Clear Survey 2025-26: ସ୍ବଚ୍ଛ ସର୍ବେକ୍ଷଣ ୨୦୨୫-୨୬: ପ୍ରଥମ ପାଇଁ କସରତ, ହେଲେ
"ଭୁବନେଶ୍ୱର: ସ୍ବଚ୍ଛତାରେ ପ୍ରତିଯୋଗିତାମୂଳକ ମନୋଭାବ ବଢ଼ାଇବାକୁ ଦେଶର ବଛା ବଛା ସହରକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସ୍ବଚ୍ଛ ସର୍ବେକ୍ଷଣ ୨୦୨୫-୨୬।
କେଉଁ ସହର କେତେ ସ୍ବଚ୍ଛ ଓ ପରିମଳ ପରିଚାଳନାରେ କେତେ ଦକ୍ଷ, ତାର ମୂଲ୍ୟାଙ୍କନ ଚାଲିଛି।
କେନ୍ଦ୍ରୀୟ ଦଳ ପକ୍ଷରୁ ମାସେ ତଳୁ ଏହାର ଆକଳନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାବେଳେ ରାଜ୍ୟର ରାଜଧାନୀ ଭୁବନେଶ୍ବରକୁ ଏଥିରେ ୧ ନମ୍ବର କରିବାକୁ ବିଏମ୍ସି କସରତ ଆରମ୍ଭ କରିଛି।
ସ୍ବଚ୍ଛ କର୍ମୀଙ୍କଠାରୁ ଆରମ୍ଭ କରି ସ୍ବଚ୍ଛତା ଦାୟିତ୍ବ ମୁଣ୍ଡାଇଥିବା ଏଜେନ୍ସି, ସଂପୃକ୍ତ ଅଧିକାରୀଙ୍କୁ ନେଇ ଘନ ଘନ ବୈଠକ ସହ ତୃଣମୂଳସ୍ତରରୁ ଦୋଷତ୍ରୁଟି ସଜାଡ଼ିବାକୁ ପ୍ରୟାସ ଜାରି ରଖିଛି।
ହେଲେ ନାଳ ସଫେଇଠାରୁ ଆରମ୍ଭ କରି ପରିମଳ ସମସ୍ୟା ଏତେ ଯେ ଏକ ନମ୍ବର ଆସନ ହାସଲ ପାଇଁ ବିଏମ୍ସିକୁ ଢେର ପରିଶ୍ରମ କରିବାକୁ ପଡ଼ିବ ବୋଲି ବୁଦ୍ଧିଜୀବୀମହଲରେ ମତ ପ୍ରକାଶ ପାଇଛି।Advertisment MoU: ଆଇଏମ୍ବି-ଏନ୍ଆଇଏସ୍ଏମ୍ ଏଲ୍ଓୟୁ ସ୍ବାକ୍ଷର ସେପଟେ ଏହି ରିପୋର୍ଟ କମିସନର୍ଙ୍କ ସହ ଏବେ ଯେଉଁ ବରିଷ୍ଠ ଅଧିକାରୀମାନେ ବିଏମ୍ସି ଦାୟିତ୍ବରେ ମୁଣ୍ଡାଇଛନ୍ତି, ସେମାନଙ୍କ କାର୍ଯ୍ୟଦକ୍ଷତାର ପ୍ରମାଣ ଦେବ।
ରୢାଙ୍କିଙ୍ଗ୍ରେ ତଳକୁ ଖସିଲେ, ସ୍ବଚ୍ଛତାରେ ବିଫଳତାର ପ୍ରମାଣ ଦେବ।
୯ମରୁ ଉପରକୁ ଉଠିଲେ, ସଫଳ ଭାବେ ଧରାଯିବ।
ଏଣୁ ଏହାକୁ ଅଗ୍ନି ପରୀକ୍ଷା ଭାବେ ଅଧିକାରୀମାନେ ଧରି ନେଇଛନ୍ତି।
ସ୍ବଚ୍ଛ ଭାରତ ମିସନ ଅଧୀନରେ ସାରା ଦେଶରେ ସ୍ବଚ୍ଛ ସର୍ବେକ୍ଷଣ ସର୍ଭେ କରାଯାଉଛି।
୫୦ହଜାରରୁ ୩ଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା, ୩ଲକ୍ଷରୁ ୧୦ଲକ୍ଷ ଜନସଂଖ୍ୟା ଓ ୧୦ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର, ଏଭଳି ତିନିଟି ବର୍ଗରେ ସର୍ଭେ କରାଯାଉଛି।
ବର୍ଜ୍ୟବସ୍ତୁ ସଂଗ୍ରହ, ପୃଥକୀକରଣ ଓ ପ୍ରକ୍ରିୟାକରଣ, ସର୍ବସାଧାରଣ ରାସ୍ତାଘାଟ, ବଜାର ସଫେଇ, ଶୌଚାଳୟ ବ୍ୟବସ୍ଥା ଆଦିକୁ ମାନଦଣ୍ଡ ଭାବେ ଧରାଯାଉଛି।
ଏଥିରେ ସହରବାସୀଙ୍କ ମତାମତ ବି ଅନେକ ଗୁରୁତ୍ବ ବହନ କରୁଛି।
BMC's motto: ବିଏମ୍ସିର ଜୀବେଦୟା: ପଶୁଙ୍କୁ ପାଣି, ପକ୍ଷୀଙ୍କୁ ବସା ୨୦୨୧-୨୨ ସ୍ବଚ୍ଛ ସର୍ବେକ୍ଷଣ ସର୍ଭେରେ ବିଏମ୍ସି ସାରା ଦେଶରେ ୧୦୭ ନମ୍ବର ସ୍ଥାନରେ ରହିଥିଲା।
କିନ୍ତୁ ଗତବର୍ଷ ସ୍ବଚ୍ଛତାରେ ଏକାଥରକେ ୯ମ ସ୍ଥାନକୁ ଲମ୍ବାଡିଆଁ ମାରିଛି। ଏପ୍ରିଲ ୯ ତାରିଖରେ ମେୟର ନିଜ ଶାସନର ୪ ବର୍ଷ ପୂର୍ତ୍ତି ପାଳନ ଅବସରରେ ସ୍ବଚ୍ଛତାରେ ବିଏମ୍ସିକୁ ୧୦୭ରୁ ୯ମ ସ୍ଥାନକୁ ଆଣିବା ତାଙ୍କର ଓ ତାଙ୍କ ଟିମ୍ର ପରିଶ୍ରମର ଫଳ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି।
ଏବେ ସେ ସ୍ବଚ୍ଛତାରେ ବିଏମ୍ସିକୁ ୧ ନମ୍ବରକୁ ଆଣିବାକୁ ପଣ କରିଛନ୍ତି।
୨୦୨୪-୨୫ ସ୍ବଚ୍ଛ ସର୍ବେକ୍ଷଣ ସମୟରେ ବିଏମ୍ସିର କମିସନର୍ ଥିଲେ ରାଜେଶ ପ୍ରଭାକର ପାଟିଲ।
ଏଣୁ ଏହି ଶ୍ରେୟର ଭାଗୀଦାର ମଧ୍ୟ ଥିଲେ ଶ୍ରୀ ପାଟିଲ୍।
ଏବେ ଚଞ୍ଚଳ ରାଣା କମିସନର୍ ଦାୟିତ୍ବରେ ରହିଛନ୍ତି।
ଶ୍ରୀ ରାଣା ବି ନୂଆ ଦାୟିତ୍ବ ଗ୍ରହଣ ବେଳେ ବିଏମ୍ସିକୁ ସ୍ବଚ୍ଛତାରେ ୧ ନମ୍ବରକୁ ଆଣିବେ ବୋଲି ଗଣମାଧ୍ୟମ ଆଗରେ କହିଥିଲେ।
ଏଣୁ ଶ୍ରୀ ରାଣାଙ୍କ ପାଇଁ ଏହା ଅଗ୍ନି ପରୀକ୍ଷା ସଦୃଶ ହୋଇଛି।
ଏଣୁ ମେୟରଙ୍କ ସହ ଶ୍ରୀ ରାଣା ଗଣସଫେଇ କରିବା ସହ ବର୍ଜ୍ୟସଂଗ୍ରହ ଓ ପରିମଳ ପ୍ରକ୍ରିୟାରେ ସୁଧାର ଆଣିବାରେ ଲାଗି ପଡ଼ିଛନ୍ତି।
ସ୍ବଚ୍ଛ କର୍ମୀମାନେ ଘରକୁ ଘର ବୁଲି ଲୋକଙ୍କଠାରୁ ସିଧାସଳଖ ସ୍ବଚ୍ଛତା ଉପରେ ମତ ସଂଗ୍ରହ କରୁଛନ୍ତି।"