Congress : ଅକ୍ଟୋବର ୫ ଯାଏଁ ନ୍ୟାୟିକ ହାଜତରେ ରହିବେ ନନ୍ଦୀଗ୍ରାମ କଂଗ୍ରେସ ପ୍ରାର୍ଥୀ

Sep 21, 2026 - 22:57
Congress : ଅକ୍ଟୋବର ୫ ଯାଏଁ ନ୍ୟାୟିକ ହାଜତରେ ରହିବେ ନନ୍ଦୀଗ୍ରାମ କଂଗ୍ରେସ ପ୍ରାର୍ଥୀ

"କୋଲକାତା: ନନ୍ଦୀଗ୍ରାମ ଉପନିିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିବା ମିଲନ ପ୍ରଧାନଙ୍କ ପ୍ରଚାର ଆଶା ଧୂଳିସାତ୍ ହୋଇଛି।

୨୦୦୭ ମସିହାର ନନ୍ଦୀଗ୍ରାମ ଜମି ଅଧିଗ୍ରହଣ ଆନ୍ଦୋଳନ ସହ ଜଡ଼ିତ ହତ୍ୟା ଓ ଅନ୍ୟାନ୍ୟ ମାମଲାରେ ତାଙ୍କୁ ଚଳିତମାସ ୧୮ ତାରିଖରେ ଗିରଫ କରାଯାଇଥିଲା।

Advertisment ଆହୁରି ପଢନ୍ତୁ :Arrested: ପଞ୍ଜାବୀ ୟୁଟ୍ୟୁବର୍‌ ମନି ସୋକର୍‌ ଗିରଫ, ୫ ବିଦେଶୀ ପିସ୍ତଲ ଜବତ ହଳଦିଆ କୋର୍ଟ ତାଙ୍କୁ ଏହି ମାମଲାରେ ଦୁଇ ଦିନ ତଳେ ଅକ୍ଟୋବର ୩ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇଥିଲା।

କିନ୍ତୁ ଖେଜୁରି ଥାନାରେ ୧୯ ବର୍ଷ ତଳେ ରୁଜୁ ହୋଇଥିବା ଏକ ମାମଲାରେ କଣ୍ଟାଇ କୋର୍ଟ ଆଜି ତାଙ୍କୁ ଆସନ୍ତା ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛି।

ଉପନିର୍ବାଚନ ଅକ୍ଟୋବର ୬ ତାରିଖରେ ହେବାକୁ ଥିବାବେଳେ ପ୍ରଚାର ୪ ତାରିଖରେ ଶେଷ ହେବ।

ତେଣୁ ସେ ନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇ ପାରିବେ ନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)