Chandahandi Road Accident ବୋଲେରୋ-ବାଇକ ମୁହାଁମୁହିଁ ଧକ୍କା: ପୂର୍ବତନ ସମିତିସଭ୍ୟ ମୃତ, ଜଣେ ଗୁରୁତର

Sep 19, 2026 - 18:16
Chandahandi Road Accident ବୋଲେରୋ-ବାଇକ ମୁହାଁମୁହିଁ ଧକ୍କା: ପୂର୍ବତନ ସମିତିସଭ୍ୟ ମୃତ, ଜଣେ ଗୁରୁତର

"ଚନ୍ଦାହାଣ୍ଡି:  ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନ ମାଲଗାଁ ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି।

Advertisment Accident Tangi Cuttack, 3 Death ଡିଭାଇଡର୍ ଭାଙ୍ଗି କଣ୍ଟେନର୍ ସହ ପିଟିହେଲା ବୋଲେରୋ, ଘଟଣାସ୍ଥଳରେ ଚାଲିଗଲା ୩ ଜୀବନ, ୨ ଗୁରୁତର ସୂଚନାନୁଯାୟୀ, ପଲସାପଡ଼ା ଗ୍ରାମର ଏକ ବୋଲେରୋ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ଅଭିମୁଖେ ଯାଉଥିଲା।

ମାଲଗାଁ ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ବାଇକରେ ଭାଟିପଡ଼ା ଗ୍ରାମର ପୂର୍ବତନ ସମିତିସଭ୍ୟ ସୁରୁଚନ୍ଦ୍ର ବାଘ(୬୦) ଓ କଳାହାଣ୍ଡି ଜିଲ୍ଲା ନିଙ୍ଗିଗୁଡ଼ା ଗ୍ରାମର ଗୁଣ ସୁନା(୬୩) ଯାଉଥିଲେ, ଦୁର୍ଘଟଣାରେ ଉଭୟ ବାଇକ ଆରୋହୀ ଛିଟିକି ରାସ୍ତା ଉପରେ ପଡ଼ିଯାଇଥିଲେ।

ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିଥିଲେ।

Truck flattens SUV In UP: ବୋଲେରୋ ଉପରେ ଓଲଟିଲା ଧାନ ଅଗାଡ଼ି ବୋଝେଇ ଟ୍ରକ୍, ଚାପି ‌ହୋଇ ଚାଲିଗଲା ଚାଳକଙ୍କ ଜୀବନ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ଦୁର୍ଘଟଣାଗ୍ରସ୍ତ ବୋଲେରୋ ଯୋଗେ ଉଭୟଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ସେଠାରେ ଡାକ୍ତର ସୁରୁଚନ୍ଦ୍ର ବାଘଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ଗୁରୁତର ଆହତ ଗୁଣ ସୁନାଙ୍କ ଗୋଡ଼ ଓ ମୁହଁରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।

ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଚନ୍ଦାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରିବା ସହ ବୋଲେରୋ ଓ ବାଇକକୁ ଜବତ କରିଛି।

ଏନେଇ ଥାନାରେ ଏକ ଦୁର୍ଘଟଣାଜନିତ ମାମଲା ନଂ୧୬୯/୨୬ ରୁଜୁ ହୋଇଛି।

ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)