26 AUGUST 2026

Welcome!

Unlock your personalized experience.
Sign Up

Couple: ସନ୍ତାନପ୍ରାପ୍ତି ଆଶାରେ ଚେରମୂଳି ଔଷଧ ଖାଇ ଦମ୍ପତି ମୃତ

Aug 26, 2026 - 05:35
Couple: ସନ୍ତାନପ୍ରାପ୍ତି ଆଶାରେ ଚେରମୂଳି ଔଷଧ ଖାଇ ଦମ୍ପତି ମୃତ

ଫୁଲବାଣୀ: ଅନ୍ଧବିଶ୍ବାସ ନେଲା ଦମ୍ପତିଙ୍କ ଜୀବନ। ସନ୍ତାନପ୍ରାପ୍ତି ଆଶାରେ ଗୁଣିଆଠାରୁ ଚେରମୂଳି ଔଷଧ ଖାଇ ସ୍ବାମୀ-ସ୍ତ୍ରୀଙ୍କ ଜୀବନ ଚାଲିଯାଇଛି। କନ୍ଧମାଳଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତର ନେଡ଼ିପଙ୍ଗା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନେଡ଼ିପଙ୍ଗା ଗ୍ରାମର କାହ୍ନୁଈଶ୍ବର କହଁର ଓ ତାଙ୍କ ପତ୍ନୀ ଲଳିତା କହଁରଙ୍କ ବିବାହକୁ ୨୦ବର୍ଷ ବିତିଯାଇଥିଲେ ମଧ୍ୟ କୋଳକୁ ସନ୍ତାନଟିଏ ନ ଆସିବାରୁ ଚିନ୍ତାରେ ରହୁଥିଲେ। ବିଭିନ୍ନ ଡାକ୍ତରଙ୍କ ପରାମର୍ଶ ନେଇଥିଲେ ବି ସନ୍ତାନ ହୋଇନଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳର ଜଣେ ଗୁଣିଆଠାରୁ ଚେରମୂଳି ଔଷଧ ଆଣି ଖାଇଥିଲେ। ଗତ ଶନିବାର ରାତି ପ୍ରାୟ ୧୧ଟା ସମୟରେ ସ୍ବାମୀ-ସ୍ତ୍ରୀ ଦୁହେଁ ଏହି ବିଷାକ୍ତ ଚେରମୂଳି ଔଷଧ ସେବନ କରିଥିଲେ। ରାତିରେ ଉଭୟଙ୍କର ଦେହ ଅସୁସ୍ଥ ହୋଇ ପଡ଼ିଥିଲା। 

Odisha police: ଚୋରି ଓ ହଜିଥିବା ୬୦ ମୋବାଇଲ ଉଦ୍ଧାର, ମାଲିକଙ୍କୁ ଫେରାଇଲା ପୁଲିସ

ବାନ୍ତି ହେବା ସହ ମୁଣ୍ଡ ଘୂରାଇଥିଲା। ସକାଳେ ପଡ଼ୋଶୀମାନେ ଉଭୟଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁର ଡାକ୍ତରଖାନାକୁ ନେବା ବାଟରେ ପତ୍ନୀ ଲଳିତା କହଁରଙ୍କର ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ କାହ୍ନୁଈଶ୍ବରଙ୍କ ମୃତ୍ୟୁ ଘଟିଛି।  ଚେରମୂଳି ଔଷଧ ଦେଇଥିବା ଗୁଣିଆକୁ ତୁରନ୍ତ ଗିରଫ କରିବା ପାଇଁ ମୃତ କାହ୍ନୁଈଶ୍ବରଙ୍କର ଶାଳକ ପ୍ରଶାନ୍ତ କହଁର ଦାବି କରିଛନ୍ତି। ଚେରମୂଳି ଔଷଧ ଦେବା ବାବଦରେ ସମ୍ପୃକ୍ତ ଗୁଣିଆ ଦୁଇ ଭରି ସୁନା ଓ ୧ ଲକ୍ଷ ଟଙ୍କା ନେଇଛି ବୋଲି ମୃତ କାହ୍ନୁଈଶ୍ବରଙ୍କ ଭଉଣୀ ରଞ୍ଜିତା କହଁର ଓ ଭାଣିଜୀ ଶକୁନ୍ତଳା କହଁର କହିଛନ୍ତି। ମୃତ କାହ୍ନୁଈଶ୍ବରଙ୍କ ବଡ଼ଭାଇ ବାବେଶ୍ବର କହଁର ଗୋଛାପଡ଼ା ଥାନାରେ ଏତଲା ଦେଇଛନ୍ତି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୋଛାପଡ଼ା ଥାନାଧିକାରୀ ଶୁଭ୍ରଜିତ ସାମନ୍ତରାୟ କହିଛନ୍ତି।

Vedanta: ୨୨,୦୦୦ ପରିବାରକୁ ସୌରଶକ୍ତି ଆଲୋକ ପ୍ରଦାନ କରୁଛି ବେଦାନ୍ତର ପ୍ରକଳ୍ପ ଜ୍ୟୋତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)