Chess Tournament: ସେଣ୍ଟ୍‌ଲୁଇସ ଗ୍ରାଣ୍ଡ ଚେସ୍‌: ପ୍ରଜ୍ଞାନନ୍ଦ ଶୀର୍ଷରେ

Aug 05, 2026 - 14:43
Chess Tournament: ସେଣ୍ଟ୍‌ଲୁଇସ ଗ୍ରାଣ୍ଡ ଚେସ୍‌: ପ୍ରଜ୍ଞାନନ୍ଦ ଶୀର୍ଷରେ

"ସେଣ୍ଟ୍‌ଲୁଇସ: ଭାରତୀୟ ଗ୍ରାଣ୍ଡ ମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ଏଠାରେ ଚାଲିଥିବା ସେଣ୍ଟ୍‌ଲୁଇସ ରାପିଡ୍‌ ଓ ବ୍ଲିଜ୍‌ ପ୍ରତିଯୋଗିତାରେ ଶୀର୍ଷରେ ରହିଛନ୍ତି।

୧୮ ପଏଣ୍ଟ୍‌ ବିଶିଷ୍ଟ ରାପିଡ୍‌ ପରେ ସେ ୧୨ ପଏଣ୍ଟ୍‌ ଅକ୍ତିଆର କରି ଏହି ସ୍ଥାନରେ ରହି ଚଳିବ ବର୍ଷ ହେବାକୁ ଥିବା ଗ୍ରାଣ୍ଡ ଚେସ୍‌ ଟୁର୍‌ (ଜିସିଟି) ଫାଇନାଲ୍ସ ଖେଳିବା ଆଶା ଉଜ୍ଜୀବିତ ରଖିଛନ୍ତି।

୨୦୨୬ ବିଶ୍ବ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରି ପାରି ନଥିବା ଏହି ଭାରତୀୟ ଚମତ୍କାର ଖେଳି ୯ ରାଉଣ୍ଡ ବିଶିଷ୍ଟ ରାପିଡ ବର୍ଗରେ ବିଜେତା ‌ହୋଇଛନ୍ତି।Advertisment ୧ ପଏଣ୍ଟ ଅଗ୍ରଣୀ ସହ ଶୀର୍ଷରେ ଶେଷ ରାଉଣ୍ଡରେ ସେ ଡଚ୍‌ ଜିଏମ୍‌ ଜୋର୍ଡାନ ଭାନ୍‌ ଫରେଷ୍ଟ୍‌ଙ୍କଠୁ ହାରି ଯାଇଥିଲେ।

ହେଲେ ୧ ପଏଣ୍ଟ ଅଗ୍ରଣୀ ସହ ଶୀର୍ଷରେ ରହିଥିଲେ।

ତାଙ୍କ ପଛରେ ଉଜବେକିସ୍ତାନର ଜାଭୋଖିର ସିନ୍ଦ୍ରାରୋଭ ଓ ଆମେରିକାର ୱେସ୍‌ଲେ ସୋ (୧୧ ପଏଣ୍ଟ୍‌) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ରାପିଡ୍‌ ପରେ ୧୮ ପଏଣ୍ଟ ବିଶିଷ୍ଟ ବ୍ଲିଜ୍‌ ଖେଳାଯିବ।

ଏହାପର ବିଜେତା ନିର୍ଣ୍ଣୟ ହେବ।

ଆମେରିକାର ଲେଭନ ଆରୋନିଆନ୍‌, ଲିନିଅର ଡୋମିନଗୁଏଜ ପେରେଜ, ନେଦରଲାଣ୍ଡ୍‌ସ ଅନିଶ ଗିରି, ଜର୍ମାନି ଭିନସେଣ୍ଟ୍‌ କେମର (ସମସ୍ତେ ୯ ପଏଣ୍ଟ୍‌) ଏବଂ ଆମେରିକାର ଫାବିଆନୋ କାରୁଆନା, ଫରେଷ୍ଟ୍‌ (୮ ପଏଣ୍ଟ୍‌) ଓ ଆମେରିକାର ଆୱଣ୍ଡର ଲିଓଙ୍ଗ (୫) ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହିଛନ୍ତି।

Messi donation: ମେସିଙ୍କ ମହାନତା: ମାଡ୍ରିଡ୍‌ ଅଗ୍ନିବିପନ୍ନଙ୍କୁ ସହାୟତା କଲେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।