Fresh Arrest in Azad Nagar Explosion Probe: ଆଜାଦ ନଗର ବିସ୍ଫୋରଣ ମାମଲାରେ ଆଉ ଜଣେ ଗିରଫ, ଧରାପଡିଲା ଉତ୍ତର ପ୍ରଦେଶରେ

Jul 08, 2026 - 14:23
Fresh Arrest in Azad Nagar Explosion Probe: ଆଜାଦ ନଗର ବିସ୍ଫୋରଣ ମାମଲାରେ ଆଉ ଜଣେ ଗିରଫ, ଧରାପଡିଲା ଉତ୍ତର ପ୍ରଦେଶରେ

ଭୁବନେଶ୍ବର ସୁନ୍ଦରପଦା ଆଜାଦ ନଗର ବିସ୍ଫୋରଣ ମାମଲାରେ ଆଉ ଜଣେ ଗିରଫ। ୭ ମାସ ପରେ ୟୁପିରୁ ରୋହନ ରଞ୍ଜନ ରାଉତରାୟକୁ ଗିରଫ କଲା NIA। ରୋହନର ଘର ପଟିଆରେ। ଗତ ଜାନୁଆରୀ ୨୭ରେ ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ପୂର୍ବରୁ ଆଜାଦନଗରରେ ପହଞ୍ଚି ସରଜମିନ ଯାଞ୍ଚ କରିଥିଲା NIA ଟିମ।

ବିସ୍ଫୋରଣ ଘଟଣା, ଅପରାଧିକ ଲିଙ୍କ, ଆତଙ୍କୀ ହମଲା ସମ୍ପର୍କିତ ତଦନ୍ତ କରୁଛି NIA ।  ମୁଖ୍ୟ ଅଭିଯୁକ୍ତ ସେହେନବାଜ ମଲ୍ଲିକ ଓରଫ ମଫି ଓ ତା ମା' ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ତଦନ୍ତ ପ୍ରକ୍ରିୟା ବେଳେ ବିପୁଳ ପରିମାଣର ବିସ୍ଫୋରକ RDX ଜବତ ହୋଇଥିଲା। ଏତେ ପରିମାଣର RDX କେଉଁଠାରେ ବ୍ୟବହାର ହୋଇଥାନ୍ତା ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ଏକାଧିକ ଲୋକଙ୍କୁ ପଚରାଉଚରା ଜାରି ରଖିଛି NIA । .... 

ଏୟାରଫିଲ୍ଡ ବିସ୍ଫୋରଣ: ଆଉ ଜଣେ ଗିରଫ
ଭୁବନେଶ୍ବର ଆଜାଦ ନଗର ବିସ୍ଫୋରଣ ମାମଲାରେ ଆଉ ଜଣେ ଗିରଫ
୭ ମାସ ପରେ ୟୁପିରୁ ରୋହନ ରଞ୍ଜନ ରାଉତରାୟକୁ ଗିରଫ କଲା NIA
ଗତ ଜାନୁଆରୀ ୨୭ରେ ବୋମା ଭିଡ଼ୁଥିବା ବେଳେ ହୋଇଥିଲା ବିସ୍ଫୋରଣ 
ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା
NIAର ଛାନ୍ ଭିନ୍  ଜାରି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।