Conclave: ସମ୍ମିଳନୀରେ ଯୋଗ ଦେଲେ ନିର୍ବାଚନ ହୋଇଥିବା କଲେଜରୁ ୧୫୦ରୁ ଊର୍ଦ୍ଧ୍ବ ଛାତ୍ର ପ୍ରତିନିଧି

Nov 09, 2026 - 01:13
Conclave: ସମ୍ମିଳନୀରେ ଯୋଗ ଦେଲେ ନିର୍ବାଚନ ହୋଇଥିବା କଲେଜରୁ ୧୫୦ରୁ ଊର୍ଦ୍ଧ୍ବ ଛାତ୍ର ପ୍ରତିନିଧି

ଭଦ୍ରକ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଭଦ୍ରକ ଜିଲ୍ଲା ପକ୍ଷରୁ ଭଦ୍ରକ ବାଇପାସସ୍ଥିତ ଜଗନ୍ନାଥ ମନ୍ଦିର ସଭା ଗୃହରେ ଜିଲ୍ଲାସ୍ତରୀୟ ଛାତ୍ରନେତା ସମ୍ମିଳନୀ ଅନୁଷ୍ଠିତ ହୋଇଛି।

ଭଦ୍ରକ ଜିଲ୍ଲାରେ ଗତ ଛାତ୍ର ସଂସଦ ନିର୍ବାଚନ ହୋଇଥିବା ବିଭିନ୍ନ କଲେଜରୁ ଆସିଥିବା ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇଥିଲେ।

Advertisment ସମ୍ମିଳନୀରେ ଆଗାମୀ ଦିନର ସାଂଗଠନିକ ଯୋଜନା ଏବଂ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀର ପ୍ରସ୍ତୁତି ଓ ରୂପରେଖ ନେଇ ଆଲୋଚନା କରାଯାଇଥିଲା।

ଏଥିସହ ଶିକ୍ଷାନୁଷ୍ଠାନ ଓ କ୍ୟାମ୍ପସ୍‌ଗୁଡ଼ିକରେ ରହିଥିବା ସମସ୍ୟାର ସମାଧନ ଏବଂ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକୁ କିପରି କାର୍ଯ୍ୟକାରୀ କରାଯାଇପାରିବ, ସେନେଇ ବିସ୍ତୃତ ମତବିନିମୟ ହୋଇଥିଲା।

ଅନୁଷ୍ଠିତ ସଭାର ମଞ୍ଚରେ ଏଥିରେ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ତଥା ପୂର୍ବତନ ରାଜ୍ୟ ସଭାପତି ଅଧ୍ୟାପକ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରନେତାମାନଙ୍କୁ ପରିଷଦର ଲକ୍ଷ୍ୟ, ଆଦର୍ଶ ଓ ବିଚାର ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ।

ଜିଲ୍ଲା ପ୍ରମୁଖ ଡ.

ବସନ୍ତ କୁମାର ଦୀକ୍ଷିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ସ୍ଵାଧୀନ ସୁନ୍ଦର ଦାସ ସଭା କାର୍ଯ୍ୟ ପରିଚାଳନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଓ ମୟୂରଭଞ୍ଜ ବିଭାଗର ସଂଗଠନ ସମ୍ପାଦକ ସମ୍ବିତ ପ୍ରସାଦ ରାଉତ ଓ ଜିଲ୍ଲା ସଂଯୋଜକ ଓମକାର ମହାନ୍ତି, ଛାତ୍ରୀ ନେତ୍ରୀ ମାଧୁରୀ ରାଉତ ମଞ୍ଚରେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ପ୍ରାନ୍ତ ଫାର୍ମ ଭିଜନ ସହ ସଂଯୋଜକ ସତ୍ୟବ୍ରତ ପଣ୍ଡା, ପ୍ରାନ୍ତ ସୋସିଆଲ ମିଡିଆ ସହ ସଂଯୋଜକ ଦେବୀପ୍ରସାଦ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋପୀକୃଷ୍ଣ ବାରିକ, ପ୍ରାନ୍ତ ଖେଲୋ ଭାରତ ସହ ସଂଯୋଜକ ଆୟୁଷ ପାଣିଗ୍ରାହୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ମହାରଣା ଓ ଵିଭାଗ ଆରକେଏମ୍ ସଂଯୋଜକ ଶ୍ରୀତମ ସାମଲ, ଭଦ୍ରକ ନଗର ସଭାପତି ବିଶିଷ୍ଟ ଶିକ୍ଷାବିତ୍ ଜାନକୀ ପାଢ଼ୀ, ସମ୍ପାଦକ କାହ୍ନା ଜେନା, ଧାମନଗର ନଗର ସମ୍ପାଦକ ସାରଥୀ ପ୍ରସାଦ ସାହୁ ଓ ଦୀପ୍ତେଶୁ ସାମଲଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଉପସ୍ଥିତ ଥିଲେ।

ଶେଷରେ ବାଲେଶ୍ୱର ବିଭାଗ ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)