Choudwar Jail Escape Ends: ପରୋଲରେ ଆସି ଚମ୍ପଟ୍ ମାରିଥିବା ଦୋଷୀ ୯ ବର୍ଷ ପରେ ଗିରଫ; ଚୌଦ୍ବାରରୁ ଫେରାର, ଅମୃତସରରୁ ଧରାପଡ଼ିଲା

Jun 30, 2026 - 19:22
Choudwar Jail Escape Ends:  ପରୋଲରେ ଆସି ଚମ୍ପଟ୍ ମାରିଥିବା ଦୋଷୀ ୯ ବର୍ଷ ପରେ ଗିରଫ; ଚୌଦ୍ବାରରୁ ଫେରାର, ଅମୃତସରରୁ ଧରାପଡ଼ିଲା

ଚୌଦ୍ୱାରରୁ ଫେରାର ଥିଲା, ଅମୃତସରରୁ ଧରାପଡ଼ିଲା। ଚୌଦ୍ୱାର ଜେଲରୁ ଫେରାର ଥିବା ଆଜୀବନ କାରାଦଣ୍ଡପ୍ରାପ୍ତ ହତ୍ୟା ଅଭିଯୁକ୍ତ ଧରାପଡ଼ିଲା।
ଅଭିଯୁକ୍ତ ସାଜିଦ ଖାନ୍ ୨୦୦୮ ମସିହାରେ ଜଣେ ମହିଳାଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିଲା। ୨୦୧୭ରେ ପାରୋଲରେ ବାହାରକୁ ଆସିଥିଲେ ମଧ୍ୟ ସେ ଆଉ ଜେଲକୁ ଫେରିନଥିଲା। 

୨୦୨୫ରେ ତାକୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା। ଏହାପରେ କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ପ୍ରାୟ ସପ୍ତାହେ ଧରି ତାଙ୍କୁ ଟ୍ରାକ୍ କରିଥିଲା। ବାରମ୍ବାର ଠିକଣା ବଦଳାଇ ହକର ଭାବେ ଲୁଚି ରହୁଥିବା ସାଜିଦ ଖାନକୁ ପଞ୍ଜାବ ଅମୃତସରରୁ ଶେଷରେ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

  • ଚୌଦ୍ବାରରୁ ଫେରାର, ଅମୃତସରରୁ ଧରାପଡ଼ିଲା
  • ପରୋଲରେ ଆସି ଚମ୍ପଟ୍ ମାରିଥିବା ଦୋଷୀ ୯ ବର୍ଷ ପରେ ଗିରଫ
  • ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିଳା ସାଜିଦ ଖାନ୍
  • ସାଜିଦ ଖାନକୁ ଅମୃତସରରୁ ଗିରଫ କଲା କମିଶନରେଟ୍ ପୋଲିସ
  • ଚୌଦ୍ବାରରେ ୨୦୦୮ରେ ମହିଳାଙ୍କୁ ହତ୍ୟା କରି ଆଜୀବନ ସଜା କାଟୁଥିଲା
  • ୨୦୧୭ରେ ୩ ମାସ ପାଇଁ ପରୋଲରେ ଆସି ଚମ୍ପଟ୍ ମାରିଥିଲା
  • ଅମୃତସରରେ ନାଁ ବଦଳାଇ ଫୟାଜ ଖାନ ନାଁରେ ହକ୍କର କାମ କରୁଥିଲା