Anti-Corruption Crackdown: ବନ୍ଧାହେଲେ ଭୀମସାରର ୨ କର୍ମଚାରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ

Jul 01, 2026 - 17:17
Anti-Corruption Crackdown: ବନ୍ଧାହେଲେ ଭୀମସାରର ୨ କର୍ମଚାରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ

ଭୀମସାରର ୨ କର୍ମଚାରୀ ଗିରଫ। ସମ୍ବଲପୁର ଭୀମସାରର ୨ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଷ୍ଟିୱାର୍ଡ ଅଶ୍ବିନୀ ମେହେର ଓ ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ବାଳ ଗିରଫ ହୋଇଛନ୍ତି। ଏଷ୍ଟାବ୍ଲିସମେଣ୍ଟ ଅଫିସର ଓ ଷ୍ଟିୱାର୍ଡଙ୍କ ଘରେ ଗତକାଲି ଭିଜିଲାନ୍ସ ରେଡ୍ କରିଥିଲା।

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାଧିକ ସ୍ଥାନରେ ରେଡ୍  ହୋଇଥିଲା।  ରେଡରୁ ଧନୁର୍ଦ୍ଧର ବିଶ୍ୱାଳଙ୍କ ଧନକଉଡାରେ ଦୁଇ ମହଲା କୋଠା, ସମ୍ବଲପୁର ଟାଉନ୍ ଉପକଣ୍ଠରେ ୨୦ଟି ବହୁମୂଲ୍ୟ ପ୍ଲଟ୍, ଗୋଟିଏ ହାଇୱା ଟ୍ରକ, ଦୁଇଟି ଟ୍ରାକ୍ଟର, ସୁନା ଅଳଙ୍କାର ମିଳିଛି। ସେହିପରି ଷ୍ଟିୱାର୍ଡ ଅଶ୍ବିନୀ ମେହେରଙ୍କ ବାସଭବନ ସମେତ ୫ ସ୍ଥାନରେ ରେଡ୍ କରାଯାଇଥିଲା।....

ସମ୍ବଲପୁର ଭୀମସାରର ୨ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଉଭୟ ଗିରଫ
ଷ୍ଟିୱାର୍ଡ ଅଶ୍ବିନୀ ମେହେର, ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ବାଳ ଗିରଫ