Commerce Day: ଆଇସିଏମ୍‌ଏଆଇରେ ଅନ୍ତର୍ଜାତୀୟ ବାଣିଜ୍ୟ ଦିବସ

Aug 03, 2026 - 23:33
Commerce Day: ଆଇସିଏମ୍‌ଏଆଇରେ ଅନ୍ତର୍ଜାତୀୟ ବାଣିଜ୍ୟ ଦିବସ

"ଭୁବନେଶ୍ବର: ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଷ୍ଟ ଆକାଉଣ୍ଟାଣ୍ଟ୍‌ସ ଅଫ୍‌ ଇଣ୍ଡିଆ (ଆଇସିଏମ୍‌ଏଆଇ) ଭୁବନେଶ୍ବର ଶାଖା ପକ୍ଷରୁ ଅନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳନ କରାଯାଇଛି।

ଅନୁଷ୍ଠାନର ନୟାପଲ୍ଲୀସ୍ଥିତ ଶାଖାରେ "କମର୍ସ ଅଫ୍‌ ଦି ସଷ୍ଟେନେବଲ୍‌ ଫ୍ୟୁଚର: ଏମ୍ପାୱାରିଂ ଟୁମରୋଜ୍‌ କଷ୍ଟ୍‌ ଆଣ୍ଡ୍‌ ମ୍ୟାନେଜମେଣ୍ଟ୍‌ ଆକାଉଣ୍ଟାଣ୍ଟ୍‌ସ" ଶୀର୍ଷକ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

Advertisment ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ସେ ୫ଟି "ଏମ୍‌" ଓ ୫ଟି "ଏନ୍‌" ପ୍ରତି ଧ୍ୟାନ ଦେବାକୁ ଆହ୍ବାନ ଦେଇଥିଲେ।

ସେହି ପାଞ୍ଚ "ଏମ୍‌" ହେଉଛି ମା, ମାଟି, ମାତୃଭାଷା, ମୋବାଇଲ୍‌ ଓ ମଦମୁକ୍ତ ଓଡ଼ିଶା ଏବଂ ପାଞ୍ଚ "ଏନ୍‌" ହେଉଛି ନିରୋଗ, ନିରହଙ୍କାର, ନିରାଡ଼ମ୍ବର, ନିଡର ଓ ନିଶାମୁକ୍ତ ପରିବେଶ।

ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ଓଡ଼ିଶାର ଲୋକମାନେ କାହିଁକି ଗରିବ ରହିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ ଛାତ୍ରଛାତ୍ରୀମାନଙ୍କୁ ସେ କହିଥିଲେ ଯେ ରାଜ୍ୟର ମାଟି ତଳେ ଖଣିଜ ସମ୍ପଦ, ମାଟି ଉପରେ ଜଙ୍ଗଲ ଓ ମାଟି କଡ଼ରେ ୫୮୦ କିଲୋମିଟରର ବିସ୍ତୃତ ବେଳାଭୂମି ରହିଛି।

ଏଭଳି ସମ୍ପଦ ଅନ୍ୟ କୌଣସି ରାଜ୍ୟର ନ ଥିବା ବେଳେ ତଥାପି ଓଡ଼ିଆମାନେ ଗରିବ ହୋଇ ରହିବା ଚିନ୍ତାର ବିଷୟ।

ଓଡ଼ିଶାର ପ୍ରାଚୀନ ବାଣିଜ୍ୟ ଐତିିହ୍ୟ ଅତ୍ୟନ୍ତ ଗୌରବମୟ ଥିଲା ବୋଲି କହିଥିଲେ।

ଡିଏସ୍‌ବିଏମ୍‌ର ପ୍ରିନ୍‌ସିପାଲ୍‌ ଡ.

ଡି ଏନ୍‌ ମିଶ୍ର କହିଥିଲେ ଯେ ରାଜ୍ୟ ଓ ଦେଶର ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ୁଥିବାରୁ ବାଣିଜ୍ୟ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଚାହିଦା ସେହି ଅନୁସାରେ ବୃଦ୍ଧି ପାଉଛି।

ଦେଶରେ ଘୋଷଣା ହେଉଥିବା ନିଯୁକ୍ତି ଯୋଜନାଗୁଡ଼ିକ ସର୍ବଦା ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ସୁହାଇଥାଏ ବୋଲି ସେ କହିଥିଲେ।

ବିଶିଷ୍ଟ ଇନ୍‌ୱେକ୍‌ର ଆବାହିକା ସ୍ବାତୀ କେଜ୍ରିୱାଲ ବାଣିଜ୍ୟ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ ଏହାର ମହତ୍ବ ସମ୍ପର୍କରେ ବୁଝାଇଥିଲେ।

ଏହି ଅବସରରେ ଆଇସିଏମ୍‌ଏଆଇ ଭୁବନେଶ୍ବରର ଅଧ୍ୟକ୍ଷ ସିଏମ୍‌ଏ ଅବିନାଶ କୋଟ୍‌ନି, ଆଇସିଏମ୍‌ଏଆଇ-ଇଆଇଆର୍‌ସିର ଅଧ୍ୟକ୍ଷ ଡ.

ଦାମୋଦର ମିଶ୍ର ଓ ଭୁବନେଶ୍ବର ଶାଖାର ପୂର୍ବତନ ଅଧ୍ୟକ୍ଷ ସିଏମ୍‌ଏ ଶରତ କୁମାର ବେହେରା ଉପସ୍ଥିତ ଥିଲେ।

Commercial LPG: ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ୨୦୨ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା, ଆଜିଠାରୁ ନୂତନ ମୂଲ୍ୟ ଲାଗୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।