Congress Rally Destroy NEET Aspirants Future: କଂଗ୍ରେସ ଆନ୍ଦୋଳନ ପାଇଁ ଟ୍ରାଫିକ ଜାମ୍, ନିଟ୍ ପରୀକ୍ଷା ଦେବାରୁ ବଞ୍ଚିତ ୩ ଆଶାୟୀ
କଂଗ୍ରେସ ରାଲି ପାଇଁ 'ନିଟ୍-ୟୁଜି' ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୩ ଛାତ୍ରୀ। ମାତ୍ର ୨ ମିନିଟ୍ ବିଳମ୍ବ ହେବାରୁ ସେମାନଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିନାହିଁ। ବର୍ଷ ସାରାର ପରିଶ୍ରମ ମାତ୍ର କେଇ ମିନିଟ୍ର ଟ୍ରାଫିକ ଜାମ୍ରେ ବରବାଦ ହୋଇଯାଇଛି।
ରିପୋର୍ଟ ଅନୁସାରେ ବେଙ୍ଗାଲୁରୁର ଆର.ସି ସରକାରୀ କଲେଜ ପରୀକ୍ଷା କେନ୍ଦ୍ରର ଗେଟ୍ ଠିକ୍ ୧ଟା ୩୦ ମିନିଟ୍ରେ ବନ୍ଦ ହୋଇଥିଲା। କିନ୍ତୁ କଂଗ୍ରେସ ରାଲିର ଟ୍ରାଫିକ ଯୋଗୁ ୩ ଜଣ ଛାତ୍ରୀ ୧ଟା ୩୨ ମିନିଟ୍ରେ ସେଠାରେ ପହଞ୍ଚିଥିଲେ। ପ୍ରବେଶ ଅନୁମତି ନ ମିଳିବାରୁ ସେମାନେ କାନ୍ଦି କାନ୍ଦି ଗେଟ୍ର ରେଲିଂ ଡେଇଁ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ ପରୀକ୍ଷା ହଲ୍ର ମୁଖ୍ୟ ଗେଟ୍ ସିଲ୍ ହୋଇସାରିଥିଲା।
Bengaluru, Karnataka: Students are seen crying after arriving late at the NEET examination centre pic.twitter.com/TYug1N9lep
— IANS (@ians_india) June 21, 2026
କେବଳ ଏହି ୩ ଜଣ ନୁହଁନ୍ତି, ମଲ୍ଲେଶ୍ଵରମର ଏମଇଏସ କଲେଜ କେନ୍ଦ୍ରରେ ମଧ୍ୟ ଅନେକ ଛାତ୍ରଛାତ୍ରୀ ଜାମ୍ରେ ଫସିଥିଲେ। ସେମାନେ କୌଣସି ମତେ ଶେଷ ମହୂର୍ତ୍ତରେ ଦୌଡ଼ି ଦୌଡ଼ି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ଅଭିଭାବକମାନେ କହିଛନ୍ତି ଯେ ସେମାନେ ଘରୁ ଠିକ୍ ସମୟରେ ବାହାରିଥିଲେ ମଧ୍ୟ କଂଗ୍ରେସ ରାଲି ପାଇଁ ରାସ୍ତାରେ ଫସି ରହିଲେ।
ଏହି ଘଟଣାକୁ ନେଇ ରାଜନୀତି ଗରମ ହୋଇଛି। ବିଜେପି ସାଂସଦ ତେଜସ୍ଵୀ ସୂରିୟା କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଚାହିଁଥିଲେ ଅନ୍ୟ କୌଣସି ଦିନ ରାଲି କରିପାରିଥାନ୍ତା। କିନ୍ତୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ବାଜି ଲଗାଇ ପରୀକ୍ଷା ଦିନ ହିଁ ଏହି ରାଲି କରାଗଲା।
The Congress party could have chosen any other day for its rally at Palace Grounds. Instead, it chose the very day thousands of students are appearing for NEET.
— Tejasvi Surya (@Tejasvi_Surya) June 21, 2026
As massive traffic disruptions choked Bengaluru, many students were delayed, some reaching exam centres in panic and… https://t.co/mMRH5vQ9xj