CEO Holds All-Party Meet: ୫ରେ ଆସିବ ଚିଠା ଭୋଟର ତାଲିକା, CEO ଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ
ଆସନ୍ତା ୫ ତାରିଖରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା। ଏନେଇ ଗତକାଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା SIRର ଫର୍ମ ବଣ୍ଟନ ଓ ସଂଗ୍ରହ, ଡିଜିଟାଇଜେସନର ଅଗ୍ରଗତି ଏବଂ ଚିଠା ଭୋଟର ତାଲିକା ପ୍ରକାଶନ ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା।
ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କୁ ଚିଠା ଭୋଟର ତାଲିକା ଯାଞ୍ଚ କରି ଦାବି ଓ ଆପତ୍ତି ପ୍ରକ୍ରିୟାରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଯାହାଦ୍ୱାରା କୌଣସି ଯୋଗ୍ୟ ଭୋଟର ବାଦ୍ ନ ପଡ଼ନ୍ତି ଏବଂ ଭୋଟର ତାଲିକା ତ୍ରୁଟିଶୂନ୍ୟ ରହିପାରିବ।
ଚିଠା ଭୋଟର ତାଲିକା ପ୍ରକାଶ ପରେ ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ନୂଆ ନାମ ଯୋଡ଼ିବା ପାଇଁ ଫର୍ମ–୬, ନାମ ବାଦ୍ ଦେବା ପାଇଁ ଫର୍ମ–୭ ଏବଂ ସଂଶୋଧନ ପାଇଁ ଫର୍ମ–୮ ବ୍ୟବହାର କରାଯିବ।