CM Delhi Tour: ଆଜିଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଗୁରୁଗାଓଁରେ କରିବେ ରୋଡ୍ ସୋ'
ଭୁବନେଶ୍ୱର ୦୬/୦୮: ଆଜି ଅପରାହ୍ନରେ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀ ଓ ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଟିମ ଓଡିଶା ବିଭିନ୍ନ ନିବେଶକାରୀଙ୍କ ସହ ଆଲୋଚନା କରିବେ । ଓଡ଼ିଶାରେ ଥିବା ଶିଳ୍ପାୟନର ସୁଯୋଗ ଫାଇଦା ନେବାକୁ ବିଭିନ୍ନ କମ୍ପାନୀକୁ ଆମନ୍ତ୍ରଣ କରିବେ।
ଅଧିକ ପଢ଼ନ୍ତୁ :- Investment Summit: ୭ରେ ନୂଆଦିଲ୍ଲୀରେ ଦୁଇଦିନିଆ ନିବେଶକ ସମ୍ମିଳନୀ, ଶିଳ୍ପଗୋଷ୍ଠୀ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଫୁଡ୍ ପ୍ରୋ ୨୦୨୬ ମୁଖ୍ୟ ଆକର୍ଷଣ
ଏଥର ଫୋକସରେ ରହିବ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ମେଟାଲ ଡାଉନଷ୍ଟ୍ରିମ ଶିଳ୍ପ । ଆଇଓସିଏଲ, ନାଲ୍କେ ଭଳି କମ୍ପାନୀ କିଭଳି ରାଜ୍ୟରେ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ଜରିଆରେ ଉତ୍ପାଦ ବଢାଇବେ, ସେ ନେଇ ରାଉଣ୍ଡଟେବଲ ବୈଠକ ବସିବ । ଦିଲ୍ଲୀ ସମେତ ଗୁରୁଗାଓଁରେ ମୁଖ୍ୟମନ୍ତ୍ରୀ ରୋଡ ସୋ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଏବଂ ଶିଳ୍ପ ସଚିବ ମଧ୍ୟ ଯିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।