Chandipura Virus: ଔଷଧ ନାହିଁ କି କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ: ଚାନ୍ଦିପୁରା ନେଲାଣି ୨୨ପିଲାଙ୍କ ଜୀବନ
"ଅହମଦାବାଦ: ଗୁଜରାଟରେ ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କଠାରେ ଚାନ୍ଦିପୁରା ଭାଇରସ୍ ପ୍ରକୋପ ବୃଦ୍ଧି ପାଉଛି।
ଏନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।
ଏପର୍ଯ୍ୟନ୍ତ ଏହି ଭାଇରସ୍ ଯୋଗୁଁ ୨୨ ଜଣ ପିଲାଙ୍କର ମୃତ୍ୟୁ ଘଟିଛି।
ରାଜ୍ୟରେ ୧୮୪ ସନ୍ଦିଗ୍ଧ ମାମଲା ରିପୋର୍ଟ ହୋଇଛି।
ସେଥିମଧ୍ୟରୁ ନମୁନା ପରୀକ୍ଷାରୁ ୩୫ ଜଣ ରୋଗୀଙ୍କଠାରେ ଚାନ୍ଦିପୁରା ଭାଇରସ୍ ସଂକ୍ରମଣ ହୋଇଥିବା ନିଶ୍ଚିତ ହୋଇଛି।
୧୧ ଟି ନମୁନାର ଫଳାଫଳ ଏବେ ବି ବାକି ଅଛି।
ବର୍ଦ୍ଧିତ ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ସତର୍କ କରାଇ ଦେଇଛନ୍ତି।
ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ମୋଡ୍ରେ ରହିଛନ୍ତି।Advertisment ଚାନ୍ଦିପୁରା ରେବଡୋଭିରିଡେ ଫ୍ୟାମିଲିର ଅଣୁଜୀବ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ, ସ୍ୱାସ୍ଥ୍ୟ ବିଭାଗ ରାଜ୍ୟବ୍ୟାପୀ ଚାନ୍ଦିପୁରା ଭାଇରସ୍ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି ଏବଂ ସମସ୍ତ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି।ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଫୁଲ ପାନଶେରିଆଙ୍କ ଅନୁଯାୟୀ,ବର୍ତ୍ତମାନ ୭ ଜଣ ଆକ୍ରାନ୍ତ ହସ୍ପିଟାଲର ଆଇସିୟୁରେ ଅଛନ୍ତି।
ସେମାନଙ୍କୁ ସୁପର-ସ୍ପେଶାଲିଷ୍ଟ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସା କରାଯାଉଛି।
ପ୍ରଫୁଲ ପାନଶେରିଆ କହିଛନ୍ତି ଯେ ଗାନ୍ଧୀନଗରରେ ସ୍ୱାସ୍ଥ୍ୟ ବିଭାଗ ଦଳ ରାଜ୍ୟର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର , ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସିଭିଲ୍ ହସ୍ପିଟାଲର ଡାକ୍ତରମାନଙ୍କ ସହିତ ଏକ ବୈଠକ କରିଛନ୍ତି।
ରୋଗୀଙ୍କ ଚିକିତ୍ସା ଏବଂ ଯତ୍ନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି।
ସେ କହିଛନ୍ତି ଯେ, ଚାନ୍ଦିପୁରା ଭାଇରସ୍ ପାଇଁ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ଔଷଧ କିମ୍ବା ନିର୍ଦ୍ଦିଷ୍ଟ ଚିକିତ୍ସା ଉପଲବ୍ଧ ନାହିଁ ଏବଂ ଆକ୍ରାନ୍ତଙ୍କୁ ସେମାନଙ୍କ ଲକ୍ଷଣ ଆଧାରରେ ଚିକିତ୍ସା କରାଯାଉଛି।
ସଂକ୍ରମିତ ପିଲାମାନଙ୍କୁ ଗାନ୍ଧୀନଗର, ସାବରକଣ୍ଠା-ହିମ୍ମତନଗର, ପାଟନ, ରାଜକୋଟ ଏବଂ ଭାବନଗରର ସିଭିଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି।
ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ୬ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।
ଗୁରୁତରଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି।
ସେ କହିଛନ୍ତି ଯେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରଭାବିତ ଅଞ୍ଚଳରେ ନଜର ରଖିବା ଏବଂ ପରୀକ୍ଷାକୁ କଡ଼ାକଡ଼ି କରିଛି ଏବଂ ସନ୍ଦିଗ୍ଧ ମାମଲାଗୁଡ଼ିକୁ ଚିହ୍ନଟ ତଥା ପୃଥକ କରିବା ପାଇଁ କାର୍ଯ୍ୟ କରୁଛି।
ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଆମର ଦଳ ଯଥାସମ୍ଭବ ଅଧିକରୁ ଅଧିକ ଗ୍ରାମରେ ପହଞ୍ଚିବା ପାଇଁ କାର୍ଯ୍ୟ କରୁଛନ୍ତି।
ବିଶେଷଜ୍ଞ ଡାକ୍ତର ଏବଂ ସ୍ୱାସ୍ଥ୍ୟ ଦଳ ଲକ୍ଷ୍ମଣ ପ୍ରକାଶ ପାଇଥିବା ସମସ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି।
ସେ କହିଛନ୍ତି, ଚାନ୍ଦିପୁରା ଭାଇରସ ମୁଖ୍ୟତଃ ସ୍ୟାଣ୍ଡ୍ ଫ୍ଲାଏ(ବାଲିଆମାଛି) କାମୁଡ଼ା ଦ୍ୱାରା ବ୍ୟାପିଥାଏ।
ଏହି ମାଛି ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ଦେଖାଯାଇଥାନ୍ତି।
ତେଣୁ ଲୋକଙ୍କୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପଡିବ।
ସ୍ୱାସ୍ଥ୍ୟମନ୍ତ୍ରୀ ନାଗରିକମାନଙ୍କୁ ସତର୍କ ରହିବା ଏବଂ ଗୁଜବରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି।
ସେ କହିଛନ୍ତି ଯେ ଝାଟିମାଟି ଘର କିମ୍ବା କାନ୍ଥରେ ଥିବା ଫାଟ ତୁରନ୍ତ ମରାମତି କରାଯିବା ଉଚିତ୍।
ଏହା ବ୍ୟତୀତ, ଯଦି ପିଲାମାନେ ଜ୍ୱର, ବାନ୍ତି, ମୂର୍ଚ୍ଛା କିମ୍ବା ଅନ୍ୟ କୌଣସି ଗୁରୁତର ଲକ୍ଷଣ ଅନୁଭବ କରନ୍ତି, ତେବେ ସେମାନେ ତୁରନ୍ତ ନିକଟତମ ସରକାରୀ ଜିଲ୍ଲା ଡାକ୍ତରଖାନା ସହିତ ଯୋଗାଯୋଗ କରିବା ଉଚିତ୍।
ସେ ନାଗରିକମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦଳ ସହିତ ସହଯୋଗ କରିବାକୁ ଏବଂ ଗୁଜବକୁ ଅଣଦେଖା କରିବାକୁ ଅନୁରୋଧ କରିଛନ୍ତି।
Kashmir Security Alert: କାଶ୍ମୀରରେ ନୂଆ ବିପଦ ଆଶଙ୍କା ନେଇ ସୁରକ୍ଷା ଏଜେନ୍ସି ସଜାଗ: ସମ୍ବେଦନଶୀଳ ଅଞ୍ଚଳ ଏବଂ ରାସ୍ତା ଚିହ୍ନଟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଚାନ୍ଦିପୁରା ଭାଇରସ୍ ରେବଡୋଭିରିଡେ ଫ୍ୟାମିଲିର ଅଣୁଜୀବ।
ଏହା ପଶ୍ଚିମ, କେନ୍ଦ୍ରୀୟ ଏବଂ ଦକ୍ଷିଣ ଭାରତରେ ବିଶେଷକରି ମୌସୁମୀ ଋତୁରେ ଏନସେଫାଲାଇଟିସ୍ ସିଣ୍ଡ୍ରୋମ୍ (ଏଇଏସ)ର ସମସ୍ୟା ସୃଷ୍ଟିକରିଥାଏ।
ଏହି ଭାଇରସ୍ ବାଲିଆମାଛି, ମଶା ଏବଂ ଅନ୍ୟ କିଛି କୀଟପତଙ୍ଗ ଦ୍ୱାରା ସଂକ୍ରମିତ ହୋଇଥାଏ।
ଗୁଜରାଟରେ, ବାଲିଆମାଛି ଫ୍ଲେବୋଟୋମସ୍ ପାପାଟାସିକୁ ଏହି ଭାଇରସ୍ର ମୁଖ୍ୟ ବାହକ ବୋଲି କୁହାଯାଇଥାଏ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।