CommonwealthGame: ରାଜ୍ୟଗୋଷ୍ଠୀ କ୍ରୀଡ଼ା: ତ୍ରିରଙ୍ଗା ଧରିବେ ମୀରାବାଈ, କିଙ୍ଗ୍‌ସ ବାଟନ୍‌ ନେବେ ଲଭଲିନା

Jul 18, 2026 - 23:04
CommonwealthGame: ରାଜ୍ୟଗୋଷ୍ଠୀ କ୍ରୀଡ଼ା: ତ୍ରିରଙ୍ଗା ଧରିବେ ମୀରାବାଈ, କିଙ୍ଗ୍‌ସ ବାଟନ୍‌ ନେବେ ଲଭଲିନା

"ନୂଆଦିଲ୍ଲୀ: ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଦ୍‌ଘାଟନୀ ସମାରୋହରେ ଭାରତୀୟ ଦଳର ନେତୃତ୍ବ ନେବେ ଭାରୋତ୍ତଳନକାରୀ ମୀରାବାଈ ଚାନୁ ଓ ମୁଷ୍ଟିଯୋଦ୍ଧା ଲଭଲିନା ବରୋଗୋହାଇଁ।

ଚାନୁ ଭାରତୀୟ ଜାତୀୟ ପତାକା ଧରିବେ ଏବଂ ଲଭଲିନା କିଙ୍ଗ୍‌ସ କାଟନ୍‌ ନେବେ ବୋଲି ଭାରତୀୟ ଅଲମ୍ପିକ୍‌ ସଂଘ ଘୋଷଣା କରିଛି ।

ଏ ନେଇ ଆନନ୍ଦ ପ୍ରକାଶ କରି ଭାରତୀୟ ଅଲମ୍ପିକ୍‌ ସଂଘର ଅଧ୍ୟକ୍ଷା ପିଟି ଉଷା କହିଛନ୍ତି ଯେ ଦୁଇ ମହିଳା ଭାରତୀୟ ଦ​​ଳର ନେତୃତ୍ବ ନେଉଥିବା ଗର୍ବର ବିଷୟ।

ଏହା ଭାରତୀୟ ଦଳକୁ ଏହି କ୍ରୀଡ଼ାରେ ଉତ୍ସାହିତ କରିବ।

ଉଭୟ ମୀରାବାଈ ଓ ଲଭଲିନା ପୂର୍ବରୁ ଅନ୍ତର୍ଜାତୀୟ ମଞ୍ଚରେ ନିଜକୁ ପ୍ରମାଣିତ କରିଛନ୍ତି।

ସେମାନେ ଏବେ ଲଣ୍ଡନରେ ତାଲିମ ନେଉଛନ୍ତି ବୋଲି ସେ କହିଛନ୍ତି।Advertisment ଆହୁରି ପଢନ୍ତୁ: Bollywood: ମୁଁ ବଞ୍ଚିଛି': ପୁଣି ଆକ୍ସନ ଅବତାରରେ ନଜର ଆସିଲେ ସନ୍ନି ଦେଓଲ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଉଦ୍‌ଘାଟନୀ ସମାରୋହ ଆସନ୍ତା ୨୩ ତାରିଖରେ ଓଭୋ ହାଇଡ୍ରୋଠାରେ ଅନୁଷ୍ଠିତ ହେବ।

ଏଥର ଏହି କ୍ରୀଡ଼ାରେ ୧୨୪ ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରୁଛି।

ମୀରାବାଇ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଓ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

ଲଭଲିନା ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ଜିତିଥିଲେ।

ଏଣୁ ଏଥର ବି ଉଭୟଙ୍କଠାରୁ ଭାରତ ପଦକ ଆଶା କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।