Class 1 Textbook Blunder: ପ୍ରଥମ ଶ୍ରେଣୀ ବହିରେ ସାଂଘାତିକ ତ୍ରୁଟି, ଜାତୀୟ ସଙ୍ଗୀତରେ ଉତ୍କଳକୁ ଲେଖା ହୋଇଛି ‘ଉତ୍ଳଳ’

Aug 05, 2026 - 17:13
Class 1 Textbook Blunder: ପ୍ରଥମ ଶ୍ରେଣୀ ବହିରେ ସାଂଘାତିକ ତ୍ରୁଟି, ଜାତୀୟ ସଙ୍ଗୀତରେ ଉତ୍କଳକୁ ଲେଖା ହୋଇଛି ‘ଉତ୍ଳଳ’

ପୁଣି ତେଜିଲା ଭୁଲ ବହି ବିବାଦ । ପ୍ରଥମ ଶ୍ରେଣୀ ବହିରେ ସାଂଘାତିକ ତ୍ରୁଟି । ବହି ଆରମ୍ଭରୁ  ‘ଆମ ଜାତୀୟ ସଙ୍ଗୀତ’ରେ ବଡ଼ ଭୁଲ । ଜାତୀୟ ସଙ୍ଗୀତରେ ଉତ୍କଳକୁ ‘ଉତ୍ଳଳ’ ଲେଖା ହୋଇଛି। ପ୍ରଥମ ଶ୍ରେଣୀ ଭାଷା ଓ ପରିବେଶ ସମନ୍ବିତ ପାଠ୍ୟ ପୁସ୍ତକ ଝୁଲଣା-୧ରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳିଛି । ଆହୁରି ସଂଗୀନ କଥା ହେଲା, ପ୍ରଥମ ଶ୍ରେଣୀରେ ସବୁ ସ୍ବରବର୍ଣ୍ଣ କି ବ୍ୟଞ୍ଜନବର୍ଣ୍ଣ ନାହିଁ।

ବହିରେ ପ୍ରଥମ ଅକ୍ଷର ରହିଛି ‘ଚ’। ‘ଚ’ରୁ ପିଲାଙ୍କୁ ଅକ୍ଷର ଶିଖାଯାଉଛି। ଏହା ପରେ ରହିଛି ଟ, ମ, ଗ ଓ ର । ଏହା ପରେ ଯାଇ ଆସୁଛି ‘ଅ’ ଓ ‘ଆ’ ଏବଂ ତା ପରେ ‘ଝ’ ଓ ‘କ’। ପ୍ରଥମ ଶ୍ରେଣୀର ପିଲା ହୋଇଥିବାରୁ ବହିରେ ଯାହା ଲେଖା ହୋଇଛି ତାହା ଠିକ୍  ବୋଲି ଧରି ନେଉଛନ୍ତି।  ଏହାକୁ ନଛପାଇ ସମସ୍ତ ଅଭିଭାବକଙ୍କୁ ପିଡିଏଫ ଫାଇଲ୍ ପଠାଯାଇଛି। ବହିରେ ବିଚିତ୍ର ପାଠକୁ ନେଇ ଅଭିଭାବକଙ୍କ ମଧ୍ୟରେ ତେଜିଛି ଅସନ୍ତୋଷ। ତେବେ ଏନେଇ ଶିକ୍ଷା ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । 

ସଂଶୋଧିତ ପାଠ୍ୟ ପୁସ୍ତକ ତ୍ରୁଟି ସମ୍ପର୍କିତ ଖବର ନେଇ ସ୍ପଷ୍ଟୀକରଣ ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ତ୍ରୁଟି ସମ୍ପର୍କିତ ଖବରର କୌଣସି ଯଥାର୍ଥତା ନାହିଁ କହିଲା ବିଭାଗ ।
ଶିକ୍ଷାବିତ ଓ ବିଶେଷଜ୍ଞଙ୍କ ମତାମତ ଆଧାରରେ ସଂଶୋଧନ ଜାରି ରହିଛି । ଖୁବଶୀଘ୍ର ସଂଶୋଧିତ ପାଠ୍ୟ ପୁସ୍ତକ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ।

ପ୍ରଥମ ଶ୍ରେଣୀ ବହିରେ ବଡ଼ ଭୁଲ୍

ପାଠ୍ୟ ପୁସ୍ତକ ଝୁଲଣା-୧ରେ ବ୍ୟାପକ ତ୍ରୁଟି
ସବୁ ସ୍ବରବର୍ଣ୍ଣ କି ବ୍ୟଞ୍ଜନବର୍ଣ୍ଣ ନାହିଁ
ବହିରେ ପ୍ରଥମ ଅକ୍ଷର ରହିଛି ‘ଚ’
‘ଚ’ରୁ ପିଲାଙ୍କୁ ଅକ୍ଷର ଶିଖାଯାଉଛି
ପରେ ଆସୁଛି ଟ, ମ, ଗ ଓ ର
ବିଚିତ୍ର ପାଠକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।