Congress Donations: କଂଗ୍ରେସର ପାଣ୍ଠି ସଂଗ୍ରହରେ ୭୫ ପ୍ରତିଶତ ହ୍ରାସ

Nov 08, 2026 - 15:10
Congress Donations: କଂଗ୍ରେସର ପାଣ୍ଠି ସଂଗ୍ରହରେ ୭୫ ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୨୫-୨୬ ଆର୍ଥିକ ବର୍ଷରେ କଂଗ୍ରେସ ଦଳକୁ ୨୦,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ଚାନ୍ଦା ବା ଦାନ ବାବଦରେ ମୋଟ ୧୩୦.୬୯ କୋଟି ଟଙ୍କା ମିଳିଛି।

ଗତ ଆର୍ଥିକ ବର୍ଷ ତୁଳନାରେ ଏହା ପ୍ରାୟ ୭୫ ପ୍ରତିଶତ କମ୍ ଅଟେ ଏବଂ ଗତ ଦଶନ୍ଧି ମଧ୍ୟରେ ଦଳ ପାଇଁ ଏହା ସବୁଠାରୁ ବଡ଼ ବାର୍ଷିକ ହ୍ରାସ ବୋଲି ଜଣାପଡ଼ିଛି।

Advertisment ଅନୁଦାନରେ ପ୍ରବଳ ହ୍ରାସ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଲୋକସଭା ନିର୍ବାଚନ ବର୍ଷ ଅର୍ଥାତ୍ ୨୦୨୪-୨୫ରେ କଂଗ୍ରେସ ୨୦,୦୦୦ ଟଙ୍କାରୁ ଅଧିକ ଦାନ ବାବଦରେ ୫୧୭.୩୯ କୋଟି ଟଙ୍କା ସଂଗ୍ରହ କରିଥିଲା।

ଏହାପୂର୍ବରୁ ୨୦୨୩-୨୪ରେ ଏହି ପରିମାଣ ୨୮୧.୪୮ କୋଟି ଟଙ୍କା ଥିଲା।

ଗତ ୧୨ ବର୍ଷର ଆର୍ଥିକ ହିସାବକୁ ତୁଳନା କଲେ, ଏହାପୂର୍ବରୁ ସବୁଠାରୁ ବଡ଼ ହ୍ରାସ ୨୦୧୫-୧୬ରେ ଘଟିଥିଲା, ଯେତେବେଳେ ଦାନ ପରିମାଣ ପ୍ରାୟ ୮୬ ପ୍ରତିଶତ ହ୍ରାସ ପାଇଥିଲା।

ଦଳର ଏହି ହ୍ରାସ ପଛରେ ମୁଖ୍ୟ କାରଣ ହେଉଛି 'ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ' ପକ୍ଷରୁ ମିଳିଥିବା ଅନୁଦାନରେ ପ୍ରବଳ ହ୍ରାସ।

ପ୍ରତିବର୍ଷ ଦୀପାବଳି ଅବସରରେ ଆୟୋଜିତ ହୋଇଥାଏ ପାରମ୍ପରିକ ଅଧିବେଶନ ୨୦୨୪-୨୫ରେ ଏହି ଟ୍ରଷ୍ଟ କଂଗ୍ରେସକୁ ୨୧୬.୩୪ କୋଟି ଟଙ୍କା ଦାନ କରିଥିବା ବେଳେ ୨୦୨୫-୨୬ରେ ଏହା କମି ୨୫ କୋଟି ଟଙ୍କାକୁ ଆସିଯାଇଛି, ଯାହାକି ପ୍ରାୟ ୮୮ ପ୍ରତିଶତର ହ୍ରାସ ଅଟେ।

ଏହାବ୍ୟତୀତ ଅନ୍ୟ ପ୍ରମୁଖ ଦାତାମାନଙ୍କ ମଧ୍ୟରେ ଷ୍ଟାର୍ ସିମେଣ୍ଟ ୫ କୋଟି, ସଜ୍ଜନ ଭାଜଙ୍କା ୪ କୋଟି ଏବଂ ପ୍ରେମ କୁମାର ଭାଜଙ୍କା ୨ କୋଟି ଟଙ୍କା ଦାନ କରିଛନ୍ତି।

ଅନ୍ୟପକ୍ଷରେ, ବିଜେପି ୨୦୨୪-୨୫ରେ ୨୦,୦୦୦ ଟଙ୍କାରୁ ଅଧିକ ଦାନ ବାବଦରେ ୬,୦୭୪.୦୨ କୋଟି ଟଙ୍କା ସଂଗ୍ରହ କରିଥିଲା, ଯାହାକି ସେହି ସମୟରେ କଂଗ୍ରେସ ର ସଂଗ୍ରହ ତୁଳନାରେ ପ୍ରାୟ ୧୨ ଗୁଣ ଅଧିକ ଥିଲା।

ତେବେ ୨୦୨୫-୨୬ ପାଇଁ ବିଜେପିର ଅନୁଦାନ ରିପୋର୍ଟ ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସାର୍ବଜନୀନ କରାଯାଇ ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)