CM-Suvendu-Adhikari: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ପଶ୍ଚିମବଙ୍ଗ ପୁଲିସରେ ୧ ଲକ୍ଷ ନିଯୁକ୍ତି

Oct 11, 2026 - 09:41
CM-Suvendu-Adhikari: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ପଶ୍ଚିମବଙ୍ଗ ପୁଲିସରେ ୧ ଲକ୍ଷ ନିଯୁକ୍ତି

"କୋଲକାତା: ପଶ୍ଚିମବଙ୍ଗ ପୁଲିସରେ ଆସନ୍ତା ୫ ବର୍ଷ ମଧ୍ୟରେ ୧ ଲକ୍ଷ ପୁଲିସ କର୍ମଚାରୀ ନିଯୁକ୍ତ କରାଯିବ।

ଏଥିମଧ୍ୟରୁ ୧୨ ହଜାର ପୁଲିସ କର୍ମଚାରୀଙ୍କୁ ଖୁବ୍‌ଶୀଘ୍ର ନିଯୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟରେ ଆଇନଶୃଙ୍ଖଳାକୁ ଅଧିକ ମଜଭୁତ କରିବା ପାଇଁ ଏହି ପଦକ୍ଷେପ ନିଆଯିବ।

ମହାଳୟା ଅବସରରେ ବ୍ରିଗେଡ୍‌ ପରେଡ୍‌ ଗ୍ରାଉଣ୍ଡରେ ଏକୀକୃତ ଜରୁରୀକାଳୀନ ହେଲ୍ପଲାଇନ୍‌ ନମ୍ବର ୧୧୨ର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏହି ସୂଚନା ଦେଇଛନ୍ତି।Advertisment ଦୁର୍ଗାପୂଜା ପୂର୍ବରୁ ୧୧ ହଜାର କନେଷ୍ଟବଳ ନିଯୁକ୍ତି ଏହି ଅବସରରେ ରାଜ୍ୟ ପୁଲିସକୁ ୪୫୦ଟି ସ୍କର୍ପିଓ ଗାଡ଼ି ଓ ୪୫୦ଟି ମୋଟରସାଇକେଲ୍‌ ହସ୍ତାନ୍ତର କରାଯାଇଥିଲା।

ପୁଲିସ ବିଭାଗରେ ଖାଲି ପଡ଼ିଥିବା ପଦବି ପୂରଣ କରିବା ସହ ଆଧୁନିକ ପ୍ରଶିକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଦୁର୍ଗାପୂଜା ପୂର୍ବରୁ ୧୧ ହଜାରରୁ ଅଧିକ କନଷ୍ଟେବଳ ଏବଂ ପ୍ରାୟ ୩୦୦ ଜଣ ସବ୍‌-ଇନ୍ସପେକ୍ଟରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ଆଗେଇ ନିଆଯିବ।

ଏହାବ୍ୟତୀତ ଗାଡ଼ିଚାଳକଙ୍କ ଅଭାବ ଦୂର କରିବା ପାଇଁ ମନ୍ତ୍ରିମଣ୍ଡଳ ୧,୫୦୦ଟି ଡ୍ରାଇଭର ପଦବିକୁ ଅନୁମୋଦନ କରିଛି।

ପୁଲିସ ନିଯୁକ୍ତି ବୋର୍ଡ ଓ ଲୋକସେବା ଆୟୋଗ ମାଧ୍ୟମରେ ଏହି ନିଯୁକ୍ତି କରାଯିବ।

ଜରୁରୀକାଳୀନ ସେବାରେ ପ୍ରତିକ୍ରିୟା ସମୟ ହ୍ରାସ ଉପରେ ଗୁରୁତ୍ୱ ୧୧୨ ହେଲ୍ପଲାଇନ୍‌ ମାଧ୍ୟମରେ ପୁଲିସ, ଅଗ୍ନିଶମ ବିଭାଗ ଓ ଚିକିତ୍ସା ସେବା ଭଳି ଜରୁରୀକାଳୀନ ସେବାଗୁଡ଼ିକୁ ଗୋଟିଏ ମଞ୍ଚରେ ଯୋଡ଼ିବାର ଯୋଜନା ରହିଛି।

ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ କହିବା ଅନୁଯାୟୀ, ପଶ୍ଚିମବଙ୍ଗ ପୁଲିସର ହାରାହାରି ଜରୁରୀକାଳୀନ ପ୍ରତିକ୍ରିୟା ସମୟ ପ୍ରାୟ ୯୦ ମିନିଟ୍‌।

ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟର ଉଦାହରଣ ଦେଇ ସେ କହିଛନ୍ତି ଯେ, ସେଠାରେ ୬ରୁ ୧୦ ମିନିଟ୍‌ ମଧ୍ୟରେ ପୁଲିସ ସହାୟତା ମିଳିବାର ବ୍ୟବସ୍ଥା ରହିଛି।

ପଶ୍ଚିମବଙ୍ଗରେ ମଧ୍ୟ ଏହି ସମୟକୁ କମାଇବା ଆବଶ୍ୟକ।

ଆସନ୍ତା ଏକ ବର୍ଷ ମଧ୍ୟରେ ରାଜ୍ୟର ପ୍ରତ୍ୟେକ ପୁଲିସ ଥାନାକୁ ଚାରୋଟି ମୋଟରସାଇକେଲ୍‌ ଓ ଚାରୋଟି କାର୍‌ ଯୋଗାଇଦେବାକୁ ଯୋଜନା ରହିଛି।

ଏଥିପାଇଁ ପର୍ଯ୍ୟାପ୍ତ ଗାଡ଼ିଚାଳକ, ପ୍ରଶିକ୍ଷିତ କର୍ମଚାରୀ ଏବଂ ଦକ୍ଷ ନିୟନ୍ତ୍ରଣ କକ୍ଷର ଆବଶ୍ୟକତା ରହିଛି।

Judgement: ବିଭାଗୀୟ ବୈଷୟିକ କମିଟି ଗଠନ ସଂକ୍ରାନ୍ତରେ ହାଇକୋର୍ଟ‌ରେ ତଥ୍ୟ ରଖିବେ ସରକାର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)