30 JUNE 2026

Welcome!

Unlock your personalized experience.
Sign Up

CBDT Chairman: ସିବିଡିଟି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୬ ମାସ ବଢ଼ିଲା

Jun 30, 2026 - 17:15
CBDT Chairman: ସିବିଡିଟି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୬ ମାସ ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଅଧ୍ୟକ୍ଷ ରବି ଅଗ୍ରୱାଲଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇଛନ୍ତି। ୧୯୮୮ ବ୍ୟାଚ୍‌ର ଭାରତୀୟ ରାଜସ୍ବ ସେବା ଅଧିକାରୀ ଶ୍ରୀ ଅଗ୍ରୱାଲଙ୍କର କାର୍ଯ୍ୟକାଳ ଆଜି ସରୁଥିଲା। କିନ୍ତୁ ତାହାକୁ ଚଳିତବର୍ଷ ଡିସେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ତାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ମଞ୍ଜୁରି ଦେଇଛି। ୨୦୨୪ ଜୁନରେ ତାଙ୍କୁ ବର୍ଷକ ପାଇଁ ପ୍ରଥମେ ଏହି ପଦ‌ରେ ନିଯୁକ୍ତ କରାଯାଇଥିଲା। ପରେ ୨୦୨୫ ଜୁନରେ ବର୍ଷେ ପାଇଁ କାର୍ଯ୍ୟକାଳ ବଢ଼ାଯାଇଥିବାବେଳେ ଏବେ ଏହାକୁ ଆଉ ୬ ମାସ ବୃଦ୍ଧି କରାଯାଇଛି।

ଆହୁରି ପଢ଼ନ୍ତୁ: ଏକତରଫା ପ୍ରେମରୁ ହତ୍ୟା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଅଧିକ ଦେଖନ୍ତୁ: