CEO: କୋଟକ୍ ମହିନ୍ଦ୍ରା ବ୍ୟାଙ୍କର ନୂଆ ସିଇଓ ଚୟନ ଆରମ୍ଭ
"ନୂଆଦିଲ୍ଲୀ: କୋଟକ୍ ମହିନ୍ଦ୍ରା ବ୍ୟାଙ୍କର ନୂଆ ଏମ୍ଡି ତଥା ସିଇଓ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି।
ବର୍ତ୍ତମାନ ଏହି ପଦରେ କାର୍ଯ୍ୟ କରୁଥିବା ଅଶୋକ ଭାସୱାନିଙ୍କର କାର୍ଯ୍ୟକାଳ ଆସନ୍ତା ଡିସେମ୍ବର ୩୧ରେ ଶେଷ ହେବ।
ପୁନର୍ବାର ସେ ଏହି ପଦରେ ରହିବା ପାଇଁ ଆବେଦନ କରିବେ ନାହିଁ ବୋଲି ବୋର୍ଡକୁ ଜଣାଇବା ପରେ ବ୍ୟାଙ୍କ ନୂଆ ମୁହଁ ଖୋଜିବା ଆରମ୍ଭ ହୋଇଛି।
Advertisment ବ୍ୟକ୍ତିଗତ କାରଣରୁ ଆଉ ଥରେ ଭାସୱାନି ନିଯୁକ୍ତି ନେବେ ନାହିଁ ବୋଲି କହିଛନ୍ତି।
ବ୍ୟାଙ୍କ ବୋର୍ଡ ଭାସୱାନିଙ୍କ ନିଷ୍ପତ୍ତିକୁ ମଧ୍ୟ ସମ୍ମାନ ଜଣାଇଛି।
ନୂଆ ଏମ୍ଡି ତଥା ସିିଇଓ ଚୟନ କାର୍ଯ୍ୟ ନିୟାମକ ସଂସ୍ଥା ପକ୍ଷରୁ ରହିଥିବା ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପାଦନ ହେବ।
ଶନିବାର ବ୍ୟାଙ୍କ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ଏହି ସୂଚନା ଦିଆଯାଇଛି।
Nirav Modi:ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ୧୦୦ କୋଟି ଫେରାଇବେ ନିରବ ଭାସୱାନିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆହୁରି ୬ ମାସ ରହିଛି।
ଯଥେଷ୍ଟ ପୂର୍ବରୁ ସେ ବ୍ୟାଙ୍କ ଛାଡ଼ିବା ନେଇ ଘୋଷଣା କରିଥିବାରୁ ତାଙ୍କ ଉତ୍ତରାଧିକାରୀ ଚୟନ ଲାଗି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ପର୍ଯ୍ୟାପ୍ତ ସମୟ ରହିଛି।
ଉଲ୍ଲେଖଯୋଗ୍ୟ, ଭାସୱାନି କୋଟକ୍ ମହିନ୍ଦ୍ରା ବ୍ୟାଙ୍କରେ ୨୦୨୪ ଜାନୁଆରି ପହିଲାରେ ଯୋଗ ଦେଇଥିଲେ।
ତାହା ପୂର୍ବରୁ ସେ ସିଟିଗ୍ରୁପ୍ ଓ ବାର୍କ୍ଲେଜ୍ ଭଳି ସଂସ୍ଥାରେ କାର୍ଯ୍ୟ କରିଥିଲେ।
"