Conviction in corruption case ଗୋଟିଏ ଦିନରେ କୋର୍ଟ ଶୁଣାଇଲେ ତିନି ଲାଞ୍ଚଖୋର ସରକାରୀ ବାବୁଙ୍କ ଦଣ୍ଡାଦେଶ
"ଭୁବନେଶ୍ବର: ଆଜି (ମଙ୍ଗଳବାର)ଗୋଟିଏ ଦିନରେ ସ୍ବତନ୍ତ୍ର ଦୁର୍ନୀତି ନିବାରଣ (ଭିଜିଲାନ୍ସ) କୋର୍ଟ ତିନିଜଣ ଲାଞ୍ଚଖୋର ସରକାରୀ କର୍ମଚାରୀ ଓ ଯନ୍ତ୍ରୀଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି।Advertisment କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ର ଅବସରପ୍ରାପ୍ତ ଷ୍ଟୋର କିପର ତଥା କିରାଣି ଗଣେଶ୍ବର ଗିରିଙ୍କୁ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ୨ ବର୍ଷ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି।
ଭିଜିଲାନ୍ସ ବିଭାଗ ତାଙ୍କ ବିରୋଧରେ, ୨୦୦୭-୦୮ରୁ ୨୦୧୦-୨୨ ମଧ୍ୟରେ ବ୍ଲକର ଗଚ୍ଛିତ ସିମେଣ୍ଟ୍ ବସ୍ତାରେ ହେରଫେର କରିବା ଓ ସରକାରୀ ସମ୍ପତ୍ତି ହରଣଚାଳ କରିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୨) ଓ ୧୩(୧)(ସି), ଆଇପିସିର ଧାରା ୪୦୯, ୪୬୮ ଓ ୪୭୧ରେ ମାମଲା ରୁଜୁ କରିଥିଲା।
Vigilance Raid: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିମସାର୍ର ସୁପରିଣ୍ଟେଣ୍ଡେଣ୍ଟ ଅଶ୍ୱିନୀ ମେହେରଙ୍କ ଘରେ ପଶିଲା ଭିଜିଲାନ୍ସ ବଲାଙ୍ଗୀରର ପୂର୍ବତନ ଆର୍ଆଇ ତଥା ସ୍ବତନ୍ତ୍ର ଜମିଅଧିଗ୍ରହଣ ଅଧିକାରୀ ରମେଶ ଚନ୍ଦ୍ର ମିଶ୍ରଙ୍କୁ ମଧ୍ୟ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦୁର୍ନୀତି ନିବାରଣ ଆଇନ ଓ ଆଇପିସିର ଧାରା ୪୧୯, ୪୨୦, ୪୬୮, ୪୭୧, ୪୭୭-ଏ ଓ ୧୨୦-ବିରେ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଶ୍ରୀମିଶ୍ର ନଥିପତ୍ରରେ ଜାଲିଆତିରେ ଅନୁପଯୁକ୍ତ ହିତାଧିକାରୀଙ୍କୁ ଜମି ଅଧିଗ୍ରହଣ କ୍ଷତିପୂରଣ ବଣ୍ଟନ କରିଥିଲେ।
ଏହି ମାମଲାରେ ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଆସାମୀଙ୍କୁ ୩ ବର୍ଷ କାରାଦଣ୍ଡ ଓ ୧୦ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି।
Vigilance conviction ଚମ୍ପୁଆ ବ୍ଲକ୍ର ପୂର୍ବତନ କିରାଣୀଙ୍କୁ ୨ ବର୍ଷ କାରାଦଣ୍ଡ କୋରାପୁଟ ଜିଲ୍ଲା ଜୟପୁରର ଜଳବିଦ୍ୟୁତ୍ ପ୍ରକଳ୍ପର ଅନୁସନ୍ଧାନ ଡିଭିଜନ୍ର ପୂର୍ବତନ ନିର୍ବାହୀ ଅଧିକାରୀ କଲ୍ୟାଣପୁରୀ ଗାନ୍ଧୀ ଚୌଧୁରୀଙ୍କୁ କୋରାପୁଟର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।
ତାଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଘଟଣାରେ ଭିଜିଲାନ୍ସ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରା ଓ ଆଇପିସିର ଧାରା ୧୦୯ରେ ମାମଲା ରୁଜୁ କରିଥିଲା।
ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସମସ୍ତ ସାକ୍ଷ୍ୟ, ପ୍ରମାଣ ଭିତ୍ତିରେ ଦୋଷୀ ପୂର୍ବତନ ନିର୍ବାହୀ ଯନ୍ତ୍ରୀଙ୍କୁ ୩ ବର୍ଷ କାରାଦଣ୍ଡ ଓ ୧ଲକ୍ଷ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟଙ୍କ ଏହି ରାୟ ପରେ ଭିଜିଲାନ୍ସ ବିଭାଗ ଦୋଷୀ କର୍ମଚାରୀଙ୍କ ପେନ୍ସନ ବନ୍ଦ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ଜଣାଯାଇଛି।
"