Chain Collision on Cuttack-Paradip Road: କଟକ-ପାରାଦୀପ ରାସ୍ତାରେ ସିରିଜ ଦୁର୍ଘଟଣା, ପଛକୁ ପଛ ପିଟି ହେଲା କାର ଓ ବସ
କାରକୁ ପଛରୁ ପିଟିଲା ବସ। କଟକ-ପାରାଦ୍ୱୀପ ରାସ୍ତାର ନୂଆଗଡ ଛକରେ ସିରିଜ ଦୁର୍ଘଟଣା। ପାରାଦ୍ୱୀପରୁ କଟକ ଯାଉଥିବା ବେଳେ ନୂଆଗଡ ଛକରେ କାରକୁ ଧକ୍କା ଦେଇଥିଲା ଏକ ଘରୋଇ ଯାତ୍ରୀବାହୀ ବସ। ଟ୍ରକକୁ ଓଭରଟେକ୍ କରିବା ବେଳେ କାର୍ ପଛକୁ ପିଟିଲା ବସ୍।
ପରେ ପରେ ଆଗରେ ଥିବା ଆଉ ଏକ କାରକୁ ଧକ୍କା ଦେଲା ଦୁର୍ଘଟଣା ଗ୍ରସ୍ତ କାର୍। ଦୁର୍ଘଟଣାରେ ଜଣେ ନାବାଳକ ଆହତ ହୋଇଥିବା ବେଳେ ଦୁର୍ଘଟଣା ଘଟାଇ ବସର ଡ୍ରାଇଭର ଫେରାର ହୋଇଯାଇଛି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।