Chameli Ojha Launches Protest; ଏସପି ଅଫିସ ଆଗରେ ଧାରଣାରେ ଚାମେଲି; ବିଡିଓ ଓ ଆଇଆଇସିଙ୍କୁ ସସପେଣ୍ଡ ଦାବି

Jun 24, 2026 - 15:11
Chameli Ojha Launches Protest; ଏସପି ଅଫିସ ଆଗରେ ଧାରଣାରେ ଚାମେଲି; ବିଡିଓ ଓ ଆଇଆଇସିଙ୍କୁ ସସପେଣ୍ଡ ଦାବି

କେନ୍ଦ୍ରାପଡ଼ା ଏସପି ଅଫିସ ଆଗରେ ଧାରଣାରେ ବସିଲେ କେନ୍ଦ୍ରାପଡ଼ା ମହାକାଳପଡା଼ ତିଖିରି ସରପଞ୍ଚ ଚାମେଲି ଓଝା। ଆଜି ନିଜ ସହଯୋଗୀ ଅନ୍ୟ ମହିଳାମାନଙ୍କ ସହ ଶୋଭାଯାତ୍ରାରେ ଆସି ଏସପି ଅଫିସ ଆଗରେ ଧାରଣାରେ ବସିଛନ୍ତି ଚାମେଲି। 

ଚାମେଲି କହିଛନ୍ତି, ମୁଁ ଓ ମୋ ପରିବାର ଉପରେ ବିପଦ ରହିଛି। ଯେ ପର୍ଯ୍ୟନ୍ତ ବିଧାୟକଙ୍କ ଡାହାଣ ଓ ବାମ ହାତ ଗିରଫ ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ମୋତେ ନ୍ୟାୟ ମିଳିନି। ସେହିଭଳି ମହାକାଳପଡ଼ା ବିଡିଓ ଓ ଆଇଆଇସିଙ୍କ ସସ୍ପେଣ୍ଡ ଦାବି କରିଛନ୍ତି ଚାମେଲି। ପୋଲିସ ତଦନ୍ତରେ ପାତର ଅନ୍ତର କରୁଥିବା ଅଭିଯୋଗ କରିଛନ୍ତି ଚାମେଲି। ଯେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନମିଳିଛି, ସେପର୍ଯ୍ୟନ୍ତ କେନ୍ଦ୍ରାପଡା଼ ଏସପି ଅଫିସ ନିକଟରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସି ରହିବି ବୋଲି କହିଛନ୍ତି ଚାମେଲି। 

ସେପଟେ ଚାମେଲିଙ୍କ ଏ ଦାବି ଓ ଅଭିଯୋଗ ନେଇ ବ୍ଲକ୍ ପ୍ରଶାସନ, ପୋଲିସ କିମ୍ବା ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

  • କେନ୍ଦ୍ରାପଡ଼ା ଏସପି ଅଫିସ ଆଗରେ ଧାରଣାରେ ଚାମେଲି
  • ଧାରଣାରେ ବସିଲେ ମହାକାଳପଡ଼ା ତିଖିରି ସରପଞ୍ଚ ଚାମେଲି ଓଝା
  • ନ୍ୟାୟ ପାଇଁ ପ୍ରଶାସନକୁ ୭ ଦିନର ଅଲ୍ଟିମେଟମ୍ ଦେଇଥିଲେ
  • ତାଙ୍କୁ ଏଯାଏଁ ନ୍ୟାୟ ମିଳିନିଥିବା ଚାମେଲିଙ୍କ ଅଭିଯୋଗ
  • ମହାକାଳପଡା଼ ବିଡିଓ ଓ ଆଇଆଇସିଙ୍କୁ ସସ୍ ପେଣ୍ଡ ଦାବି
  • ବିଧାୟକଙ୍କ ଡାହାଣ ଓ ବାମ ହାତକୁ ଗିରଫ ଦାବି କଲେ
  • ନ୍ୟାୟ ମିଳିନଥିବା ଅଭିଯୋଗରେ ଧାରଣାରେ ଚାମେଲି
  • ଜୁନ୍ ୧୧ରେ ବିଡିଓଙ୍କ ଚାମ୍ବରରେ ଗଣ୍ଡଗୋଳରୁ ହୋଇଥିଲା ବିବାଦ
  • ବିଧାୟକ, ଆଇଆଇସି, ଓ ବିଡିଓଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ