Chief Minister Takes Charge of Drug Destruction Drive: ନିଶାଦ୍ରବ୍ୟ ନଷ୍ଟ ଅଭିଯାନ, ନିଜେ ମୁଖ୍ୟମନ୍ତ୍ରୀ ଚଳାଇଲେ ରୋଡ ରୋଲର
ନିଜେ ଡ୍ରଗ୍ସ ଓ କଫ ସିରଫଗୁଡିକୁ ରୋଡ୍ ରୋଲରରେ ନଷ୍ଟ କରି ଆସାମରେ ନିଶାଦ୍ରବ୍ୟ ନଷ୍ଟ ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଗତକାଲି ନାଲବାରୀ ଜିଲ୍ଲାରେ ଥିବା ଆସାମ ପୋଲିସ ବାଟାଲିୟନ କ୍ୟାମ୍ପସ ପରିସରରେ ରାଜ୍ୟସ୍ତରୀୟ ଡଗ୍ରସ ଡିସପୋଜାଲ୍ ଅଭିଯାନ ଆରମ୍ଭ ହୋଇଛି । ଏହି ଅବସରରେ ନିଜେ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ରୋଡ ରୋଲର ଚଳାଇ ଜବତ ଡ୍ରଗ୍ସଗୁଡିକୁ ନଷ୍ଟ କରିଥିଲେ ।
ଏହି ଅଭିଯାନରେ ଆସାମ ପୋଲିସ ପକ୍ଷରୁ ୪୭୨ କୋଟିରୁ ଅଧିକ ଟଙ୍କାର ଜବତ ନିଶାଦ୍ରବ୍ୟକୁ ନଷ୍ଟ କରାଯିବ। ଏଥିରେ ହେରୋଇନ, ଗଞ୍ଜେଇ, କଫ ସିରଫ, ଟାବଲେଟ, କ୍ୟାପସୁଲ, ଅଫିସ ଏବଂ କୋକେନ୍ ଭଳି ନିଶାଦ୍ରବ୍ୟ ରହିଛି । ଏସବୁକୁ ନଷ୍ଟ କରିବା ଲାଗି ୧୦ ଦିନ ଲାଗିବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ।
ନିଶାସେବନ ବିରୋଧୀ ଅଭିଯାନରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବ ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି । ମିଆଁମାରରୁ ମଣିପୁର ଓ ମିଜୋରାମ ଦେଇ ଆସାମକୁ ଡ୍ରଗ୍ସ ଆସୁଛି । ଆଉ ଆସାମରୁ ଦେଶର ଅନ୍ୟଭାଗକୁ ଚାଲାଣ ହେଉଥିବା କହିଛନ୍ତି ବିଶ୍ବଶର୍ମା ।
ଆସାମରେ ନିଶାଦ୍ରବ୍ୟ ନଷ୍ଟ ଅଭିଯାନ ଆରମ୍ଭ
ନିଜେ ରୋଡ ରୋଲର ଚଳାଇ ନଷ୍ଟ କଲେ ମୁଖ୍ୟମନ୍ତ୍ରୀ
ଡ୍ରଗ୍ସ ଓ କଫ ସିରପ ନଷ୍ଟକଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା
୪୭୨ କୋଟିରୁ ଅଧିକ ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଛି
ଜବତ ନିଶାଦ୍ରବ୍ୟକୁ ନଷ୍ଟ କରିବା ଲାଗି ୧୦ ଦିନ ଲାଗିବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।