CHSE: ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା କଟ୍-ଅଫ୍, ରେଭେନ୍ସା ପ୍ରଥମ ପସନ୍ଦ
"ଭୁବନେଶ୍ବର: ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ନାମଲେଖା ପାଇଁ ପ୍ରଥମ କଟ୍-ଅଫ୍ ମାର୍କ ପ୍ରକାଶ କରାଯାଇଛି ।
ଚଳିତବର୍ଷ ମଧ୍ୟ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସର୍ବାଧିକ କଟ୍-ଅଫ୍ ସହ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି ।ରେଭେନ୍ସାର କଳାବିଭାଗରେ ୮୧ ପ୍ରତିଶତ, ବିଜ୍ଞାନ ବିଭାଗରେ ୯୩.୪୦ ପ୍ରତିଶତ ଏବଂ ବାଣିଜ୍ୟ ବିଭାଗରେ ୮୨.୪୦ ପ୍ରତିଶତ କଟ୍-ଅଫ୍ ରହିଛି ।
ବିଶେଷକରି ବିଜ୍ଞାନ ବିଭାଗରେ ୯୩ ପ୍ରତିଶତରୁ ଅଧିକ କଟ୍-ଅଫ୍ ରହିଥିବାରୁ ଏହା ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ବୋଲି ପୁଣିଥରେ ସ୍ପଷ୍ଟ ହୋଇଛି ।Advertisment ପ୍ରାର୍ଥୀମାନେ ଆବଶ୍ୟକ କାଗଜପତ୍ର ସହ ନାମଲେଖା ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦିଆଯାଇଛି କଟ୍-ଅଫ୍ ପ୍ରକାଶ ପରେ ଛାତ୍ରଛାତ୍ରୀମାନେ ନିଜ ମାର୍କ ସହ କଟ୍-ଅଫ୍ ତୁଳନା କରି ନାମଲେଖା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ନିର୍ଦ୍ଧାରିତ ସମୟ ମଧ୍ୟରେ ଚୟନ ହୋଇଥିବା ପ୍ରାର୍ଥୀମାନେ ଆବଶ୍ୟକ କାଗଜପତ୍ର ସହ ନାମଲେଖା ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦିଆଯାଇଛି ।
ଚଳିତବର୍ଷ ମଧ୍ୟ ଉଚ୍ଚ କଟ୍-ଅଫ୍ ମାର୍କ ଦେଖାଇ ଦେଇଛି ଯେ, ରାଜ୍ୟର ଶ୍ରେଷ୍ଠ କଲେଜଗୁଡ଼ିକରେ ଆଡମିଶନ୍ ପାଇଁ ପ୍ରତିଯୋଗିତା ପୂର୍ବବର୍ଷ ଭଳି ଏଥର ମଧ୍ୟ ବେଶ୍ କଡ଼ା ରହିଛି ।
Beef Smuggler Arrested: ଗୋମାଂସ ବୋଝେଇ ସ୍କୁଟି ଜବତ, ଚାଲାଣକାରୀ ଗିରଫ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।