Congress MP : ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ: ତିହାର ଜେଲ୍‌ରେ ଭୋଗୁଥିଲେ ଆଜୀବନ କାରାଦଣ୍ଡ

Aug 20, 2026 - 14:38
Congress MP : ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ: ତିହାର ଜେଲ୍‌ରେ ଭୋଗୁଥିଲେ ଆଜୀବନ କାରାଦଣ୍ଡ

"ନୂଆଦିଲ୍ଲୀ: ୧୯୮୪ ଶିଖ ଦଙ୍ଗାରେ ଲୋକଙ୍କୁ ହତ୍ୟା କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କର ଗୁରୁବାର ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ଘଟିଛି।

ମୃତ୍ୟୁ ବେଳକୁ ତାଙ୍କର ବୟସ ୮୦ ବର୍ଷ ଥିଲା।

ତିହାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ତୁରନ୍ତ ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।Advertisment ଦିଲ୍ଲୀର ବିଭିନ୍ନ ସ୍ଥାନରେ ଶିଖମାନଙ୍କୁ ଟାର୍ଗେଟ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଶିଖ୍ ଅଙ୍ଗରକ୍ଷୀ ସତୱନ୍ତ ସିଂହ ଏବଂ ବିୟନ୍ତ ସିଂହଙ୍କ ଦ୍ୱାରା ହତ୍ୟା କରାଯିବା ପରେ ଦଙ୍ଗା ଆରମ୍ଭ ହୋଇଥିଲା।

ସଶସ୍ତ୍ର ଲୋକଙ୍କ ଏକ ଦଳ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଶିଖମାନଙ୍କୁ ଟାର୍ଗେଟ କରିଥିଲେ ଏବଂ ସେମାନଙ୍କ ଘର ଏବଂ ଦୋକାନ ଉପରେ ଆକ୍ରମଣ କରିଥିଲେ।

ସାରା ଭାରତରେ ୩,୦୦୦ ରୁ ଅଧିକ ଶିଖଙ୍କୁ ହତ୍ୟା କରାଯାଇଥିଲା।

ରାଜଧାନୀରେ ଏହି ସଂଖ୍ୟା ଅଧିକ ଥିଲା।

ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ୧୯୮୪ ମସିହା ନଭେମ୍ବର ୧ ଏବଂ ୨ ତାରିଖରେ ପାଲମ କଲୋନି ଅଞ୍ଚଳରେ ଘଟିଥିବା ଦଙ୍ଗା ଘଟଣାରେ ପାଞ୍ଚ ଜଣଙ୍କ ମୃତ୍ୟୁ ପାଇଁ ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

୧୭ ଡିସେମ୍ବର ୨୦୧୮ ରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

Tarun Tejpal: ୧୦ ବର୍ଷ ଜେଲଦଣ୍ଡ ବିରୋଧରେ ସୁପ୍ରିମ୍ କୋର୍ଟଙ୍କ ଦ୍ଵାରସ୍ଥ ହେଲେ ତରୁଣ ତେଜପାଲ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media