CMOରୁ ଫାଇଲ୍ ଗାଏବ ,କ୍ୟାପିଟାଲ ଥାନାରେ ହାଜର ହେଲେ ମନୋଜ ମିଶ୍ର

Jul 18, 2026 - 14:27
CMOରୁ ଫାଇଲ୍ ଗାଏବ ,କ୍ୟାପିଟାଲ ଥାନାରେ ହାଜର ହେଲେ ମନୋଜ ମିଶ୍ର

ଭୁବନେଶ୍ବର : CMOରୁ ଫାଇଲ୍ ହଜିବା ଘଟଣାରେ କ୍ୟାପିଟାଲ ଥାନାରେ ହାଜର ହେଲେ ତତ୍କାଳୀନ ଆଇଟି ସଚିବ ମନୋଜ କୁମାର ମିଶ୍ର । ଫାଇଲ୍ ହଜିବା ଘଟଣାରେ ରାଜେଶ ବର୍ମା ଏବଂ ମନୋଜ ମିଶ୍ରଙ୍କୁ ନୋଟିସ୍ ଜାରି କରିଥିଲା କମିଶନରେଟ ପୋଲିସ । ଆସନ୍ତା ୨୨ତାରିଖ ସୁଦ୍ଧା ହଜାର ହୋଇ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି  ମନୋଜ ମିଶ୍ର । 

ସୂଚନାନୁସାରେ, CMOରୁ ୨ଟି ଗୁରୁତ୍ତ୍ୱପୂର୍ଣ୍ଣ ଫାଇଲ ( ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ତଦନ୍ତ ଫାଇଲ ) ହଜିବା ଘଟଣାରେ ୨ ଜଣ ଅଧିକାରୀଙ୍କୁ ସମନ ଜାରି କରିଥିଲା କମିଶନରେଟ୍ ପୋଲିସ । ପୂର୍ବତନ IT ସଚିବ ମନୋଜ କୁମାର ମିଶ୍ର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ କୁମାର ବର୍ମାଙ୍କୁ ନୋଟିସ ଜାରି ହୋଇଥିଲା । ୩ ଦିନ ଭିତରେ ତଦନ୍ତକାରୀ ଅଫିସରଙ୍କ ପାଖରେ ହାଜର ହୋଇ ସେମାନଙ୍କ ପକ୍ଷ ରଖିବାକୁ କୁହାଯାଇ ଥିଲା । ୨୦୨୪ ଜୁନ୍ ୪ରେ ଗୃହ ବିଭାଗକୁ ସିଏମ୍ଓରୁ ସବୁ ଫାଇଲ୍ ଫେରିଥିଲା । କିନ୍ତୁ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡର ତଦନ୍ତ ରିପୋର୍ଟ ଫେରିନଥିଲା । ଏ ନେଇ ବିଧିବଦ୍ଧ ଭାବେ କ୍ୟାପିଟାଲ୍ ଥାନାରେ FIRର ପରେ ଲୋକସେବା ଭବନରେ ପୋଲିସ୍ ଘଣ୍ଟାଚକଟା କରିଥିଲା ।

ସେହିସମୟରେ ମନୋଜ ମିଶ୍ର ଆଇଟି ସଚିବ ସହ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ OSD ଭାବେ କାର୍ଯ୍ୟ କରୁଥିଲେ । ସେହିପରି ୧୯୮୭ ବ୍ୟାଚର IAS ଅଧିକାରୀ ରାଜେଶ ବର୍ମା ୨୦୧୭ ଜାନୁଆରୀରୁ ୨୦୨୨ ଅଗଷ୍ଟ ପର୍ଯ୍ୟନ୍ତ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ । ସେମାନଙ୍କ ପାଖରେ ଯଦି ଏହି ତଦନ୍ତ କମିସନ ଫାଇଲ୍ ସମ୍ପର୍କିତ କୌଣସି ଡକ୍ୟୁମେଣ୍ଟ, ରେକର୍ଡ ଅଛି ଇଲେକ୍ଟ୍ରୋନିକ୍ ଡିଭାଇସ୍ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଅଛି ତେବେ ତାହାକୁ ଆଣିବାକୁ ମଧ୍ୟ କୁହାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।