CJP Protest: ସିଜେପି ଛାତ୍ର ଆନ୍ଦୋଳନ ସମର୍ଥନରେ ମୁମ୍ବାଇରେ ବିକ୍ଷୋଭ: ୪୦୦ ଜଣଙ୍କ ବିରୋଧରେ ୧୩ଟି ଏଫଆଇଆର୍ ରୁଜୁ

Jul 23, 2026 - 12:49
CJP Protest: ସିଜେପି ଛାତ୍ର ଆନ୍ଦୋଳନ ସମର୍ଥନରେ ମୁମ୍ବାଇରେ ବିକ୍ଷୋଭ: ୪୦୦ ଜଣଙ୍କ ବିରୋଧରେ ୧୩ଟି ଏଫଆଇଆର୍ ରୁଜୁ

"ମୁମ୍ବାଇ: ନୂଆଦିଲ୍ଲୀରେ "କୋକରୋଚ୍ ଜନତା ପାର୍ଟି" (ସିଜେପି) ର ନେତୃତ୍ୱରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ମୁମ୍ବାଇର ବିଭିନ୍ନ ସ୍ଥାନରେ ବିନା ଅନୁମତିରେ ପ୍ରଦର୍ଶନ କରାଯିବା ପ୍ରସଙ୍ଗରେ ମୁମ୍ବାଇ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଗତ ୫ ଦିନ ମଧ୍ୟରେ ସହରର ବିଭିନ୍ନ ପୁଲିସ ଷ୍ଟେସନରେ ପ୍ରାୟ ୪୦୦ ଜଣଙ୍କ ବିରୋଧରେ ୧୩ଟି ମାମଲା ରୁଜୁ କରାଯାଇଛି।

ବେଆଇନ ସଭାସମିତି, ଜନସାଧାରଣଙ୍କ ଗମନାଗମନରେ ବାଧା ସୃଷ୍ଟି କରିବା ଏବଂ ସରକାରୀ ଆଦେଶ ଅମାନ୍ୟ କରିବା ଅଭିଯୋଗରେ ଏହି ମାମଲାଗୁଡ଼ିକ ରୁଜୁ କରାଯାଇଛି।

ଏଫଆଇଆରରେ ନାମିତ ବ୍ୟକ୍ତିମାନଙ୍କୁ ନୋଟିସ୍ ଜାରି କରାଯାଇ ଛାଡ଼ିଦିଆଯାଇଛି।

ସିବାଜୀ ପାର୍କ, ଚୈତ୍ୟଭୂମି, ଚେମ୍ବୁର ଓ ଶିବସେନା ଭବନ ସମେତ ସହରର ଏକାଧିକ ସ୍ଥାନରେ ପୁଲିସର ବିନା ଅନୁମତିରେ ଏହି ସଭା ଓ ଶୋଭାଯାତ୍ରା କରାଯାଇଥିଲା।Advertisment ମୋଦୀଙ୍କ ବିରୋଧରେ ସ୍ଲୋଗାନବାଜି ଜୁଲାଇ ୧୯ ରେ ଦିଲ୍ଲୀର ଜନ୍ତର ମନ୍ତରରୁ ଆନ୍ଦୋଳନରତ ସମାଜସେବୀ ସୋନମ ୱାଙ୍ଗଚୁକଙ୍କୁ ସଫଦରଜଙ୍ଗ ହସ୍ପିଟାଲ ସ୍ଥାନାନ୍ତର କରାଯିବା ପ୍ରତିବାଦରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଶିବାଜୀ ପାର୍କଠାରେ ଆୟୋଜିତ ଏକ ସମାବେଶକୁ ସମ୍ବୋଧିତ କରିଥିଲେ।

ସେହିପରି ଦାଦରସ୍ଥିତ ଚୈତ୍ୟଭୂମିଠାରେ ବିନା ଅନୁମତିରେ ହୋଇଥିବା ପ୍ରଦର୍ଶନକୁ ନେଇ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରଖିଛି।

ସେହିପରି ବୁଧବାର ସିଜେପି ସମର୍ଥକମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ବିରୋଧରେ କଡ଼ା ପୁଲିସ ସୁରକ୍ଷା ମଧ୍ୟରେ ଚେମ୍ବୁରର ଡକ୍ଟର ବାବାସାହେବ ଆମ୍ବେଦକର ପାର୍କ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପରୀକ୍ଷା ପଦ୍ଧତିରେ ସଂସ୍କାର ଓ ପ୍ରଶ୍ନପତ୍ର ଲିକ୍ ବିରୋଧରେ ସ୍ଲୋଗାନ ଦେଉଥିବା ଅନେକ ଆନ୍ଦୋଳନକାରୀଙ୍କୁ ପୁଲିସ ଗାଡ଼ିରେ ଉଠାଇ ନେଇ ଅଟକ ରଖିବା ସହ ବାକି ପ୍ରଦର୍ଶନକାରୀଙ୍କୁ ଛତ୍ରଭଙ୍ଗ ଦେଇଥିଲା।

ଅପରପକ୍ଷରେ, ଶିବସେନା ଭବନ ବାହାରେ ମଧ୍ୟ ପ୍ରଦର୍ଶନକାରୀମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସ୍ଲୋଗାନବାଜି କରିଥିଲେ।

War: ଚଳିତ ସପ୍ତାହରେ ଇରାନ ଏବଂ ଆମେରିକା ମଧ୍ୟରେ ବଡ଼ ଧରଣର ଯୁଦ୍ଧ ଆଶଙ୍କା!

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।