chandigarh: ଘରେ କେହି ନଥିବା ବେଳେ ଜୀବନ ହାରିଲେ ଏଏସ୍ଆଇ

Oct 07, 2026 - 18:57
chandigarh: ଘରେ କେହି ନଥିବା ବେଳେ ଜୀବନ ହାରିଲେ ଏଏସ୍ଆଇ

"ଚଣ୍ଡୀଗଡ଼: ଚଣ୍ଡୀଗଡ଼ ପୁଲିସର କ୍ରାଇମ୍ ବ୍ରାଞ୍ଚରେ ନିଯୁକ୍ତ ଏଏସ୍‌ଆଇ ସତପାଲ ସିଂହ (୫୦) ମଙ୍ଗଳବାର ରାତିରେ ସେକ୍ଟର-୪୨ସ୍ଥିତ ନିଜ ସରକାରୀ କ୍ୱାର୍ଟର୍ସରେ ଜୀବନ ହାରି ଦେଇଛନ୍ତି।Advertisment ସୂଚନାଯୋଗ୍ୟ, ସତପାଲ ସିଂହ କ୍ରାଇମ୍ ବ୍ରାଞ୍ଚରେ ମାଲଖାନା ମୁନ୍‌ସି (ଜବତ ସାମଗ୍ରୀ ରଖାଯାଉଥିବା ଗୃହ) ଭାବେ କାର୍ଯ୍ୟରତ ଥିଲେ।

ମଙ୍ଗଳବାର ଦ୍ୱିପ୍ରହରରେ ଡ୍ୟୁଟି ସାରି ସେ ଘରକୁ ଫେରିଥିଲେ।

ସେତେବେଳେ ସେ ଘରେ ଏକୁଟିଆ ଥିଲେ।

ପରିବାରର ଅନ୍ୟ ସଦସ୍ୟମାନେ ରୋହତକରେ ଏକ ବିବାହ ସମାରୋହରେ ଯୋଗଦେବାକୁ ଯାଇଥିଲେ।

ସତପାଲ ସିଂହ ଝଜ୍ଜର ଜିଲ୍ଲାର ଜାଖୌଦା ଗାଁର ବାସିନ୍ଦା ଥିଲେ।

ସନ୍ଧ୍ୟାରେ ପରିବାର ସଦସ୍ୟମାନେ ତାଙ୍କୁ ଫୋନ୍ କରିଥିଲେ।

କିନ୍ତୁ ସେ ଫୋନ୍ ଉଠାଇ ନଥିଲେ।

ଏହାପରେ ପରିବାର ଲୋକେ ପଡ଼ୋଶୀଙ୍କୁ ଘରକୁ ଯାଇ ଦେଖିବାକୁ କହିଥିଲେ।

ପଡ଼ୋଶୀମାନେ କବାଟ ଖୋଲିବାକୁ ଚେଷ୍ଟା କରିଥିଲେ।

କିନ୍ତୁ କବାଟ ଖୋଲି ନଥିଲା।

ଫାଶୀରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଦେହ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲା।

ଏକ କୋଠରୀରେ ସତପାଲ ସିଂହଙ୍କୁ ଫାଶୀରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ପୁଲିସ କର୍ମଚାରୀମାନେ ତାଙ୍କୁ ତଳକୁ ଓହ୍ଲାଇ ତୁରନ୍ତ ହସ୍ପିଟାଲକୁ ନେଇଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ ପରିବାର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି।

ପୁଲିସ ସୂତ୍ର ଅନୁସାରେ, ସତପାଲ ସିଂହ ତାଙ୍କ ଭାଣଜୀଙ୍କ ବିବାହରେ ଯୋଗଦେବାକୁ ଯିବାର ଥିଲା।

ସେ ପ୍ରାୟ ଏକ ମାସର ଛୁଟି ମାଗିଥିଲେ।

କିନ୍ତୁ ତାଙ୍କୁ ମାତ୍ର ୫ ଦିନର ଛୁଟି ମିଳିଥିଲା।

ଏହି କାରଣରୁ ସେ ଚିନ୍ତିତ ଥିବା ନେଇ ଆଲୋଚନା ହେଉଛି।

ତଦନ୍ତରେ ପୁଲିସ ତେବେ ଜୀବନ ହାରିବାର ପ୍ରକୃତ କାରଣ ସମ୍ପର୍କରେ ପୁଲିସ ଅଧିକାରୀମାନେ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ସୂଚନା ଦେଇନାହାନ୍ତି।

ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍‌ ମଧ୍ୟ ମିଳିନାହିଁ।

ସିଏଫ୍‌ଏସ୍‌ଏଲ୍ ଟିମ୍ ଘଟଣାସ୍ଥଳ ଯାଞ୍ଚ କରି ବିଭିନ୍ନ ପ୍ରମାଣ ସଂଗ୍ରହ କରିଛି।ସତପାଲ ସିଂହଙ୍କ ସହ କାମ କରୁଥିବା ପୁଲିସ କର୍ମଚାରୀମାନେ କହିଛନ୍ତି ଯେ ସେ ଶାନ୍ତ ସ୍ୱଭାବର ଏବଂ ସଚ୍ଚୋଟ କର୍ମଚାରୀ ଥିଲେ।

ତାଙ୍କ ପରିବାରରେ ପତ୍ନୀ ଓ ଦୁଇଜଣ ସନ୍ତାନ ଅଛନ୍ତି।

ଶ୍ରୁତି ତମାଖୁରେ ଜିଏସ୍‌ଟି ଟିମ୍‌ର ଚଢ଼ାଉ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)