02 JULY 2026

Welcome!

Unlock your personalized experience.
Sign Up

Heavy Rain: ଥାନେରେ ପ୍ରବଳ ବର୍ଷା, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଳିକାଙ୍କ ମୃତ୍ୟୁ

Jul 02, 2026 - 20:52
Heavy Rain: ଥାନେରେ ପ୍ରବଳ ବର୍ଷା, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାଳିକାଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ଥାନେରେ ଗତକାଲି ରାତିରେ ପ୍ରବଳ ବର୍ଷା ହୋଇଥିବାବେଳେ ଜଣେ ୧୭ ବର୍ଷୀୟା ବାଳିକାଙ୍କର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଯାଇଛି। ମୃତ ବାଳିକାଙ୍କ ନାଁ ଆଲିୟା ଚାନ୍ଦିୱାଲା। ତାଙ୍କ ଘର ଥାନେ ନିକଟସ୍ଥ ମୁମ୍ବ୍ରାର ଯସ୍ମିନ ପାର୍କ୍‌ରେ। ସେ କିଛି କାମ ପାଇଁ ଗତକାଲି ଘରୁ ବାହାରକୁ ବାହାରିଥିଲେ। କିନ୍ତୁ ଏକ ଜଳମଗ୍ନ ଅଞ୍ଚଳରେ ସେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ଏହି ଘଟଣାା ପରେ ଆଲିୟାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ‌ ଘୋଷଣା କରିଥିଲେ। ସ୍ତାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ ବିଦ୍ୟୁତ ବିଭାଗକୁ ବାରମ୍ବାର ଅଭିଯୋଗ କରାଯିବା ସତ୍ତ୍ବେ ବାସ୍ତବ ସ୍ଥିତିରେ କିଛି ପରିବର୍ତ୍ତନ ହୋଇନି। ଜଣେ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ଯେ ଗରିବ ଲୋକମାନେ କେମିତି ଅଛନ୍ତି ତାହା ପ୍ରକୃତରେ କେହି ଜାଣନ୍ତିନି। ଆମେ ଅଭି‌ଯୋଗ କରି କରି ଥକି ଗଲୁଣି। ଏହା ଅବ‌ହେଳା ବୋଲି ଦାବି ହୋଇଛି। ଡ୍ରେନ୍‌ ଦେଇ ଯାଇଥିବା ତାରକୁ ଉଠାଇବାପାଇଁ ବାରମ୍ବାର କର୍ତ୍ତୃପକ୍ଷଙ୍କୁ କୁହାଯିବା ସତ୍ତ୍ବେ ଏଦିଗରେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ ହେଲାନି। ଏହା ଫଳରେ ଅକାରଣରେ ଏକ ନିରୀହ ଜୀବନ ଚାଲିଗଲା।