CGU: ୱାର୍ଲଡ୍ସ୍କିଲ୍ସ ସାଂଘାଇରେ ଭାଗନେବେ ସିଜିୟୁର ୮ ଛାତ୍ରଛାତ୍ରୀ
ଭୁବନେଶ୍ବର: ସେପ୍ଟେମ୍ବର ୨୨ରୁ ୨୭ ପର୍ଯ୍ୟନ୍ତ ସାଂଘାଇଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ୱାର୍ଲଡସ୍କିଲ୍ସ ୨୦୨୬ରେ ସିଭି ରମଣ ଗ୍ଲୋବାଲ୍ ବିଶ୍ବବିଦ୍ୟାଳୟ (ସିଜିୟୁ)ର ୮ ଜଣ ଛାତ୍ରଛାତ୍ରୀ ଭାରତକୁ ପ୍ରତିନିଧିତ୍ୱ କରିବେ। ଏହି ପ୍ରତିଯୋଗିତାରେ ୭୩ଟି ଦେଶ ଓ ଅଞ୍ଚଳର ପ୍ରାୟ ୧,୪୦୦ ପ୍ରତିଯୋଗୀ ୬୪ଟି ଦକ୍ଷତା ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିଶ୍ବବିଦ୍ୟାଳୟର ପ୍ରତିଯୋଗୀମାନେ ଗ୍ରାଫିକ୍ ଡିଜାଇନ୍ ଟେକ୍ନୋଲୋଜି, ପାଟିସେରି ଆଣ୍ଡ୍ କନ୍ଫେକ୍ସନେରି, ରେସ୍ତୋରାଁ ସେବା, ରେଫ୍ରିଜରେସନ ଆଣ୍ଡ୍ ଏୟାର କଣ୍ଡିସନିଂ, ଅଟୋନମସ ମୋବାଇଲ୍ ରୋବୋଟିକ୍ସ, ଇଣ୍ଡଷ୍ଟ୍ରିଆଲ୍ କଣ୍ଟ୍ରୋଲ୍ ଓ ଜଳ ପ୍ରଯୁକ୍ତି ବିଭାଗରେ ପ୍ରତିଯୋଗିତା କରିବେ। ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ତଥା ସଭାପତି ସଞ୍ଜୀବ କୁମାର ରାଉତ ୮ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସାଂଘାଇରେ ସେମାନଙ୍କ ସଫଳତା କାମନା କରିଛନ୍ତି।
ଆହୁରି ପଢନ୍ତୁ: Lakhpati Didi: ‘ଲକ୍ଷପତି ଦିଦି’ ଯୋଜନା: ସୁଯୋଗ ଓ ସଫଳତାର ଅନୁଭୂତି ବାଣ୍ଟିଲେ ଗ୍ରାମାଞ୍ଚଳର ମହିଳା
ୱାର୍ଲଡ୍ସ୍କିଲ୍ସ କାଜାନ ୨୦୧୯ରେ ବିଶ୍ବବିଦ୍ୟାଳୟର ଏସ୍ ଅଶ୍ବସ୍ଥ ନାରାୟଣ ଜଳ ପ୍ରଯୁକ୍ତିରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୱାର୍ଲଡ୍ସ୍କିଲ୍ସ ଲିଅନ ୨୦୨୪ରେ ବିଶ୍ବବିଦ୍ୟାଳୟର ଛାତ୍ର ଗେଡେଲା ଅଖିଲ ଜଳ ପ୍ରଯୁକ୍ତିରେ ମେଟାଲିଅନ୍ ଫର୍ ଏକ୍ସଲେନ୍ସ ହାସଲ କରିଥିଲେ। ଇଣ୍ଡିଆସ୍କିଲ୍ସ ନ୍ୟାସନାଲ୍ସରେ ମଧ୍ୟ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଲଗାତାର ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରୁଛନ୍ତି। ଭୁବନେଶ୍ବରରେ ଆୟୋଜିତ ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ପୂର୍ବ ୨୦୨୫-୨୬ରେ ମଧ୍ୟ ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
