Chain Snatchers Caught Red-Handed: ନକଲି ସୁନା ଲୁଟି ଖସିଥିଲେ, ଅସଲି ଝାମ୍ପିବାକୁ ଆସି ଫସିଗଲେ

Jul 01, 2026 - 14:42
Chain Snatchers Caught Red-Handed: ନକଲି ସୁନା ଲୁଟି ଖସିଥିଲେ, ଅସଲି ଝାମ୍ପିବାକୁ ଆସି ଫସିଗଲେ

ନକଲି ସୁନା ଲୁଟି ଖସିଥିଲେ, ଅସଲି ଝାମ୍ପିବାକୁ ଆସି ଫସିଗଲେ। ଏଭଳି ଘଟଣା ଘଟିଛି ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ଡିଏଭି ସ୍କୁଲ୍ ଛକ ନିକଟରେ। ସୁନା ଭାବି ଦୁଇ ଲୁଟେରା ପ୍ରଥମେ ଜଣକ ବେକରୁ ସିଟି ଗୋଲ୍ଡ ଝାମ୍ପି ଖସିଯାଇଥିଲେ। 

ପୁଣି ଫେରି ଆଉ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ଖସି ଯାଉଥିବା ବେଳେ ଲୋକେ କାବୁ କରି ଦୁଇ ଲୁଟେରାଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ। ପରେ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଉଭୟ ଯୁବକଙଅକୁ ଗିରଫ କରିବା ସହ ଗୋଟାଏ ତେଲେଙ୍ଗା କଟୁରୀ ଓ ବାଇକ୍ ଜବତ କରିଛି।