Cattle Smugglers: ଲୋକଙ୍କ ଆକ୍ରମଣରେ ୩ ଗୋଚାଲାଣକାରୀ ଗୁରୁତର, ୨ ଅଟୋ ଚୁରମାର
"ପିପିଲି: ପିପିଲି ଥାନା କଣ୍ଠପୁର ନିକଟରେ ଆଜି ଭୋର ପ୍ରାୟ ସାଢ଼େ ୩ଟା ସମୟରେ କିଛି ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ୩ଜଣ ଗୋଚାଲାଣକାରୀ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କର ୨ଟି ଡାଲା ଅଟୋ ଭାଙ୍ଗି ଚୁରମାର ହୋଇଯାଇଛି।
ଗୁରୁତର ଆହତ ମାନେ ହେଲେ ପିପିଲି ଥାନା ସିରିଆପୁର ଅଞ୍ଚଳର ମହମ୍ମଦ ଆଝାର(୬୫), ମହମ୍ମଦ ଫଇଜୁଦିନ(୫୫), ଏବଂ ଡେଲାଙ୍ଗ ଆଙ୍କଇ ଗାଁର ବନା ବେହେରା (୬୦)।
ଏମାନେ ବିଳମ୍ବିତ ରାତିରେ ଗୋରୁ ଚାଲାଣ କରୁଥିଲେ ବୋଲି କୁହାଯାଉଛି।Advertisment ୨ଟି ଅଟୋ ଜବତ ସ୍ଥାନୀୟ ଗୋ ସୁରକ୍ଷା କର୍ମୀମାନେ ଆକ୍ରମଣ କରିଥିବା ଆହତଙ୍କ ସମ୍ପର୍କୀୟ କହିଛନ୍ତି।
ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆହତମାନଙ୍କୁ ପିପିଲି ହସ୍ପିଟାଲ ପଠାଇ ୨ଟି ଅଟୋକୁ ଜବତ କରିଛି।
ସେମାନଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ରିପୋର୍ଟ - ରାଜକିଶୋର ସ୍ବାଇଁ State Police: ପାର୍ବଣ ପୂର୍ବରୁ ରାଜ୍ୟ ପୁଲିସର ବଡ଼ ପ୍ରସ୍ତୁତି: ସଙ୍ଗଠିତ ଅପରାଧୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

