Chirag Paswan: ଆରକ୍ଷଣ ଦୟା ନୁହେଁ, ସାମ୍ବିଧାନିକ ଅଧିକାର: ଯନ୍ତର-ମନ୍ତର ଆନ୍ଦୋଳନ ମଧ୍ୟରେ ଚିରାଗ ପାସୱାନଙ୍କ ଦୃଢ଼ ମତ
"ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତର-ମନ୍ତରରେ ଜାତିଭିତ୍ତିକ ଆରକ୍ଷଣ ବ୍ୟବସ୍ଥା ବିରୋଧରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ କେନ୍ଦ୍ରମନ୍ତ୍ରୀତଥା ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଅଧ୍ୟକ୍ଷ ଚିରାଗ ପାସୱାନ ଆରକ୍ଷଣ ସପକ୍ଷରେ ମତ ରଖିଛନ୍ତି।
ଅଗଷ୍ଟ ୨୨ ତାରିଖରେ ପାଟନା ବିମାନବନ୍ଦରରେ ଦିଲ୍ଲୀ ଯିବା ପୂର୍ବରୁ ସାମ୍ବାଦିକମାନଙ୍କ ସହ କଥା ହୋଇ ସେ କହିଛନ୍ତି ଯେ, କାହାର ଦାବି କିମ୍ବା ଆନ୍ଦୋଳନ ଯୋଗୁଁ ଆରକ୍ଷଣ ବ୍ୟବସ୍ଥାକୁ ହଠାତ୍ ବନ୍ଦ କରାଯାଇପାରିବ ନାହିଁ।
ଏହା କାହାର ଦୟା ନୁହେଁ, ବରଂ ସମ୍ବିଧାନ ପ୍ରଦତ୍ତ ଅଧିକାର ବୋଲି ସେ କହିଛନ୍ତି।Advertisment ପାସୱାନ କହିଛନ୍ତି, ଦୀର୍ଘ ସମୟ ଧରି ସାମାଜିକ ଓ ଜାତିଗତ ଭେଦଭାବର ଶିକାର ହୋଇଥିବା ବର୍ଗଙ୍କୁ ସମାଜର ମୁଖ୍ୟଧାରାକୁ ଆଣିବା ଆରକ୍ଷଣ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ।
ଅନୁସୂଚିତ ଜାତି ଓ ଜନଜାତି ସମେତ ବଞ୍ଚିତ ବର୍ଗଙ୍କ ପାଇଁ ସମ୍ବିଧାନରେ ଏହି ବ୍ୟବସ୍ଥା କରାଯାଇଛି।
୨୧ଶ ଶତାବ୍ଦୀରେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରୁ ଜାତିଗତ ଭେଦଭାବର ଘଟଣା ସାମ୍ନାକୁ ଆସୁଥିବାରୁ ସାମାଜିକ ନ୍ୟାୟର ଆବଶ୍ୟକତା ଏବେ ବି ରହିଛି ବୋଲି ସେ ମତ ଦେଇଛନ୍ତି।
ଆହୁରି ପଢନ୍ତୁ : Himachalpradesh: ହିମାଚଳରେ ମୌସୁମୀ ବର୍ଷାର ତାଣ୍ଡବ: ୫୫ ଦିନରେ ୨୨୪ ମୃତ, ୧୪୯ ରାସ୍ତା ଏବେ ବି ବନ୍ଦ ଯନ୍ତର-ମନ୍ତରରେ ଅଗଷ୍ଟ ୨୧ ଓ ୨୨ ତାରିଖରେ "ଆରକ୍ଷଣ ହଟାଅ ଆନ୍ଦୋଳନ" ଅଧୀନରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ।
ଆନ୍ଦୋଳନକାରୀମାନେ ଜାତି ଆଧାରରେ ନୁହେଁ, ଆର୍ଥିକ ସ୍ଥିତିକୁ ଆରକ୍ଷଣ ଓ ସରକାରୀ ସହାୟତାର ମୁଖ୍ୟ ଆଧାର କରିବାକୁ ଦାବି କରୁଛନ୍ତି।
ଶୁକ୍ରବାର ଆନ୍ଦୋଳନରେ ଅନୁମତି ସମୟ ଶେଷ ହେବା ପରେ ମଧ୍ୟ ଯନ୍ତର-ମନ୍ତରରେ ରହିଥିବା ୫୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ପୁଲିସ ଅଟକ ରଖିଥିଲା।
ତେବେ ଆନ୍ଦୋଳନକାରୀଙ୍କ ଦାବି ଉପରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ପାସୱାନ କହିଛନ୍ତି।
ସେ କହିଛନ୍ତି, ଆରକ୍ଷଣକୁ ନେଇ କୌଣସି ଭୁଲ ବୁଝାମଣା ଦେଶର ବଡ଼ ଜନସଂଖ୍ୟା ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିପାରେ।
ତେଣୁ ଆନ୍ଦୋଳନକାରୀମାନେ ନିଜ ଦାବିକୁ ବ୍ୟବସ୍ଥିତ ଭାବେ ସରକାରଙ୍କ ନିକଟରେ ରଖିଲେ ସେମାନଙ୍କ ସହ ଆଲୋଚନା କରାଯିବ।
ଆର୍ଥିକ ଭାବେ ଦୁର୍ବଳ ସାଧାରଣ ବର୍ଗ ପାଇଁ ସରକାର ପୂର୍ବରୁ ୧୦ ପ୍ରତିଶତ ଇଡବ୍ଲ୍ୟୁଏସ୍ ଆରକ୍ଷଣ ଲାଗୁ କରିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

