Complete e-KYC To Receive Subhadra Installment: ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର, ଏହି କାମ ନ କଲେ ମିଳିବନି ଟଙ୍କା!

Jul 10, 2026 - 20:04
Complete e-KYC To Receive Subhadra Installment: ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର, ଏହି କାମ ନ କଲେ ମିଳିବନି ଟଙ୍କା!

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆଜି ଏହି ବଡ ଅପଡେଟ୍ ଦେଇଛନ୍ତି ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡା ।  ସେ କହିଛନ୍ତି, ନୂଆ ହିତାଧିକାରୀଙ୍କୁ ଯୋଡିବାକୁ ଆରମ୍ଭ ହୋଇଛି ଫିଲଡ଼ ଇନକ୍ଵାରୀ। ୨୦୨୬-୨୭ ବର୍ଷରେ ୩ ଲକ୍ଷ ୧୭ ହଜାର ୯୬୬ ନୂଆ ଆବେଦନ ଆସିଛି। ଡିବିଟି, ଇ-କେ୍ୱାଇସି, ଫିଲଡ ଭେରିଫିକେସନ ଏବଂ ବ୍ୟାଙ୍କ ସମନ୍ୱୟ ସମସ୍ୟା ରହିଛି। ୮୨ ହଜାର ୩୬ଟି DBT ସକ୍ରିୟକରଣ, ୨୮ ହଜାର ୬୨୧ଟି ବାୟୋମେଟ୍ରିକ୍, e-KYC ଏବଂ ୩ ଲକ୍ଷ ୫୩ ହଜାର ୫୯ଟି ଫିଲ୍ଡ ଇନକ୍ବାରୀ ସମ୍ବନ୍ଧୀୟ ମାମଲା ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛି ମହିଳା ଓ ଶିଶୁ ବିକାଶ ବିଭାଗ । ଫିଲଡ଼ ତଦନ୍ତ ପାଇଁ ବ୍ଲକ ଓ ଏନଏସି ଜିଲ୍ଲା କମିଟିକୁ ରିପୋର୍ଟ ଦେବେ। ଜିଲ୍ଲା କମିଟି ଜୁଲାଇ ୨୫ ତାରିଖ ସୁଦ୍ଧା ରାଜ୍ୟ କମିଟିକୁ ରିପୋର୍ଟ ଦେବେ। ବାୟୋମେଟ୍ରିକ ଦେଇ ନଥିବା ହିତାଧିକାରୀଙ୍କ ତାଲିକା ସୁଭଦ୍ରା ପୋର୍ଟାଲରେ ରହିଛି। ସେମାନେ ମୋ-ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରକୁ ଯାଇ ଜୁଲାଇ ୨୫ ଭିତରେ ଫିଙ୍ଗର ପ୍ରିଣ୍ଟ ଦେଇ ଏହାକୁ ସଂପୂର୍ଣ୍ଣ କରିବାକୁ ନିବେଦନ କରିଛନ୍ତି ପ୍ରଭାତୀ ।

କେବଳ ନୂଆ ନୁହନ୍ତି, ଏହି ପ୍ରକ୍ରିୟାରେ ବାଦ୍ ପଡିଥିବା ପୁରୁଣା ହିତାଧିକାରୀ ବି ଯୋଡ଼ି ହୋଇପାରିବେ । ଯେଉଁମାନେ ୫ ଏକର ଜମି ନ ଥାଇ କିମ୍ବା ଆଇଟି ରିଟର୍ଣ୍ଣ ନ କରି ସୁଭଦ୍ରାରୁ ବାଦ ପଡିଛନ୍ତି ସେମାନେ ଫିଲଡ ତଦନ୍ତରେ ଅଭିଯୋଗ କରିପାରିବେ। ପ୍ରଥମରୁ ଯଦି କିଛି ପାଇ ନଥିବେ, କିନ୍ତୁ ଯୋଗ୍ୟ ହୋଇଥିବେ, ସେମାନେ ଯୋଗ୍ୟ ପ୍ରମାଣିତ ହେଲେ ଏକାବେଳକେ ୫ଟି କିସ୍ତିର ଟଙ୍କା ପାଇବେ। ଏନେଇ ଆଜି ଲୋକସେବା ଭବନରେ ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜୁଲାଇ ୨୫ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କୁ ମିଳିଥିବା ତଥ୍ୟ ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣୀମାରେ ସୁଭଦ୍ରାର ପଞ୍ଚମ କିସ୍ତି ମିଳିବ। ଯାହାକୁ ନେଇ ଉଭୟ ନୂଆ ଓ ତାଲିକାରୁ ବାଦପଡ଼ିଥିବା ହିତାଧିକାରୀଙ୍କ ମନରେ ଆଶା ବଢିଯାଇଛି।  ସେପଟେ ସୁଭଦ୍ରାର ତୃତୀୟ କିସ୍ତି ପାଇ ନଥିବା ଗଞ୍ଜାମ ଏନଏସିର ହିତାଧିକାରୀ ରାଜଲକ୍ଷ୍ମୀ ରାଓ କହିଛନ୍ତି ସେ କେଉଁ କାରଣରୁ କଟିଛନ୍ତି ତାହା ଜାଣିନାହାଁନ୍ତି। ସେ ଆଶା ରଖିଛନ୍ତି ପଞ୍ଚମ କିସ୍ତିରେ ସବୁତକ ଟଙ୍କା ପାଇବେ । 

ରାଜ୍ୟ ସରକାରଙ୍କ ଫ୍ଲାଗ୍ ସିପ୍ ପ୍ରୋଗ୍ରାମ ବୋଲି କୁହାଯାଉଥିବା ସୁଭଦ୍ରା ଯୋଜନାରେ ଏ ଯାଏଁ ଏକ କୋଟିରୁ ଅଧିକ ମହିଳାଙ୍କୁ ଚାରୋଟି କିସ୍ତିରେ ୧ କୋଟି ୨୦ ଲକ୍ଷ ୬୪୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଯାଏ ୧ କୋଟି ୧ ଲକ୍ଷ ୯୯ ହଜାର ୧୧୯ ଜଣଙ୍କୁ ଅନ୍ତିମ ସମ୍ଭାବ୍ୟ ହିତାଧିକାରୀ ଭାବେ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।