Chicken Biryani in School Mid-Day Meals: ତାମିଲନାଡୁ ସରକାରଙ୍କ ବଡ଼ ଯୋଜନା, ପିଲାଙ୍କୁ ମିଳିବ ଚିକେନ୍ ସର୍ପ୍ରାଇଜ୍!
ସ୍କୁଲ୍ ପିଲାଙ୍କ ପାଇଁ ଖୁସି ଖବର। ମାଧ୍ୟାହ୍ନ ଭୋଜନରେ ଏବେ ମିଳିପାରେ ସୁସ୍ବାଦୁ ଚିକେନ୍ ବିରିୟାନି। ସପ୍ତାହକୁ ଥରେ ସରକାରୀ ସ୍କୁଲ୍ ପିଲାଙ୍କ ଥାଳିରେ ପରସା ଯିବ ଗରମ ଗରମ ଚିକେନ୍ ବିରିୟାନି। ଏଭଳି ଏକ ନୂଆ ଯୋଜନା ଉପରେ ଚିନ୍ତା କରୁଛନ୍ତି ତାମିଲନାଡୁ ସରକାର।
ରାଜ୍ୟର ସ୍କୁଲ୍ ଶିକ୍ଷା ମନ୍ତ୍ରୀ ରାଜମୋହନ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ଆଗରେ ଏହି ପ୍ରସ୍ତାବ ରଖିଛନ୍ତି। ମନ୍ତ୍ରୀଙ୍କ କହିବା କଥା ତାମିଲନାଡୁ ସବୁବେଳେ ପିଲାଙ୍କ ପୋଷଣ ଓ ସ୍କୁଲ୍ ଭୋଜନ କ୍ଷେତ୍ରରେ ସାରା ଦେଶକୁ ବାଟ ଦେଖାଇ ଆସିଛି।
୧୯୫୦ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ କାମରାଜର ପ୍ରଥମ କରି ମିଡ୍-ଡେ ମିଲ୍ ଆରମ୍ଭ କରିଥିଲେ। ପରେ କରୁଣାନିଧି ଏଥିରେ ଅଣ୍ଡା ଯୋଡ଼ିଥିଲେ। ଏମ.ଜି.ଆର୍ ଏହାକୁ ଆହୁରି ସମୃଦ୍ଧ କରିଥିଲେ ଏବଂ ଜୟଲଳିତା ସପ୍ତାହସାରା ଅଣ୍ଡା ଦେବାର ବ୍ୟବସ୍ଥା କରିଥିଲେ। ପରେ ୨୦୨୨ରେ ଡିଏମକେ ସରକାର ସକାଳ ଜଳଖିଆ ଯୋଜନା ଆରମ୍ଭ କରିଥିଲେ। ଏବେ ସେହି ପରମ୍ପରାକୁ ଆଗକୁ ନେଇ ସପ୍ତାହକୁ ଥରେ ଚିକେନ୍ ବିରିୟାନି ଦେବାକୁ ପ୍ରସ୍ତାବ ଦିଆଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।