ ହଟାଇଦେଲେ ଡାକ୍ତର!

ବର୍ତ୍ତମାନ ଚିହ୍ନଟ ହୋଇଥିବା ୮ ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶଙ୍କର ଲକ୍ଷଣ ସାମାନ୍ୟ ରହିଛି।

ସେମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉଛି।

ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଚିହ୍ନଟ କରି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାର ସରକାରୀ ହସ୍ପିଟାଲ ଓ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

କରୋନା ପରୀକ୍ଷା, ଚିକିତ୍ସା ଏବଂ ଆବଶ୍ୟକ ଔଷଧର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି।

ଯେଉଁମାନଙ୍କଠାରେ ଥଣ୍ଡା, କାଶ, ଜ୍ୱର କିମ୍ବା ଶ୍ୱାସକ୍ରିୟା ସମସ୍ୟା ଦେଖାଦେଉଛି, ସେମାନଙ୍କୁ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ ପରିସ୍ଥିତିକୁ ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ।

ତେବେ ସାବଧାନତା ଅବଲମ୍ବନ କରିବା ଜରୁରି।

ଭିଡ଼ ସ୍ଥାନରେ ଆବଶ୍ୟକ ପଡ଼ିଲେ ମାସ୍କ ବ୍ୟବହାର କରିବା, ବାରମ୍ବାର ହାତ ସଫା କରିବା ଏବଂ ଅସୁସ୍ଥ ଅନୁଭବ କଲେ ଶୀଘ୍ର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।