Commonwealth Games 2026: କମନୱେଲଥ୍ ଗେମ୍ସରେ ଇତିହାସ ରଚିଲେ ମୀରାବାଇ, ଭାରତକୁ ମିଳିଲା ପ୍ରଥମ ଗୋଲ୍ଡ

Jul 26, 2026 - 21:06
Commonwealth Games 2026: କମନୱେଲଥ୍ ଗେମ୍ସରେ ଇତିହାସ ରଚିଲେ ମୀରାବାଇ, ଭାରତକୁ ମିଳିଲା ପ୍ରଥମ ଗୋଲ୍ଡ

କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ। ଇତିହାସ ରଚିଲେ ଭାରତୀୟ ଭାରୋତ୍ତୋଳକ ମୀରାବାଇ ଚାନୁ। ମହିଳା ୪୮ କେଜି ଭାରୋତ୍ତୋଳନ ବର୍ଗରେ ରେକର୍ଡ ସୃଷ୍ଟି କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ମଣିପୁରର ଏହି ଷ୍ଟାର୍ ଖେଳାଳି। ଏହି ସଫଳତା ସହ ସେ ପୂର୍ବର ସମସ୍ତ କମନୱେଲ୍ଥ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ପ୍ରତିଯୋଗିତାର ଆରମ୍ଭରେ ସ୍ନାଚ୍‌ର ପ୍ରଥମ ପ୍ରୟାସରେ ୮୨ କେଜି ଓଜନ ଉଠାଇବାରେ ବିଫଳ ହୋଇ ମୀରାବାଇ ଚାପରେ ପଡ଼ିଥିଲେ, କିନ୍ତୁ ଏକ ପ୍ରକୃତ ଚାମ୍ପିଅନ୍ ଭଳି ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ସ୍ନାଚ୍‌ରେ ଚମତ୍କାର ପ୍ରଦର୍ଶନ କରି ୮୫ କେଜି ଏବଂ କ୍ଲିନ୍ ଆଣ୍ଡ ଜର୍କରେ ୧୦୫ କେଜି ଓଜନ ଉଠାଇ ମୋଟ ୧୯୦ କେଜି ସଫଳତା ହାସଲ କରିଥିଲେ।

ଏହି ଚମତ୍କାର ପ୍ରଦର୍ଶନ ବଳରେ ସେ କମନୱେଲ୍ଥ ଏବଂ କମନୱେଲ୍ଥ ଗେମ୍ସର ସ୍ନାଚ୍, କ୍ଲିନ୍ ଆଣ୍ଡ ଜର୍କ ଏବଂ ମୋଟ ଓଜନର ନୂତନ ରେକର୍ଡ ନିଜ ନାଁରେ କରିଛନ୍ତି। ନାଇଜେରିଆର ରୌପ୍ୟ ପଦକ ବିଜେତା ରୁଥ୍ ଅସୁକ୍ୱୁ ନିୟୋଙ୍ଗ ମୋଟ ୧୬୮ କେଜି ଉଠାଇ ଦ୍ଵିତୀୟ ସ୍ଥାନରେ ରହିଥିବାବେଳେ, ମୀରାବାଇ ତାଙ୍କଠାରୁ ଏକକାଳୀନ ୨୨ କେଜି ଆଗରେ ରହି ନିଜର ଏକଛତ୍ରବାଦ ଆଧିପତ୍ୟ ଜାହିର କରିଥିଲେ।

ଆଗକୁ ଆସିବାକୁ ଥିବା ଏସୀୟ କ୍ରୀଡ଼ାକୁ ଦୃଷ୍ଟିରେ ରଖି ମୀରାବାଇ ସୁରକ୍ଷା ଦୃଷ୍ଟିରୁ ତୃତୀୟ ପ୍ରୟାସରୁ ଓହରି ଯାଇଥିଲେ। ତାଙ୍କର ଏହି କ୍ରମଗତ ତୃତୀୟ ସ୍ୱର୍ଣ୍ଣ ପଦକ ସଫଳତା ଦେଶରେ ଖୁସିର ଲହରୀ ଖେଳାଇ ଦେଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।