28 JUNE 2026

Welcome!

Unlock your personalized experience.
Sign Up

Chief Minister: ମା’ମାନେ ବିକାଶର ନେତୃତ୍ୱ ନେବେ: ମୁଖ୍ୟମନ୍ତ୍ରୀ

Jun 28, 2026 - 02:25
Chief Minister: ମା’ମାନେ ବିକାଶର ନେତୃତ୍ୱ ନେବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହିଳାମାନଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶା ରାଜ୍ୟ ମହିଳା ଉଦ୍ୟମିତା ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି। ନିତି ଆୟୋଗ ସହାୟତାରେ ଆରମ୍ଭ ହୋଇଥିବା ଏହି ପ୍ଲାଟ୍‌ଫର୍ମ (ଓମେନ୍‌ ଏଣ୍ଟରପ୍ରେନ୍ୟୁୟରସିପ୍‌ ପ୍ଲାଟଫର୍ମ-ଓଡ଼ିଶା ଚାପ୍ଟର) କେବଳ ଏକ ଅନୁଷ୍ଠାନ ନୁହେଁ, ବରଂ ଓଡ଼ିଶାର ବିକାଶ ଯାତ୍ରାରେ ମହିଳାମାନଙ୍କ ଅର୍ଥନୈତିକ ନେତୃତ୍ୱର ଏକ ମହାଅଭିଯାନ ବୋଲି ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ’ ତଥା ଅନ୍ତର୍ଜାତୀୟ ଏମ୍‌ଏସ୍‌ଏମ୍‌ଇ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ  ମୁଖ୍ୟମନ୍ତ୍ରୀ କହିଛନ୍ତି।

Attack In Pakistan: କରାଚିରେ ବଡ଼ ଆତ୍ମଘାତୀ ଆକ୍ରମଣ, ୪ଜଣଙ୍କ ମୃତ୍ୟୁ

ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆମର ଲକ୍ଷ୍ୟ ହେଉଛି ଆମେ ଏମିତି ଏକ ଓଡ଼ିଶା ଗଠନ କରିବୁ, ଯେଉଁଠାରେ ମହିଳାମାନେ ଚାକିରି ଖୋଜିବେ ନାହିଁ, ବରଂ ଚାକିରି ସୃଷ୍ଟି କରିବେ, ବିଭିନ୍ନ ଉତ୍ପାଦର କେବଳ ଉପଭୋକ୍ତା ହେବେ ନାହିଁ, ବରଂ ଉତ୍ପାଦକୁ ନିଜେ ସୃଷ୍ଟି କରିବେ, ସେମାନେ ବିକାଶର କେବଳ ଅଂଶୀଦାର ହେବେ ନାହିଁ, ବରଂ ବିକାଶର ନେତୃତ୍ୱ ନେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓମେନ୍‌ ଏଣ୍ଟରପ୍ରେନ୍ୟୁୟରସିପ୍‌ ପ୍ଲାଟଫର୍ମ (ଡବ୍ଲୁଇପି)ର ଏକ ବର୍ଷର ଆକ୍ସନ ପ୍ଲାନ୍‌ର ମଧ୍ୟ ଶୁଭାରମ୍ଭ କରିଥିଲେ।

ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ସଶକ୍ତୀକରଣ କ୍ଷେତ୍ରରେ ‘ସୁଭଦ୍ରା ଯୋଜନା’ର ସଫଳତା ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ ଆଜି ଏକ କୋଟିରୁ ଅଧିକ ମହିଳା ଏହି ଯୋଜନାରେ ସଶକ୍ତ ହୋଇ ସ୍ୱାବଲମ୍ୱନ ପଥରେ ଅଗ୍ରସର ହେଉଛନ୍ତି। ଆଇଆଇଏମ୍‌ ସମ୍ବଲପୁର, ଏସ୍‌ବିଆଇ ଏବଂ ଏଆଇ ଭଏସ୍ ବଟ୍ ସର୍ଭେର ତଥ୍ୟ ଅନୁସାରେ ରାଜ୍ୟରେ ମହିଳା ପରିଚାଳିତ ଉଦ୍ୟୋଗ ସଂଖ୍ୟା ୨୫ ପ୍ରତିଶତରୁ ବୃଦ୍ଧି ପାଇ ୫୩ ପ୍ରତିଶତ, ଅର୍ଥାତ୍ ଦୁଇ ଗୁଣରୁ ଅଧିକ ହୋଇଛି। ଏହା ସହିତ ହିତାଧିକାରୀମାନଙ୍କର ହାରାହାରି ବ୍ୟାଙ୍କ ଜମା ୬,୮୮୭ ଟଙ୍କା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ନୂତନ ଭାବେ ଗଠିତ ଡବ୍ଲୁଇପି ପ୍ଲାଟ୍‌ଫର୍ମ ଜରିଆରେ ମିସନ୍‌ ଶକ୍ତି, ଏମ୍‌ଏସ୍‌ଏମ୍‌ଇ, ଷ୍ଟାର୍ଟଅପ୍ ଓଡ଼ିଶା, ବ୍ୟାଙ୍କ ଏବଂ ଶିଳ୍ପ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ମହିଳାମାନଙ୍କୁ ଆର୍ଥିକ ସହାୟତା, ବଜାର ସୁବିଧା, ମେଣ୍ଟରସିପ୍, ସ୍କିଲ୍ ଡେଭଲପ୍‌ମେଣ୍ଟ ଆଦି ସମସ୍ତ ସୁବିଧା ଗୋଟିଏ ମଞ୍ଚରେ ଯୋଗାଇ ଦିଆଯିବ। ହସ୍ତତନ୍ତ, ସ୍କିଲ୍, ହୋମ୍ ଷ୍ଟେ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଅନେକ ନୂତନ ସହଭାଗିତା ଓ ସହଯୋଗ ମଧ୍ୟ ଆଜି ଆରମ୍ଭ କରାଯାଇଛି। ରାଜ୍ୟର ଅର୍ଥନୈତିକ ବିକାଶରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ମୂଳ ଇଞ୍ଜିନ୍ ଭାବେ ଅଭିହିତ କରି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଭିତ୍ତିଭୂମି ବିକାଶ ପାଇଁ ଅନେକ ନୂତନ ପଦକ୍ଷେପ ଆରମ୍ଭ କରିଛନ୍ତି। 

ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ

ଓଡ଼ିଶା ମହିଳା ଉଦ୍ୟମିତା ପ୍ଲାଟ୍‌ଫର୍ମ ଆରମ୍ଭ
ବାଲେଶ୍ୱରରେ ରାଇସ୍ ମିଲିଂ କ୍ଲଷ୍ଟର୍‌ ଉଦ୍‌ଘାଟିତ
ପାହାଳରେ ରସଗୋଲା କ୍ଲଷ୍ଟର୍‌ର ଶିଳାନ୍ୟାସ
ଗଞ୍ଜାମ ଓ କଳାହାଣ୍ଡିରେ ୨ଟି ମଲ୍‌ଟି-ପ୍ରଡକ୍ଟ ଏମ୍‌ଏସ୍‌ଏମ୍‌ଇ ପାର୍କ ଲୋକାର୍ପିତ

ଏହି ଅବସରରେ ବାଲେଶ୍ୱରଠାରେ ୨୪ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ‘ରାଇସ୍ ମିଲିଂ କ୍ଲଷ୍ଟର୍‌’ର ଉଦ୍‌ଘାଟନ କରାଯାଇଛି, ଯାହା ରାଇସ୍ ବ୍ରାନ୍ ଅଏଲ୍ ଉତ୍ପାଦନକୁ ପ୍ରୋତ୍ସାହିତ କରିବ। ସେହିପରି ପାରମ୍ପରିକ ସୁସ୍ୱାଦୁ ଖାଦ୍ୟର ପ୍ରସାର ପାଇଁ ପାହାଳଠାରେ ୧୭ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ଏକ ‘ରସଗୋଲା କ୍ଲଷ୍ଟର୍‌’ ପାଇଁ ଶିଳାନ୍ୟାସ କରାଯାଇଛି। ଏହାଦ୍ୱାରା ପାହାଳର ଦୈନିକ ଉତ୍ପାଦନ କ୍ଷମତା ୭ ହଜାର କେଜିରୁ ୧୧ ହଜାର କେଜିକୁ ବୃଦ୍ଧି ପାଇବ।  ଏହା ବ୍ୟତୀତ ଗଞ୍ଜାମର ବରପାଲି ଓ କଳାହାଣ୍ଡିର କେସିଙ୍ଗାଠାରେ ୧୦ କୋଟି ଟଙ୍କା ଲେଖାଏଁ ବ୍ୟୟରେ ୨ଟି ‘ମଲ୍ଟି-ପ୍ରଡକ୍ଟ ଏମ୍‌ଏସ୍‌ଏମ୍‌ଇ ପାର୍କ’ର ଉଦ୍‌ଘାଟନ କରାଯାଇଛି। ଆଗାମୀ ଦିନରେ ଏକ ଇଞ୍ଜିନିୟରିଂ କ୍ଲଷ୍ଟର୍‌, ମୁଦ୍ରଣ ଓ ପ୍ୟାକେଜିଂ କ୍ଲଷ୍ଟର୍‌ ଏବଂ କାଜୁ କ୍ଲଷ୍ଟର୍‌ର ଶୁଭାରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ମଲ୍ଟି ପ୍ରଡକ୍ଟ ଏମ୍‌ଏସ୍‌ଏମ୍‌ଇ ପାର୍କ ସ୍ଥାପନ କରାଯାଉଛି ବୋଲି ସେ କହିଥିଲେ। ଏହି  କାର୍ଯ୍ୟକ୍ରମରେ ନିତି ଆୟୋଗ ଉପାଧ୍ୟକ୍ଷ ଡ. ଅଶୋକ କୁମାର ଲାହିରୀ ଯୋଗ ଦେଇ କହିଥିଲେ, ଓଡ଼ିଶାର ଜିଏସ୍‌ଡିପି ଅଭିବୃଦ୍ଧି ହାର ଜାତୀୟ ଜିଡିପିଠାରୁ ଅଧିକ। ରାଜ୍ୟର ସ୍ୱାସ୍ଥ୍ୟ ଏବଂ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ଯୋଗୁଁ ନୀତି ଆୟୋଗର ବିତ୍ତୀୟ ସ୍ବାସ୍ଥ୍ୟ ସୂଚକାଙ୍କ-୨୦୨୬ରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି। ଓଡ଼ିଶା ବର୍ତ୍ତମାନ ବୟନଶିଳ୍ପ ଓ ପର୍ଯ୍ୟଟନ ଭଳି ପ୍ରଚୁର ସୁଯୋଗ ଥିବା କ୍ଷେତ୍ରଗୁଡ଼ିକରେ ଆଗକୁ ବଢ଼ୁଥିବା ଦର୍ଶାଇ ଏହାକୁ ଏକ ‘ଡାଇନାମିକ ଓଡ଼ିଶା’ ବୋଲି ଅଭିହିତ କରିଥିଲେ।

Bharat Taxi ସହ ଯୋଡ଼ିଛନ୍ତି ୭ ଲକ୍ଷରୁ ଅଧିକ ସାରଥୀ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ ଆଜିଠାରୁ ମହିଳାମାନଙ୍କ ପାଇଁ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ସେମାନଙ୍କ ଦକ୍ଷତାକୁ ପ୍ରକାଶ କରିବା ପାଇଁ ଗୋଟିଏ ପ୍ଲାଟ୍‌ଫର୍ମର ଆବଶ୍ୟକତା ଥିଲା, ଯାହା ବାସ୍ତବତାରେ ପରିଣତ ହୋଇଛି। କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ନିତି ଆୟୋଗର କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ଆନା ରୟ, ମହିଳା ଓ ଶିଶୁ ବିକାଶ ବିଭାଗର କମିସନର ତଥା ଶାସନ ସଚିବ ଡ. ମୃଣାଳିନୀ ଦରସ୍ବାଲ ଏବଂ ଆଭାସୀ ମାଧ୍ୟମରେ ଗଞ୍ଜାମ, ବାଲେଶ୍ୱର, କଳାହାଣ୍ଡିଜିଲ୍ଲା ପ୍ରଶାସନ ସମେତ ବହୁ ଶିଳ୍ପପତି, ଅଣୁ ଓ କ୍ଷୁଦ୍ର ଉଦ୍ୟୋଗୀ ଏବଂ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସହସ୍ରାଧିକ ମହିଳା ଉଦ୍ୟୋଗୀ ଉପସ୍ଥିତ ଥିଲେ। ଏମ୍‌ଏସ୍‌ଏମ୍‌ଇ ବିଭାଗର କମିସନର ତଥା ଶାସନ ସଚିବ ରଶ୍ମିତା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓ ଶିଳ୍ପ ନିର୍ଦ୍ଦେଶିକା ଆବୋଲି ସୁନୀଲ ନରଭାଣେ ଧନ୍ୟବାଦ ଅର୍ପଣ କରିଥିଲେ ।