Commonwealth Games 2026: କମନୱେଲ୍ଥ ଗେମ୍ସରେ ଭାରତର ସ୍ୱର୍ଣ୍ଣ ଆଶା, ତିନି ଜୁଡୋକା ଫାଇନାଲରେ

Jul 31, 2026 - 19:25
Commonwealth Games 2026: କମନୱେଲ୍ଥ ଗେମ୍ସରେ ଭାରତର ସ୍ୱର୍ଣ୍ଣ ଆଶା, ତିନି ଜୁଡୋକା ଫାଇନାଲରେ

କମନୱେଲ୍ଥ ଗେମ୍ସରେ ଭାରତୀୟ କ୍ରୀଡ଼ାବିତଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ଗ୍ଲାସଗୋରେ ଜୁଡୋରେ ଭାରତର ତିନି ଖେଳାଳି ସ୍ୱର୍ଣ୍ଣ ପଦକ ପାଇଁ ଲଢ଼ିବେ। ସେହିପରି ବକ୍ସିଂ ଓ ଆଥଲେଟିକ୍ସରେ ମଧ୍ୟ ଭାରତର ପଦକ ଆଶା ଜୋରଦାର ରହିଛି।

ପୁରୁଷ ୬୦ କେଜି ବର୍ଗରେ ହର୍ଷ ସିଂହ ଏବଂ ମହିଳା ୫୭ କେଜି ଓ ୪୮ କେଜି ବର୍ଗରେ ଯାମିନୀ ମୌର୍ଯ୍ୟ ଓ ଅସ୍ମିତା ଦେ ସଫଳତାର ସହ ଫାଇନାଲରେ ପ୍ରବେଶ କରିଛନ୍ତି। ଏବେ ଏହି ତିନି ଜଣ ସ୍ୱର୍ଣ୍ଣ ପଦକ ପାଇଁ ମୁକାବିଲା କରିବେ। ବକ୍ସିଂରେ ଅଙ୍କୁଶ ପଙ୍ଗାଲ ଓ ପ୍ରୀତି ମଧ୍ୟ ଫାଇନାଲରେ ସ୍ଥାନ ପକ୍କା କରି ସ୍ୱର୍ଣ୍ଣ ଆଶାକୁ ଉଜ୍ଜ୍ୱଳ କରିଛନ୍ତି। ଏହାସହ ଜୈସମିନ୍ ଲାମ୍ବୋରିଆଙ୍କ ସମେତ ଆଠ ଜଣ ଭାରତୀୟ ବକ୍ସର ସେମିଫାଇନାଲରେ ରିଙ୍ଗକୁ ଓହ୍ଲାଇବେ ଏବଂ ସମସ୍ତେ ଦେଶ ପାଇଁ ଅତି କମରେ ଗୋଟିଏ ପଦକ ନିଶ୍ଚିତ କରିସାରିଛନ୍ତି।

ସେପଟେ ଆଥଲେଟିକ୍ସରେ ଅଲିମ୍ପିକ୍ ଚାମ୍ପିଅନ୍ ନୀରଜ ଚୋପ୍ରା ପୁରୁଷ ଜାଭେଲିନ୍ ଥ୍ରୋ ଫାଇନାଲରେ ସ୍ୱର୍ଣ୍ଣ ପଦକ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ। ଡେକାଥଲନ୍‌ରେ ତେଜସ୍ୱିନ ଶଙ୍କର ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏପର୍ଯ୍ୟନ୍ତ କମନୱେଲ୍ଥ ଗେମ୍ସରେ ଭାରତ ମୋଟ ୧୭ଟି ପଦକ ଜିତି ଦମଦାର ପ୍ରଦର୍ଶନ ଜାରି ରଖିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।